Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 17:10 - ପବିତ୍ର ବାଇବଲ

10 ପଲେଷ୍ଟୀୟ ମଧ୍ୟ କହିଲା, “ଆଜି ମୁଁ ଇସ୍ରାଏଲର ସୈନ୍ୟବାହିନୀକୁ ତୁଚ୍ଛ କରୁଅଛି। ମୁଁ ସାହସ କରି କହୁଅଛି ମୋତେ ଜଣେ ଲୋକ ଦିଅ, ତେବେ ଆମ୍ଭେମାନେ ପରସ୍ପର ଯୁଦ୍ଧ କରି ପାରିବୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଆହୁରି ସେ ପଲେଷ୍ଟୀୟ କହିଲା, ଆଜି ମୁଁ ଇସ୍ରାଏଲର ସୈନ୍ୟ-ଶ୍ରେଣୀକି ତୁଚ୍ଛ କରୁଅଛି; ମୋତେ ଜଣେ ଲୋକ ଦିଅ, ଆମ୍ଭେମାନେ ପରସ୍ପର ଯୁଦ୍ଧ କରିବୁ।

Gade chapit la Kopi

ଓଡିଆ ବାଇବେଲ

10 ଆହୁରି ସେ ପଲେଷ୍ଟୀୟ କହିଲା, ଆଜି ମୁଁ ଇସ୍ରାଏଲର ସୈନ୍ୟଶ୍ରେଣୀକୁ ତୁଚ୍ଛ କରୁଅଛି; ମୋତେ ଜଣେ ଲୋକ ଦିଅ, ଆମ୍ଭେମାନେ ପରସ୍ପର ଯୁଦ୍ଧ କରିବୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଆହୁରି ସେ ପଲେଷ୍ଟୀୟ କହିଲା, “ଆଜି ମୁଁ ଇସ୍ରାଏଲର ସୈନ୍ୟଶ୍ରେଣୀକୁ ତୁଚ୍ଛ କରୁଅଛି; ମୋତେ ଜଣେ ଲୋକ ଦିଅ, ଆମ୍ଭେମାନେ ପରସ୍ପର ଯୁଦ୍ଧ କରିବୁ।”

Gade chapit la Kopi




1 ଶାମୁୟେଲ 17:10
14 Referans Kwoze  

ଦାଉଦ ଗଲିୟାତକୁ କହିଲେ, “ତୁମ୍ଭେ ‌‌ଖ‌ଡ଼୍‌ଗ ବର୍ଚ୍ଛା ଓ ଶଲ୍ୟ ଘେନି ମୋ’ ପାଖକୁ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ ସେହି ଇସ୍ରାଏଲର ସୈନ୍ୟବାହିନୀର ପରମେଶ୍ୱର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି।


ମୁଁ ସିଂହ ଓ ଭାଲୁ ଉଭୟଙ୍କୁ ବଧ କରିଛି ଏବଂ ମୁଁ ମଧ୍ୟ ଗଲିୟାତକୁ ସେହିପରି ବଧ କରିବି। ଗଲିୟାତ ମରିବ କାରଣ ସେ ଜୀବିତ ପରମେଶ୍ୱରଙ୍କର ସୈନ୍ୟକୁ ତୁଚ୍ଛ କରିଅଛି।


କିନ୍ତୁ ହୋରୋଣୀୟ ସ‌ନ୍‌ବଲ୍ଲଟ୍ ଓ ଅମ୍ମୋନୀୟ ଟୋବିୟ ଓ ଆରବୀୟ ଗେଶମ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ କଲେ ଓ ଘୃଣା କଲେ। ସେମାନେ କହିଲେ, ତୁମ୍ଭେମାନେ କ’ଣ ଏ କି କାର୍ଯ୍ୟ କରୁଅଛ? “ତୁମ୍ଭେମାନେ କ’ଣ ରାଜଦ୍ରୋହ କରୁଅଛ?”


ପୁଣି ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ଶିମିୟିର ପୁତ୍ର ଯୋନାଥନ ତାହାକୁ ବଧ କଲା।


ଏଣୁ ମୁଁ ନବୂଖ‌ଦ୍‌ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିୟା ସତ୍ୟ ଓ ତାଙ୍କର ପଥ ସବୁ ନ୍ୟାର୍ଯ୍ୟ। ଆଉ ସେ ଗର୍ବୀମାନଙ୍କୁ ନମ୍ର କରନ୍ତି।


ଆଉ ସଦାପ୍ରଭୁ କହନ୍ତି, “ଜ୍ଞାନବାନ୍ ଆପଣା ଜ୍ଞାନରେ ଦର୍ପ ନ କରୁ, ବଳବାନ୍ ଆପଣା ବଳରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନରେ ଗର୍ବ ନ କରୁ।


ଅହଙ୍କାର ସର୍ବନାଶର ସମ୍ମୁଖରେ ଆସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖରେ ଆସେ।


ତା'ପରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲିୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ଜଣ ଶକ୍ତିଶାଳୀ ବୀରଙ୍କ ମଧ୍ୟରେ ଜଣେ ଥିଲା, ଯେତେବେଳେ ସେମାନେ ପଲେଷ୍ଟୀୟମାନଙ୍କୁ ମୁକାବୁଲା କଲେ, ସେମାନେ ଦାଉଦଙ୍କ ସହିତ ଥିଲେ। ସେମାନେ ଯୁଦ୍ଧ ପାଇଁ ଏକତ୍ରିତ ହେଲେ କିନ୍ତୁ ଇସ୍ରାଏଲ ଲୋକମାନେ ଦୌଡ଼ି ପଳାଇଲେ।


ଯେତେବେଳେ ଶାଉଲ ଓ ଇସ୍ରାଏଲୀୟମାନେ ପଲେଷ୍ଟୀୟର ଏହି ସକଳ କଥା ଶୁଣନ୍ତେ। ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ।


ଅଶୂରର ରାଜା ଜୀବନ୍ତ ସଦାପ୍ରଭୁଙ୍କ ବିଷୟରେ ମନ୍ଦ କଥା କହିବାକୁ ତାଙ୍କର ସେନାଧ୍ୟକ୍ଷଙ୍କୁ ପଠାଇଲେ। ହୋଇପାରେ ସଦାପ୍ରଭୁ ଶୁଣି ପାରନ୍ତି, ଯାହା ସେନାଧ୍ୟକ୍ଷ କହିଲା ଓ ଶତ୍ରୁକୁ ଦଣ୍ତ ଦେବେ। ଏଣୁ ଦୟାକରି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି।”


Swiv nou:

Piblisite


Piblisite