Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 17:45 - ପବିତ୍ର ବାଇବଲ

45 ଦାଉଦ ଗଲିୟାତକୁ କହିଲେ, “ତୁମ୍ଭେ ‌‌ଖ‌ଡ଼୍‌ଗ ବର୍ଚ୍ଛା ଓ ଶଲ୍ୟ ଘେନି ମୋ’ ପାଖକୁ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ ସେହି ଇସ୍ରାଏଲର ସୈନ୍ୟବାହିନୀର ପରମେଶ୍ୱର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

45 ତେବେ ଦାଉଦ ପଲେଷ୍ଟୀୟକୁ କହିଲେ, ତୁମ୍ଭେ ଖଡ଼୍‍ଗ ଘେନି, ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋʼ କତିକି ଆସିଅଛ; ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ, ସେହି ଇସ୍ରାଏଲ ସୈନ୍ୟଶ୍ରେଣୀର ପରମେଶ୍ଵର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି।

Gade chapit la Kopi

ଓଡିଆ ବାଇବେଲ

45 ତେବେ ଦାଉଦ ପଲେଷ୍ଟୀୟକୁ କହିଲେ, ତୁମ୍ଭେ ଖଡ୍ଗ ଘେନି, ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋ’ କତିକି ଆସିଅଛ; ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ, ସେହି ଇସ୍ରାଏଲ ସୈନ୍ୟଶ୍ରେଣୀର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

45 ତେବେ ଦାଉଦ ପଲେଷ୍ଟୀୟକୁ କହିଲେ, “ତୁମ୍ଭେ ଖଡ୍ଗ ଘେନି, ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋʼ କତିକି ଆସିଅଛ; ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ, ସେହି ଇସ୍ରାଏଲ ସୈନ୍ୟଶ୍ରେଣୀର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି।

Gade chapit la Kopi




1 ଶାମୁୟେଲ 17:45
21 Referans Kwoze  

ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାଯ୍ୟରେ ସଂଗ୍ରାମ କରୁ ସେଗୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ରରେ ପରମେଶ୍ୱରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତ୍ରୁର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରିପାରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାଯ୍ୟରେ ଆମ୍ଭେ ଲୋକଙ୍କ ସମସ୍ତ ଯୁକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉଠୁଥିବା ପ୍ରତ୍ୟେକ ଗର୍ବର କଥା ଖଣ୍ଡନ କରୁ।


ଅଶୂରର ରାଜାଙ୍କ ସହିତ କେବଳ ଲୋକମାନେ ଅଛନ୍ତି। କିନ୍ତୁ ଆମ୍ଭମାନଙ୍କ ସହିତ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଛନ୍ତି। ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ସେ ଆମ୍ଭମାନଙ୍କର ନିମନ୍ତେ ଯୁଦ୍ଧ କରିବେ।” ଏହିପରି ଯିହୁଦାର ରାଜା ହିଜକିୟ ଲୋକମାନଙ୍କୁ ଉତ୍ସାହିତ କଲେ ଓ ସେମାନଙ୍କୁ ଶକ୍ତିଯୁକ୍ତ କଲେ।


ଆମ୍ଭେ ନିଜେ ସମସ୍ତ ଉତ୍ତମ କର୍ମ କରି ପାରୁ, ତାହା ନୁହେଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ୟ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୋଇଛି।


ଖ୍ରୀଷ୍ଟଙ୍କଠାରୁ ମୋତେ ଶକ୍ତି, ପ୍ରଦତ୍ତ ହୋଇଥିବାରୁ, ତାଙ୍କ ମାଧ୍ୟମରେ ମୁଁ ସବୁକିଛି କରିବାକୁ ସକ୍ଷମ।


ହେ ସଦାପ୍ରଭୁ, ତୁମ୍ଭେ ମୋର ଶୈଳ, ମୋ’ ନିରାପତ୍ତାରେ ଆଶ୍ରୟସ୍ଥଳ। ମୋର ପରମେଶ୍ୱର ମୋ’ ପାଇଁ ଶୈଳ ସଦୃଶ ଦୃଢ଼। ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ଯାଏ। ପରମେଶ୍ୱର ମୋର ଢାଲ ସଦୃଶ। ତାଙ୍କର ଶକ୍ତି ମୋର ରକ୍ଷା ଶୃଙ୍ଗ। ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଲୁଚିବା ସ୍ଥାନର ଆଶ୍ରୟସ୍ଥଳ।


