Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 19:24 - ପବିତ୍ର ବାଇବଲ

24 ତା'ପରେ ଶାଉଲ ନିଜର ବସ୍ତ୍ର ଉତ୍ତାରିଲେ ଓ ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ସେ ସେହି ଦିନଯାକ ଏବଂ ରାତ୍ରି ତମାମ ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, “ଶାଉଲ ବି କ’ଣ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ଜଣେ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ପୁଣି ସେ ମଧ୍ୟ ଆପଣା ବସ୍ତ୍ର କାଢ଼ି ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ, ଆଉ ସେହି ଦିନଯାକ ଓ ରାତ୍ରିଯାକ ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, ଶାଉଲ ହିଁ କି ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ?

Gade chapit la Kopi

ଓଡିଆ ବାଇବେଲ

24 ପୁଣି, ସେ ମଧ୍ୟ ଆପଣା ବସ୍ତ୍ର କାଢ଼ି ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ, ଆଉ ସେହି ସାରାଦିନ ଓ ସାରାରାତ୍ରି ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, ଶାଉଲ ହିଁ କି ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଜଣେ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ପୁଣି, ସେ ମଧ୍ୟ ଆପଣା ବସ୍ତ୍ର କାଢ଼ି ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ, ଆଉ ସେହି ସାରାଦିନ ଓ ସାରାରାତ୍ରି ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, “ଶାଉଲ ହିଁ କି ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଜଣେ?”

Gade chapit la Kopi




1 ଶାମୁୟେଲ 19:24
10 Referans Kwoze  

ଯାହାସବୁ ଘଟିବ ମୁଁ ସେଥିପାଇଁ ଦୁଃଖିତ ହେବି। ମୁଁ ବିବସ୍ତ୍ର ହୋଇ ଖାଲି ପାଦରେ ବୁଲିବି। ମୁଁ ଗୋଟିଏ ଶୃଗାଳ ପରି ବିଳାପ କରିବି ଓ ଓଟପକ୍ଷୀ ପରି ଶୋକ କରିବି।


ସେହି ସମୟରେ ସଦାପ୍ରଭୁ ଆମୋସଙ୍କ ପୁତ୍ର ଯିଶାଇୟଙ୍କ ଦ୍ୱାରା ଏହି କଥା କହିଲେ, “ଯାଅ, ତୁମ୍ଭ କଟିରୁ ଚଟବସ୍ତ୍ର କାଢ଼ ଓ ପାଦରୁ ପାଦୁକା କାଢ଼।” ଯିଶାଇୟ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ବିବସ୍ତ୍ର ଏବଂ ଶୂନ୍ୟପାଦ ହୋଇ ଭ୍ରମଣ କଲେ।


ଦାଉଦ ଆଶୀର୍ବାଦ ଦେବାକୁ ନିଜର ଘରକୁ ଗଲେ, କିନ୍ତୁ ଶାଉଲଙ୍କ କନ୍ୟା ମୀଖଲ ବାହାରକୁ ଆସି ତାଙ୍କୁ ସାକ୍ଷାତ କଲେ ଓ କହିଲେ, “ଆଜି ଇସ୍ରାଏଲର ରାଜା ନିଜକୁ ନିଜେ ସମ୍ମାନ କଲେ ନାହିଁ। ତୁମ୍ଭେ ତୁମ୍ଭର ଦାସୀମାନଙ୍କ ସମ୍ମୁଖରେ ଲୁଗା କାଢ଼ି ପକାଇଲ। ତୁମ୍ଭେ ଜଣେ ନିର୍ବୋଧପରି କାର୍ଯ୍ୟ କଲ, ଯିଏ ନିଜର ବସ୍ତ୍ର ବିନା ଲଜ୍ଜାରେ କାଢ଼ି ପକାଏ।”


ତାହାଙ୍କ କଥା ଶୁଣୁଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ, “ଏ କ’ଣ ସେହି ଲୋକ ନୁହେଁ, ଯିଏ ଏହି ନାମରେ ବିଶ୍ୱାସ କରିଥିବା ଯିରୁଶାଲମର ଲୋକମାନଙ୍କୁ ତାଡ଼ନା କରୁଥିଲା? ଏହି ଲୋକ କ’ଣ ସେ ନୁହେଁ, ଯେ କି ସେମାନଙ୍କୁ ବାନ୍ଧି ନେଇ ପ୍ରଧାନଯାଜକମାନଙ୍କ ପାଖକୁ ନେଇଯିବା ପାଇଁ ଏଠାକୁ ଆସିଥିଲା।”


ଦାଉଦ ଏକ ଶୁକ୍ଳ ଏଫୋଦ ପିନ୍ଧିଥିଲେ। ସଦାପ୍ରଭୁଙ୍କ ସମ୍ମୁଖରେ ତାଙ୍କର ସମସ୍ତ ସାମର୍ଥ୍ୟ ସହ ନାଚୁଥିଲେ।


ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ। ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛ। ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଆଗରେ ଭୂମିଷ୍ଠ ପ୍ରଣାମ କଲା, କିନ୍ତୁ ତା'ର ଚକ୍ଷୁଗୁଡ଼ିକ ଖୋଲା ଥିଲା।


ସଦାପ୍ରଭୁଙ୍କର ଆତ୍ମା ତୁମ୍ଭ ନିକଟକୁ ବିରାଟ ଶକ୍ତିରେ ଆସିବ ଏବଂ ତୁମ୍ଭେ ସେମାନଙ୍କ ସହିତ ଭବିଷ୍ୟ‌ଦ୍‌ବାଣୀ କହିବ ଏବଂ ତୁମ୍ଭେ ଜଣେ ଅଲଗା ବ୍ୟକ୍ତି ହୋଇଯିବ।


ତା'ପରେ ଶାମୁୟେଲ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଶାଉଲଙ୍କୁ କେବେବି ଦେଖିଲେ ନାହିଁ। କାରଣ ଶାମୁୟେଲ ଶାଉଲଙ୍କ ପାଇଁ ଶୋକ କଲେ। ପୁଣି ସଦାପ୍ରଭୁ ଇସ୍ରାଏଲ ଉପରେ ଶାଉଲଙ୍କୁ ରାଜା କରିବାରୁ ଅନୁତାପ କଲେ।


ପରଦିନ ପରମେଶ୍ୱରଙ୍କଠାରୁ ଯେତେବେଳେ ମନ୍ଦ ଆତ୍ମା ଶାଉଲଙ୍କୁ ଅକ୍ତିଆର କଲା, ସେ ତାଙ୍କ ଗୃହ ମଧ୍ୟରେ ଅବାନ୍ତର କାର୍ଯ୍ୟ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ।


Swiv nou:

Piblisite


Piblisite