Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 17:8 - ପବିତ୍ର ବାଇବଲ

8 ପ୍ରତ୍ୟେକ ଦିନ ଗଲିୟାତ ବାହାରେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟ ଶ୍ରେଣୀଙ୍କୁ ଚିତ୍କାର କରି କହୁଥିଲା, “ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଛ? ମୁଁ କି ଜଣେ ପଲେଷ୍ଟୀୟ ଲୋକ ନୁହେଁ? ତୁମ୍ଭେମାନେ ଶାଉଲର ଦାସ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋ’ ପାଖକୁ ଓହ୍ଲାଇ ଆସୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆଉ ସେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟ-ଶ୍ରେଣୀ ଆଡ଼େ ଡାକି ସେମାନଙ୍କୁ କହିଲା, ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଅଛ? ମୁଁ କି ସେହି ପଲେଷ୍ଟୀୟ ଲୋକ ନୁହେଁ? ଓ ତୁମ୍ଭେମାନେ କି ଶାଉଲର ଦାସ ନୁହଁ? ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋହର କତିକି ଓହ୍ଲାଇ ଆସୁ।

Gade chapit la Kopi

ଓଡିଆ ବାଇବେଲ

8 ଆଉ ସେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟଶ୍ରେଣୀ ଆଡ଼େ ଡାକି ସେମାନଙ୍କୁ କହିଲା, ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଅଛ ? ମୁଁ କି ସେହି ପଲେଷ୍ଟୀୟ ଲୋକ ନୁହେଁ ? ଓ ତୁମ୍ଭେମାନେ କି ଶାଉଲର ଦାସ ନୁହଁ ? ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋହର କତିକି ଓହ୍ଲାଇ ଆସୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ ସେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟଶ୍ରେଣୀ ଆଡ଼େ ଡାକି ସେମାନଙ୍କୁ କହିଲା, “ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଅଛ? ମୁଁ କି ସେହି ପଲେଷ୍ଟୀୟ ଲୋକ ନୁହେଁ? ଓ ତୁମ୍ଭେମାନେ କି ଶାଉଲର ଦାସ ନୁହଁ? ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋହର କତିକି ଓହ୍ଲାଇ ଆସୁ।

Gade chapit la Kopi




1 ଶାମୁୟେଲ 17:8
5 Referans Kwoze  

ସେ ତୁମ୍ଭମାନଙ୍କର ଗୋଠର ଏକ-ଦଶମାଂଶ ନେଇଯିବେ। “ଏବଂ ତୁମ୍ଭେମାନେ ରାଜାଙ୍କର କ୍ରୀତଦାସ ହୋଇ ରହିବ।


କିନ୍ତୁ ଯୋୟାବ ଉତ୍ତର ଦେଲେ, “ସଦାପ୍ରଭୁ ତାଙ୍କର ଦେଶକୁ 100 ଗୁଣ ବର୍ଦ୍ଧିତ କରନ୍ତୁ। ମହୋଦୟ, ସମଗ୍ର ଇସ୍ରାଏଲର ଲୋକ ଆପଣଙ୍କ ଦାସ ଅଟନ୍ତି।” ହେ ମୋର ମହାଶୟ ଓ ରାଜା, ଆପଣ କାହିଁକି ଏହା କରିବାକୁ ଇଚ୍ଛା କରୁଅଛନ୍ତି? ଏହା ଦ୍ୱାରା ଆପଣ ଇସ୍ରାଏଲର ଲୋକମାନଙ୍କୁ ପାପ ଦୋଷରେ ଦୋଷୀ କରାଇବେ।”


ଊରିୟ ଦାଉଦଙ୍କୁ କହିଲା, “ପବିତ୍ର ସିନ୍ଦୁକ, ଇସ୍ରାଏଲ ଓ ଯିହୁଦାର ସୈନ୍ୟବାହିନୀ ଏବଂ ମୋର ରାଜାଙ୍କର ଅଧିକାରୀଗଣ ଖୋଲା ପଦାରେ ତମ୍ବୁ କରିଛନ୍ତି। ତେଣୁ ମୁଁ କିପରି ଭୋଜନ କରିବାକୁ ଘରକୁ ଯିବି ଏବଂ ତା'ପରେ ମୋର ସ୍ତ୍ରୀଙ୍କ ସହିତ ଶୟନ କରିବି? ତୁମ୍ଭେ ଓ ମୁଁ ବଞ୍ଚିଥିବା ଯାଏ ସେପରି କରିବି ନାହିଁ।”


ଦାଉଦ ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ ପଗ୍ଭରିଲେ, “ସେ କ’ଣ କହିଲା? ଯେଉଁ ଲୋକ ଏହି ପଲେଷ୍ଟୀୟକୁ ବଧ କରି ଏବଂ ଇସ୍ରାଏଲର ଏହି ଅପମାନ ଦୂର କରିବ, ତାହା ପ୍ରତି କ’ଣ କରାଯିବ? କିଏ ଏହି ଅସୁନ୍ନତ ପଲେଷ୍ଟୀୟ ଯିଏ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଛାଉଣିକି ଅବମାନନା କରିବାକୁ ସାହସ କରେ।”


ସେ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିୟାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ୟବାହିନୀ ମଧ୍ୟରୁ ଉଠି ଆସି ପୂର୍ବ ପରି ପାଟିକଲା। ଦାଉଦ ତାହା ଶୁଣିଲେ।


Swiv nou:

Piblisite


Piblisite