ଆମ୍ଭମାନଙ୍କର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିଲା, ଯିଏ ସ୍ୱର୍ଗ ଓ ପୃଥିବୀକୁ ନିର୍ମାଣ କଲେ।


ମୁଁ ସିଂହ ଓ ଭାଲୁ ଉଭୟଙ୍କୁ ବଧ କରିଛି ଏବଂ ମୁଁ ମଧ୍ୟ ଗଲିୟାତକୁ ସେହିପରି ବଧ କରିବି। ଗଲିୟାତ ମରିବ କାରଣ ସେ ଜୀବିତ ପରମେଶ୍ୱରଙ୍କର ସୈନ୍ୟକୁ ତୁଚ୍ଛ କରିଅଛି।


ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ? କାହା ବିରୁଦ୍ଧରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ? ପୁଣି ଗର୍ବରେ ଦୃଷ୍ଟି ଊର୍ଦ୍ଧ୍ୱକୁ କରିଅଛ। ଏସବୁ ଇସ୍ରାଏଲ ପବିତ୍ର ସ୍ୱରୂପ ବିରୁଦ୍ଧରେ ନୁହେଁ କି?


ପଲେଷ୍ଟୀୟ ମଧ୍ୟ କହିଲା, “ଆଜି ମୁଁ ଇସ୍ରାଏଲର ସୈନ୍ୟବାହିନୀକୁ ତୁଚ୍ଛ କରୁଅଛି। ମୁଁ ସାହସ କରି କହୁଅଛି ମୋତେ ଜଣେ ଲୋକ ଦିଅ, ତେବେ ଆମ୍ଭେମାନେ ପରସ୍ପର ଯୁଦ୍ଧ କରି ପାରିବୁ।”


ହେ ସଦାପ୍ରଭୁ, ଶେଷରେ ତୁମ୍ଭର ହିଁ ବିଜୟ ହେବ। ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର। ସେଲା


ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସେଠାକୁ ଯାଇ ରକ୍ଷା ପାଆନ୍ତି।


ମୁଁ ମୋର ଧନୁରେ ବିଶ୍ୱାସ କରେ ନାହିଁ, କିଅବା ମୋର ଖଣ୍ଡା ମୋତେ ରକ୍ଷା କରି ପାରିବ ନାହିଁ।


ମାତ୍ର ତୁମ୍ଭେ କେବେ ଉଠିବ, ବସିବ, ବାହାରକୁ ଯିବ, ଭିତରକୁ ଆସିବ, ପୁଣି ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରିବ, ଏସବୁ ଆମ୍ଭେ ଜାଣୁ।


ଦାଉଦ ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ ପଗ୍ଭରିଲେ, “ସେ କ’ଣ କହିଲା? ଯେଉଁ ଲୋକ ଏହି ପଲେଷ୍ଟୀୟକୁ ବଧ କରି ଏବଂ ଇସ୍ରାଏଲର ଏହି ଅପମାନ ଦୂର କରିବ, ତାହା ପ୍ରତି କ’ଣ କରାଯିବ? କିଏ ଏହି ଅସୁନ୍ନତ ପଲେଷ୍ଟୀୟ ଯିଏ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଛାଉଣିକି ଅବମାନନା କରିବାକୁ ସାହସ କରେ।”


ସେ ଗୋଡ଼ରେ ପିତ୍ତଳର ସ୍ତ୍ରାଣ ପିନ୍ଧି ଥିଲା ଓ ତା'ର ପଛରେ ପିତ୍ତଳର ବର୍ଚ୍ଛା ବନ୍ଧା ହୋଇଥିଲା।


ଆସା ସେରହଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଲେ। ମାରେଶାର ସଫାଥା ଉପତ୍ୟକାର ମାରେଶାହ ନିକଟରେ ଯୁଦ୍ଧ କରିବା ନିମନ୍ତେ ଆସାଙ୍କ ସୈନ୍ୟଦଳ ପ୍ରସ୍ତୁତ ହୋଇ ରହିଲେ।


ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ। ଆମ୍ଭେ ବିଜୟୀ ଦଳ।


Swiv nou:

Piblisite


Piblisite