Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 17:4 - ପବିତ୍ର ବାଇବଲ

4 ଗା‌ଥ୍‌ନିବାସୀ ଗଲିୟାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଏଥିରେ ଗାଥ୍ ନିବାସୀ ଗଲୀୟାତ ନାମକ ଏକ ମଲ୍ଲଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ।

Gade chapit la Kopi

ଓଡିଆ ବାଇବେଲ

4 ଏଥିରେ ଗାଥ୍‍ ନିବାସୀ ଗଲୀୟାତ ନାମକ ଏକ ମଲ୍ଲଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଥିରେ ଗାଥ୍‍ ନିବାସୀ ଗଲୀୟାତ ନାମକ ଏକ ମଲ୍ଲଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ।

Gade chapit la Kopi




1 ଶାମୁୟେଲ 17:4
11 Referans Kwoze  

ଇସ୍ରାଏଲ ସନ୍ତାନଗଣର ଦେଶରେ ଅନାକୀୟମାନଙ୍କର କେହି ହେଲେ ଜୀବିତ ରହିଲେ ନାହିଁ। କେବଳ ଘସାରେ ଗାଥ୍ ଓ ଅ‌‌ସ୍‌‌ଦୋଦରେ କେହି କେହି ରହିଗଲେ।


ସେ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିୟାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ୟବାହିନୀ ମଧ୍ୟରୁ ଉଠି ଆସି ପୂର୍ବ ପରି ପାଟିକଲା। ଦାଉଦ ତାହା ଶୁଣିଲେ।


ବନାୟ ଜଣେ ଅତିକାୟ ମିସ୍ରୀୟ ସୈନ୍ୟକୁ ବଧ କଲେ। ସେହି ବ୍ୟକ୍ତି ପାଞ୍ଚ ହାତ ଦୀର୍ଘ ଉଚ୍ଚ ଥିଲା। ସେହି ମିସ୍ରୀୟ ନିକଟରେ ଏକ ବଡ଼ ଓ ଓଜନିଆ ବର୍ଚ୍ଛା ଥିଲା। ତାହା ଏକ ବୁଣାକାରର ତନ୍ତର ଦଣ୍ଡପରି ବିରାଟ ଥିଲା। ବନାୟ ନିକଟରେ କେବଳ ଠେଙ୍ଗାଟିଏ ଥିଲା। ବନାୟ ସେହି ମିସ୍ରୀୟ ବ୍ୟକ୍ତିର ହସ୍ତରୁ ବର୍ଚ୍ଛା ଧରି ଛଡ଼େଇ ନେଲେ। ଏହା ପରେ ବନାୟ ସେହି ମିସ୍ରୀୟକୁ ତାହାର ନିଜ ବର୍ଚ୍ଛା ଦ୍ୱାରା ବିଦ୍ଧ କରି ହତ୍ୟା କଲେ।


ଲୋକମାନେ ଶାଉଲଙ୍କୁ କହିଲେ, ଦାଉଦ ଗା‌ଥ୍‌କୁ ପଳାଇ ଅଛି। ଏ କଥା ଜାଣିବା ପରେ ସେ ଆଉ ତାଙ୍କର ଅନ୍ୱେଷଣ କଲେ ନାହିଁ।


ଅବଶିଷ୍ଟ ରଫାୟୀୟମାନଙ୍କ ମଧ୍ୟରୁ କେବଳ ବାଶନରାଜା ଓଗ୍ ଅବଶିଷ୍ଟ ରହିଲା। ଓ‌‌ଗ୍‌‌ର ଖଟଟି ଲୁହାରେ ତିଆରି ହୋଇଥିଲା। ଏହାର ଲମ୍ବ ଥିଲା ନଅ ହାତ ଓ ପ୍ରସ୍ଥ ଥିଲା ଗ୍ଭରି ହାତ। ସେହି ଖଟଟି ଏବେ ମଧ୍ୟ ରବ୍ବାରେ ଅଛି ଯେଉଁଠାରେ ଅମ୍ମୋନ ସନ୍ତାନଗଣ ବାସ କରୁଛନ୍ତି।


“କିନ୍ତୁ ଆମ୍ଭେ ଯିଏ କି ଜଣେ ଥିଲୁ, ଇମୋରୀୟକୁ ସେମାନଙ୍କ ସମ୍ମୁଖରେ ଧ୍ୱଂସ କଲୁ। ଇମୋରୀୟ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସେମାନଙ୍କର ଊର୍ଦ୍ଧ୍ୱ ଭାଗରେ ଥିବା ଫଳ ଓ ନିମ୍ନ ଭାଗରେ ଥିବା ମୂଳକୁ ନଷ୍ଟ କଲୁ।


ତହିଁରେ ପଲେଷ୍ଟୀୟମାନେ ପର୍ବତର ଏକ ଦିଗରେ ଓ ଇସ୍ରାଏଲ ପର୍ବତର ଅନ୍ୟ ଦିଗରେ ଠିଆ ହେଲେ। ଉଭୟଙ୍କ ମଧ୍ୟରେ ଉପତ୍ୟକା ଥିଲା।


ତା'ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା। ସେହି ସାଞ୍ଜୁଆଟି ପାଞ୍ଚ ସହସ୍ର ଶେକଲ ଓଜନ ପିତ୍ତଳର ଥିଲା।


Swiv nou:

Piblisite


Piblisite