Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 17:39 - ପବିତ୍ର ବାଇବଲ

39 ଦାଉଦ ଆପଣା ବସ୍ତ୍ର ଉପରେ ‌‌ଖ‌ଡ଼୍‌ଗ ବାନ୍ଧି ଗ୍ଭଲିବାକୁ ଚେଷ୍ଟା କଲେ, ସେ ଅକୃତକାର୍ଯ୍ୟ ହେଲେ, କାରଣ ଏହିପରି ଓଜନିଆଁ ସାମଗ୍ରୀ ପିନ୍ଧିବାର ଅଭ୍ୟାସ ନ ଥିଲା। ଆଉ ଦାଉଦ ଶାଉଲଙ୍କୁ କହିଲେ, “ମୁଁ ଏହି ସାମଗ୍ରୀ ନେଇ ଯୁଦ୍ଧ କରି ନ ପାରେ, ମୁଁ ସେଗୁଡ଼ିକ ସହିତ ଅଭ୍ୟସ୍ତ ନୁହେଁ।” ତେଣୁ ତାକୁ ସେ କାଢ଼ି ରଖିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ପୁଣି ଦାଉଦ ଆପଣା ବସ୍ତ୍ର ଉପରେ ଖଡ଼୍‍ଗ ବାନ୍ଧି ଚାଲିବାକୁ ଚେଷ୍ଟା କଲେ; କାରଣ ସେ ତାହା ପରଖ କରି ନ ଥିଲେ। ଆଉ ଦାଉଦ ଶାଉଲଙ୍କୁ କହିଲେ, ମୁଁ ଏହି ବେଶରେ ଯାଇ ନ ପାରେ, କାରଣ ମୁଁ ସେସବୁ ପରଖ କରି ନାହିଁ। ଏଣୁ ଦାଉଦ ତାହା କାଢ଼ି ରଖିଲେ।

Gade chapit la Kopi

ଓଡିଆ ବାଇବେଲ

39 ପୁଣି, ଦାଉଦ ଆପଣା ବସ୍ତ୍ର ଉପରେ ଖଡ୍ଗ ବାନ୍ଧି ଚାଲିବାକୁ ଚେଷ୍ଟା କଲେ; କାରଣ ସେ ତାହା ପରଖ କରି ନ ଥିଲେ। ଆଉ ଦାଉଦ ଶାଉଲଙ୍କୁ କହିଲେ, ମୁଁ ଏହି ବେଶରେ ଯାଇ ନ ପାରେ, କାରଣ ମୁଁ ସେସବୁ ପରଖ କରି ନାହିଁ। ଏଣୁ ଦାଉଦ ତାହା କାଢ଼ି ରଖିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ପୁଣି, ଦାଉଦ ଆପଣା ବସ୍ତ୍ର ଉପରେ ଖଡ୍ଗ ବାନ୍ଧି ଚାଲିବାକୁ ଚେଷ୍ଟା କଲେ; କାରଣ ସେ ତାହା ପରଖ କରି ନ ଥିଲେ। ଆଉ ଦାଉଦ ଶାଉଲଙ୍କୁ କହିଲେ, “ମୁଁ ଏହି ବେଶରେ ଯାଇ ନ ପାରେ, କାରଣ ମୁଁ ସେସବୁ ପରଖ କରି ନାହିଁ।” ଏଣୁ ଦାଉଦ ତାହା କାଢ଼ି ରଖିଲେ।

Gade chapit la Kopi




1 ଶାମୁୟେଲ 17:39
5 Referans Kwoze  

ସେ କହିଲେ, “ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, ‘ଏହା ପରାକ୍ରମ କି ବଳଦ୍ୱାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।


କିନ୍ତୁ ଆମ୍ଭେ ଯିହୁଦାର ଲୋକଙ୍କୁ ଦୟା ଦେଖାଇବା। ଆମ୍ଭେ ଯିହୁଦା ଦେଶକୁ ରକ୍ଷା କରିବା। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଯୁଦ୍ଧରେ ଅଶ୍ୱ କି ସୈନ୍ୟ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ଆମ୍ଭ ନିଜ ଶକ୍ତି ବଳରେ ରକ୍ଷା କରିବା।”


ଶାଉଲ ଦାଉଦଙ୍କୁ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କ ମସ୍ତକରେ ପିତ୍ତଳ ଟୋପର ଦେଇ ତାହାଙ୍କୁ ସାଞ୍ଜୁଆ ପିନ୍ଧାଇଲେ।


ଦାଉଦ ଆପଣା ଯଷ୍ଟି ହାତରେ ଧରି ନଦୀରୁ ପାଞ୍ଚ ଗୋଟି ଚି‌କ୍‌କଣ ପଥର ବାଛିଲେ ଓ ସେଗୁଡ଼ିକୁ ନିଜର ମେଷପାଳକ ଥଳି ମଧ୍ୟରେ ରଖିଲେ। ନିଜ ହାତରେ ନିଜର ଛାଟିଣୀଟି ଧରି ପଲେଷ୍ଟୀୟ ନିକଟକୁ ଗଲେ।


Swiv nou:

Piblisite


Piblisite