Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 18:23 - ପବିତ୍ର ବାଇବଲ

23 ଶାଉଲଙ୍କ ଦାସମାନେ ଏ କଥା ଦାଉଦଙ୍କୁ କହିଲେ, କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭେ କ’ଣ ଭାବୁଛ ରାଜାଙ୍କର ଜ୍ୱାଇଁ ହେବା ଅତି ସହଜ? ମୋର ଏତେ ଅର୍ଥ ନାହିଁ ଯାହାକି ମୁଁ ରାଜାଙ୍କର ଝିଅ ପାଇଁ ଖର୍ଚ୍ଚ କରି ପାରିବି। ମୁଁ ଜଣେ ଅତି ସାଧାରଣ ଦରିଦ୍ର ଲୋକ ଓ ମୋର ଅଳ୍ପ ମାନ୍ୟ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ତହିଁରେ ଶାଉଲଙ୍କର ଦାସମାନେ ଦାଉଦଙ୍କର କର୍ଣ୍ଣଗୋଚରରେ ଏହି କଥା କହିଲେ। ତହୁଁ ଦାଉଦ କହିଲେ, ରାଜାଙ୍କର ଜୁଆଁଇ ହେବା ତୁମ୍ଭମାନଙ୍କ ଦୃଷ୍ଟିରେ କି କ୍ଷୁଦ୍ର କଥା? କାରଣ ମୁଁ ଦରିଦ୍ର ଲୋକ ଓ ଅଳ୍ପମାନ୍ୟ।

Gade chapit la Kopi

ଓଡିଆ ବାଇବେଲ

23 ତହିଁରେ ଶାଉଲଙ୍କର ଦାସମାନେ ଦାଉଦଙ୍କର କର୍ଣ୍ଣଗୋଚରରେ ଏହି କଥା କହିଲେ। ତହୁଁ ଦାଉଦ କହିଲେ, ରାଜାଙ୍କର ଜୁଆଁଇ ହେବା ତୁମ୍ଭମାନଙ୍କ ଦୃଷ୍ଟିରେ କି କ୍ଷୁଦ୍ର କଥା ? କାରଣ ମୁଁ ଦରିଦ୍ର ଲୋକ ଓ ଅଳ୍ପମାନ୍ୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ତହିଁରେ ଶାଉଲଙ୍କର ଦାସମାନେ ଦାଉଦଙ୍କର କର୍ଣ୍ଣଗୋଚରରେ ଏହି କଥା କହିଲେ। ତହୁଁ ଦାଉଦ କହିଲେ, “ରାଜାଙ୍କର ଜୁଆଁଇ ହେବା ତୁମ୍ଭମାନଙ୍କ ଦୃଷ୍ଟିରେ କି କ୍ଷୁଦ୍ର କଥା? କାରଣ ମୁଁ ଦରିଦ୍ର ଲୋକ ଓ ଅଳ୍ପମାନ୍ୟ।”

Gade chapit la Kopi




1 ଶାମୁୟେଲ 18:23
12 Referans Kwoze  

ପରମପିତା ଆମ୍ଭମାନଙ୍କୁ ଅତ୍ୟଧିକ ପ୍ରେମ କଲେ। ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ରୂପେ ନାମିତ ହେବା ଦ୍ୱାରା ଆମ୍ଭ ପ୍ରତି ତାଙ୍କର ମହାନ୍ ପ୍ରେମ ପ୍ରକାଶ ପାଏ। ଆମ୍ଭେ ପ୍ରକୃତରେ ତାଙ୍କର ସନ୍ତାନ ଅଟୁ। କିନ୍ତୁ ଏ ଜଗତ (ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ) ପରମେଶ୍ୱରଙ୍କୁ ଚିହ୍ନି ପାରି ନ ଥିବାରୁ ଆମ୍ଭକୁ ମଧ୍ୟ ପରମେଶ୍ୱରଙ୍କ ସନ୍ତାନ ବୋଲି ଚିହ୍ନି ପାରୁ ନାହିଁ।


ଦରିଦ୍ର ଆପଣା ପ୍ରତିବାସୀରେ ହିଁ ଘୃଣିତ ହୁଅନ୍ତି, ମାତ୍ର ଧନବାନର ଅନେକ ବନ୍ଧୁ ଥା’ନ୍ତି।


ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମୋତେ ସମ୍ମାନ କରନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ।


ଶାଉଲ ଉତ୍ତର ଦେଲେ, “ମୁଁ ବିନ୍ୟାମୀନ ବଂଶର ସଦସ୍ୟ ଅଟେ। ଏହା ଇସ୍ରାଏଲର ଏକ ଛୋଟ ପରିବାରବର୍ଗ। ଆପଣ କାହିଁକି କହୁଛନ୍ତି ଇସ୍ରାଏଲୀୟମାନେ ମୋତେ ଗ୍ଭହାନ୍ତି?”


ତେଣୁ ଯାକୁବ ତାଙ୍କ ସହ ସେଠାରେ ସାତ ବର୍ଷ ରହି କାମ କଲେ। କିନ୍ତୁ ଏହା ତାଙ୍କୁ ଖୁବ୍ କମ ସମୟ ପରି ଜଣାଗଲା କାରଣ ସେ ରାହେଲକୁ ବହୁତ ଭଲ ପାଉଥିଲେ।


ମୁଁ ତୁମ୍ଭକୁ ସବୁକିଛି ଉପହାର ଦେବି ଏବଂ ସବୁ ଟଙ୍କା ଦେବି, ଯାହା ତୁମ୍ଭେ ମାଗୁଛ। ମାତ୍ର ଏହି କନ୍ୟାକୁ ମୋତେ ବିବାହ ଦିଅ।”


କିନ୍ତୁ ଦାଉଦ ଉତ୍ତର ଦେଲେ, “ମୁଁ ଏକ ଉଚ୍ଚ ପରିବାରର ନୁହେଁ କି ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ନୁହେଁ, ମୁଁ କିପରି ରାଜାଙ୍କର ଝିଅକୁ ବିବାହ କରି ପାରିବି।”


ଶାଉଲ ତାଙ୍କ ଦାସମାନଙ୍କୁ ଡାକି କହିଲେ, “ତୁମ୍ଭେ ଦାଉଦଙ୍କୁ ବ୍ୟକ୍ତିଗତ ଭାବରେ କୁହ ଯେ, ରାଜା ତୁମ୍ଭକୁ ଅତି ଭଲ ପାଉଛନ୍ତି। ସେମାନଙ୍କର ଅଧିକାରୀଗଣ ମଧ୍ୟ ତୁମ୍ଭକୁ ଭଲ ପାଉଛନ୍ତି। ବର୍ତ୍ତମାନ ତୁମ୍ଭେ ତାଙ୍କର କନ୍ୟାକୁ ବିବାହ କରିବା ଉଚିତ୍।”


ଶାଉଲର ଦାସମାନେ ଦାଉଦ କ’ଣ କହିଲା ତାହା ଶାଉଲଙ୍କୁ କହିଲେ।


ଯେଉଁ ଲୋକ ଆପଣା ପ୍ରତିବାସୀର ଗ୍ଭଟୁବାଦ କରେ, ସେ ତା'ର ପାଦ ପାଇଁ ଫାନ୍ଦ ବିଛାଏ।


Swiv nou:

Piblisite


Piblisite