Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 18:27 - ପବିତ୍ର ବାଇବଲ

27 ଦାଉଦ ଓ ତା'ର ଲୋକମାନେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରିଲେ। ସେମାନେ ଦୁଇ ଶହ ପଲେଷ୍ଟୀୟମାନଙ୍କୁ ବଧ କଲେ। ଦାଉଦ 200 ପଲେଷ୍ଟୀୟମାନଙ୍କର ସୁନ୍ନତ ଚର୍ମ ଆଣିଲେ ଏବଂ ଶାଉଲଙ୍କୁ ଦେଲେ। ଦାଉଦ ଏପରି କଲେ କାରଣ ସେ ଗ୍ଭହୁଁଥିଲେ ରାଜାଙ୍କର ଜ୍ୱାଇଁ ହେବା ପାଇଁ। ଶାଉଲ ତାଙ୍କର କନ୍ୟା ମୀଖଲକୁ ଦାଉଦ ସହ ବିବାହ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ଅନନ୍ତର କାଳ ସମ୍ପୂର୍ଣ୍ଣ ନୋହୁଣୁ, ଦାଉଦ ଓ ତାଙ୍କର ଲୋକମାନେ ଉଠିଯାଇ ପଲେଷ୍ଟୀୟମାନଙ୍କର ଦୁଇ ଶହ ଲୋକଙ୍କୁ ବଧ କଲେ; ପୁଣି ଦାଉଦ ସେମାନଙ୍କର ସୁନ୍ନତ ଚର୍ମ ଆଣିଲେ, ତହୁଁ ସେ ଯେପରି ରାଜାଙ୍କର ଜୁଆଁଇ ହେବେ, ସେଥିପାଇଁ ପୂର୍ଣ୍ଣ ସଂଖ୍ୟାନୁସାରେ ତାହା ରାଜାଙ୍କୁ ଦେଲେ । ତହିଁରେ ଶାଉଲ ତାଙ୍କୁ ଆପଣା କନ୍ୟା ମୀଖଲକୁ ଭାର୍ଯ୍ୟା ରୂପେ ଦାନ କଲେ।

Gade chapit la Kopi

ଓଡିଆ ବାଇବେଲ

27 ଏଥିଉତ୍ତାରେ କାଳ ସମ୍ପୂର୍ଣ୍ଣ ନୋହୁଣୁ, ଦାଉଦ ଓ ତାଙ୍କର ଲୋକମାନେ ଉଠିଯାଇ ପଲେଷ୍ଟୀୟମାନଙ୍କର ଦୁଇ ଶହ ଲୋକଙ୍କୁ ବଧ କଲେ; ପୁଣି, ଦାଉଦ ସେମାନଙ୍କର ସୁନ୍ନତ ଚର୍ମ ଆଣିଲେ, ତହୁଁ ସେ ଯେପରି ରାଜାଙ୍କର ଜୁଆଁଇ ହେବେ, ଏଥିପାଇଁ ପୂର୍ଣ୍ଣ ସଂଖ୍ୟାନୁସାରେ ତାହା ରାଜାଙ୍କୁ ଦେଲେ। ତହିଁରେ ଶାଉଲ ତାଙ୍କୁ ଆପଣା କନ୍ୟା ମୀଖଲକୁ ଭାର୍ଯ୍ୟା ରୂପେ ଦାନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ଏଥିଉତ୍ତାରେ କାଳ ସମ୍ପୂର୍ଣ୍ଣ ନୋହୁଣୁ, ଦାଉଦ ଓ ତାଙ୍କର ଲୋକମାନେ ଉଠିଯାଇ ପଲେଷ୍ଟୀୟମାନଙ୍କର ଦୁଇ ଶହ ଲୋକଙ୍କୁ ବଧ କଲେ; ପୁଣି, ଦାଉଦ ସେମାନଙ୍କର ସୁନ୍ନତ ଚର୍ମ ଆଣିଲେ, ତହୁଁ ସେ ଯେପରି ରାଜାଙ୍କର ଜୁଆଁଇ ହେବେ, ଏଥିପାଇଁ ପୂର୍ଣ୍ଣ ସଂଖ୍ୟାନୁସାରେ ତାହା ରାଜାଙ୍କୁ ଦେଲେ। ତହିଁରେ ଶାଉଲ ତାଙ୍କୁ ଆପଣା କନ୍ୟା ମୀଖଲକୁ ଭାର୍ଯ୍ୟା ରୂପେ ଦାନ କଲେ।

Gade chapit la Kopi




1 ଶାମୁୟେଲ 18:27
8 Referans Kwoze  

ଦାଉଦ ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌ଙ୍କ ନିକଟକୁ ଏକ ଦୂତ ପଠାଇ କହିଲେ, “ମୋର ସ୍ତ୍ରୀ ମୀଖଲକୁ ମୋତେ ଫେରାଇ ଦିଅ। ଯେହେତୁ ମୁଁ ତାକୁ ପାଇବା ପାଇଁ 100 ଜଣ ପଲେଷ୍ଟୀୟଙ୍କୁ ହତ୍ୟା କରିଛି”।


