Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 18:6 - ପବିତ୍ର ବାଇବଲ

6 ଏପରି ହେଲା ଯେ, ଯେତେବେଳେ ଦାଉଦ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ ଓ ଫେରିଲେ। ଇସ୍ରାଏଲର ସମସ୍ତ ନଗରର ସ୍ତ୍ରୀଲୋକମାନେ ରାଜା ଶାଉଲଙ୍କୁ ସାକ୍ଷାତ କରିବାକୁ ବାହାରି ଆସିଲେ ଏବଂ ତୁମ୍ଭୁରା ବଜାଇ ଆନନ୍ଦରେ ନାଚିଲେ ଓ ଗାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଦାଉଦ ପଲେଷ୍ଟୀୟକୁ ବଧ କରି ଫେରିଲା ବେଳେ ଲୋକମାନେ ଆସୁ ଆସୁ ଏପରି ହେଲା ଯେ, ଇସ୍ରାଏଲୀୟ ସମସ୍ତ ନଗରରୁ ସ୍ତ୍ରୀମାନେ ବାହାରି ଦାରା, ଆନନ୍ଦଧ୍ଵନି ଓ ତ୍ରିତନ୍ତ୍ରୀ ବାଦ୍ୟ ସହିତ ଗାୟନ ଓ ନୃତ୍ୟ କରୁ କରୁ ଶାଉଲ ରାଜାଙ୍କୁ ଭେଟିବା ପାଇଁ ଆସିଲେ।

Gade chapit la Kopi

ଓଡିଆ ବାଇବେଲ

6 ଦାଉଦ ପଲେଷ୍ଟୀୟକୁ ବଧ କରି ଫେରିଲା ବେଳେ ଲୋକମାନେ ଆସୁ ଆସୁ ଏପରି ହେଲା ଯେ, ଇସ୍ରାଏଲୀୟ ସମସ୍ତ ନଗରରୁ ସ୍ତ୍ରୀମାନେ ବାହାରି ଦାରା, ଆନନ୍ଦଧ୍ୱନି ଓ ତ୍ରିତନ୍ତ୍ରୀ ବାଦ୍ୟ ସହିତ ଗାୟନ ଓ ନୃତ୍ୟ କରୁ କରୁ ଶାଉଲ ରାଜାଙ୍କୁ ଭେଟିବା ପାଇଁ ଆସିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଦାଉଦ ପଲେଷ୍ଟୀୟକୁ ବଧ କରି ଫେରିଲା ବେଳେ ଲୋକମାନେ ଆସୁ ଆସୁ ଏପରି ହେଲା ଯେ, ଇସ୍ରାଏଲୀୟ ସମସ୍ତ ନଗରରୁ ସ୍ତ୍ରୀମାନେ ବାହାରି ଦାରା, ଆନନ୍ଦଧ୍ୱନି ଓ ତ୍ରିତନ୍ତ୍ରୀ ବାଦ୍ୟ ସହିତ ଗାୟନ ଓ ନୃତ୍ୟ କରୁ କରୁ ଶାଉଲ ରାଜାଙ୍କୁ ଭେଟିବା ପାଇଁ ଆସିଲେ।

Gade chapit la Kopi




1 ଶାମୁୟେଲ 18:6
11 Referans Kwoze  

ଯିପ୍ତହ ମି‌ସ୍‌ପୀକୁ ଗଲେ, ସେ ତାଙ୍କ ଘରେ ପହଞ୍ଚିବା ମାତ୍ରେ ତାଙ୍କର ଝିଅ ତାଙ୍କୁ ଦେଖିବାକୁ ପ୍ରଥମେ ବାହାରି ଆସିଲା। ତାଙ୍କର ଝିଅ ଦାରା ନେଇ ନାଚି ନାଚି କରି ଆସିଥିଲା। ସେ ଥିଲା ଯିପ୍ତହଙ୍କର ଏକମାତ୍ର ଅଲିଅଳି କନ୍ୟା। ଯାହାଙ୍କୁ ସେ ଅତ୍ୟନ୍ତ ଭଲ ପାଉଥିଲେ। ଯିପ୍ତହଙ୍କର ଏହି ଝିଅ ବ୍ୟତୀତ ଆଉ କୌଣସି ପୁଅଝିଅ ନ ଥିଲେ।


ଏହା ପରେ ହାରୋଣର ଭଉଣୀ, ଭବିଷ୍ୟ‌ଦ୍‌ବକ୍ତ୍ରୀ ମରିୟମ ଦାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିୟମ ପୁନରାବୃତ୍ତି କଲେ।


ଆଗେ ଆଗେ ଗାୟକମାନଙ୍କର ମଣ୍ଡଳୀ ଯାଉଛନ୍ତି। ପଛେ ପଛେ ବାଦ୍ୟକାରମାନଙ୍କର ମଣ୍ଡଳୀ ଆସୁଛନ୍ତି ଏବଂ ମଝିରେ କୁମାରୀ କନ୍ୟାଗଣ ତମ୍ବୁରା ବଜାଉଛନ୍ତି।


ତା'ପରେ ମରିୟମ ଲୋକମାନଙ୍କୁ କହିଲେ, “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। ଯେହେତୁ ସେ ମହାନ କାର୍ଯ୍ୟ କରିଛନ୍ତି। ସେ ଅଶ୍ୱ ଓ ଅଶ୍ୱାରୋହୀ ସୈନ୍ୟମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି।”


ଶାଉଲ ଦାଉଦଙ୍କୁ ବହୁତ ଯୁଦ୍ଧକୁ ପଠାଇଲେ ଓ ସେ କୃତକାର୍ଯ୍ୟ ହେଲେ। ଏଣୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ କଲେ ଓ ଏହା ଶାଉଲଙ୍କର ଅଧିକାରୀମାନଙ୍କ ସମେତ ସମସ୍ତଙ୍କୁ ଖୁସୀ କଲା।


ଗାଥ୍ ସହରକୁ ଏହି ସମ୍ବାଦ ଦିଅ ନାହିଁ। ଅସ୍କିଲୋନର ଦାଣ୍ଡରେ ଏହା ପ୍ରଗ୍ଭର କର ନାହିଁ। ଯଦି ତୁମ୍ଭେ ଏହା କର, ସେହି ପଲେଷ୍ଟୀୟ ନଗରଗୁଡ଼ିକ ଆନନ୍ଦ କରିବେ। ସେହି ନଗରର ଅସଭ୍ୟ ପ୍ରତିମା ପୂଜକଗଣ ଆନନ୍ଦିତ ହେବେ।


ଦାଉଦ ଓ ଇସ୍ରାଏଲର ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ଆଗରେ ଦେବଦାରୁ କାଠରେ ତିଆରି ନାନା ପ୍ରକାର ବାଦ୍ୟଯନ୍ତ୍ର ବୀଣା ଓ ନେବଲ ଓ ଦାରା, ମନ୍ଦିରା ଓ କରତାଳି ବଜାଇ ନାଚୁ ଥିଲେ।


ତୁମ୍ଭର ଲୋକମାନେ ଉତ୍ତମ ଖବର ଘୋଷଣା କରିବାକୁ ବାହାରି ଗଲେ।


ସେହି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ, ଦାରା ଓ ବୀଣା ବାଦନ କରି।


ସଦାପ୍ରଭୁ ଅଶୂରକୁ ତବଲା ଓ ବୀଣାରେ ଆଘାତ କଲାପରି ପିଟିବେ। ତାଙ୍କର ମହାଶକ୍ତିରେ ସେ ଅଶୂରର ପତନ ଘଟାଇବେ।


Swiv nou:

Piblisite


Piblisite