ଶାଉଲ ଆପଣା ନିକଟରୁ ଦାଉଦଙ୍କୁ ଦୂରକୁ ପଠେଇ ଦେଲେ ଓ ତାଙ୍କୁ 1,000 ସୈନ୍ୟ ଉପରେ ଆପଣାର ସେନାପତି କଲେ। ଯୁଦ୍ଧରେ ସେ ସୈନ୍ୟମାନଙ୍କର ନେତୃତ୍ୱ ନେଲେ।


ଶା‌ମ୍‌ଶୋନ୍ ଏଥିରେ ବହୁତ ରାଗିଗଲେ। ତାଙ୍କ ଉପରକୁ ସଦାପ୍ରଭୁଙ୍କ ଆତ୍ମା ବହୁତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକୁ ଯାଇ ସେଠାରେ ତିରିଶ୍ ଜଣଙ୍କୁ ହତ୍ୟା କଲେ। ସେ ସେମାନଙ୍କର ବସ୍ତ୍ର ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ଯୋଡ଼ା ବସ୍ତ୍ର ଦେଲେ। କିନ୍ତୁ ତା'ର କ୍ରୋଧ ପ୍ରଜ୍ୱଳିତ ହେବାରୁ, ସେ ଆପଣାର ପିତୃଗୃହକୁ ଗ୍ଭଲିଗଲେ।


ଯୋନାଥନ, ଯି‌ଶ୍‌ବି ଓ ମଲୀଶୂୟ ଶାଉଲଙ୍କର ତିନି ପୁତ୍ର ଥିଲେ। ମେରବ୍ ଓ ମୀଖଲ୍ ତାଙ୍କର ଜ୍ୟେଷ୍ଠା ଓ କନିଷ୍ଠା କନ୍ୟା।


କିନ୍ତୁ ଶାଉଲ ଦାଉଦଙ୍କୁ ମାରିଦେବା ପାଇଁ ଗ୍ଭହିଁଲେ ଏବଂ ଶାଉଲ ଏକ ଉପାୟ ଚିନ୍ତା କଲେ। ଶାଉଲ କହିଲେ, “ଦାଉଦ ମେରବ୍ ନାମକ ମୋର ଜ୍ୟେଷ୍ଠ କନ୍ୟାକୁ ଦେଖ। ମୁଁ ତାକୁ ତୁମ୍ଭକୁ ବିବାହ ଦେବି। ତା'ପରେ ତୁମ୍ଭେ ଜଣେ ବୀର ଯୋଦ୍ଧା ସୈନିକ ହେବ। ତୁମ୍ଭେ ମୋର ସନ୍ତାନ ପରି, ତା'ପରେ ତୁମ୍ଭେ ସଦାପ୍ରଭୁଙ୍କ ପାଇଁ ଯୁଦ୍ଧ କର।” ଶାଉଲ ଚିନ୍ତାକଲେ, “ମୁଁ ତାକୁ ହତ୍ୟା କରିବା ପାଇଁ ହାତ ଉଠାଇବି ନାହିଁ, କିନ୍ତୁ ପଲେଷ୍ଟୀୟମାନେ ହୁଏତ ତାକୁ ହତ୍ୟା କରି ପାରନ୍ତି।”


ଶାଉଲ ଦେଖିଲେ ସଦାପ୍ରଭୁ ଦାଉଦଙ୍କ ସହିତ ଅଛନ୍ତି। ଶାଉଲ ମଧ୍ୟ ଦେଖିଲେ ଯେ ତାଙ୍କର କନ୍ୟା ମୀଖଲ ଦାଉଦଙ୍କୁ ପ୍ରେମ କରୁଅଛି।


ଶାଉଲ ନିଜର କନ୍ୟା ମୀଖଲକୁ, ଦାଉଦଙ୍କର ସ୍ତ୍ରୀକୁ ଗଲିମ୍ ନିବାସୀ ଲୟିସ ପୁତ୍ର ପ‌ଲ୍‌ଟିକି ଦେଇଥିଲେ।


ଦାଉଦ କହିଲେ, “ଉତ୍ତମ, ମୁଁ ତୁମ୍ଭ ସହିତ ଚୁକ୍ତି କରୁଅଛି। କିନ୍ତୁ ମୁଁ ତୁମ୍ଭକୁ ଗୋଟିଏ କଥା ପଗ୍ଭରିବି, ତୁମ୍ଭେ ଶାଉଲଙ୍କର କନ୍ୟା ମୀଖଲକୁ ମୋ’ ସମ୍ମୁଖକୁ ନ ଆଣିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ସାକ୍ଷାତ କରିବି ନାହିଁ।”


Swiv nou:

Piblisite


Piblisite