Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 16:4 - ପବିତ୍ର ବାଇବଲ

4 ଶାମୁୟେଲ ସଦାପ୍ରଭୁଙ୍କର ବାକ୍ୟ ଅନୁସାରେ କାର୍ଯ୍ୟ କଲେ। ଶାମୁୟେଲ ବୈ‌ଥ୍‌ଲେହମରେ ପହଞ୍ଚିଲେ। ତହିଁରେ ନଗରର ପୁରୁଖାମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଗ୍ଭରିଲେ, “ଆପଣଙ୍କ ଆଗମନ କୁଶଳ ତ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ବାକ୍ୟାନୁସାରେ କାର୍ଯ୍ୟ କରି ବେଥ୍ଲିହିମ୍ରେ ଉପସ୍ଥିତ ହେଲେ। ତହିଁରେ ନଗରର ପ୍ରାଚୀନମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଚାରିଲେ, ଆପଣଙ୍କ ଆଗମନ କୁଶଳ?

Gade chapit la Kopi

ଓଡିଆ ବାଇବେଲ

4 ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ବାକ୍ୟାନୁସାରେ କାର୍ଯ୍ୟ କରି ବେଥଲିହିମରେ ଉପସ୍ଥିତ ହେଲେ। ତହିଁରେ ନଗରର ପ୍ରାଚୀନମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଚାରିଲେ, ଆପଣଙ୍କ ଆଗମନ କୁଶଳ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ବାକ୍ୟାନୁସାରେ କାର୍ଯ୍ୟ କରି ବେଥଲିହିମରେ ଉପସ୍ଥିତ ହେଲେ। ତହିଁରେ ନଗରର ପ୍ରାଚୀନମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଚାରିଲେ, “ଆପଣଙ୍କ ଆଗମନ କୁଶଳ?”

Gade chapit la Kopi




1 ଶାମୁୟେଲ 16:4
13 Referans Kwoze  

ତା'ପରେ ହଗୀତର ପୁତ୍ର ଅଦୋନିୟ ଶଲୋମନଙ୍କର ମାତା ବ‌ତ୍‌ଶେବା ନିକଟକୁ ଆସିଲେ। ବ‌ତ୍‌ଶେବା ତାଙ୍କୁ ପଗ୍ଭରିଲେ, “ଶାନ୍ତିରେ ଆସିଲ ତ?” ଅଦୋନିୟ ଉତ୍ତର ଦେଲେ, “ହଁ, ଶାନ୍ତିରେ ଆସିଲି।


ଶିମୋନ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡ଼ିଏ ମାଛ ଧରି ପାରିଥିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଶିମୋନ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡ଼ିଯାଇ କହିଲେ, “ହେ ପ୍ରଭୁ! ତୁମ୍ଭେ ମୋ’ ପାଖରୁ ଗ୍ଭଲିଯାଅ। ମୁଁ ଜଣେ ପାପୀ ମଣିଷ।”


ଯୋରାମ ଯେହୂଙ୍କୁ ଦେଖି ପଗ୍ଭରିଲେ, “ହେ ଯେହୂ, ତୁମ୍ଭେ ଶାନ୍ତିର ସହିତ ଆସିଛ ତ?” ଯେହୂ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଇଷେବଲ୍ ନାନା ବ୍ୟଭିଗ୍ଭର ଓ ମାୟାବତୀ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି, କି ଶାନ୍ତ ଏଠାରେ ଅଛି?”


ତା'ପରେ ଦାଉଦ ପଳାଇଲେ ଏବଂ ଯୋନାଥନ ସହରକୁ ଫେରିଗଲେ। ଦାଉଦ ନୋବକୁ ଗଲେ। ଯାଜକ ଅହୀମେଲକକୁ ଦେଖା କରିବାକୁ ଗଲେ। ଅହୀମେଲକ ଦାଉଦକୁ ଦେଖିବା ପାଇଁ ବାହାରକୁ ଆସିଲେ ଓ ସେ ଭୟରେ ଥରୁଥିଲେ। ଅହୀମେଲକ ଦାଉଦଙ୍କୁ ପଗ୍ଭରିଲେ, “ତୁମ୍ଭେ କାହିଁକି ଏକା ଆସିଛ? ତୁମ୍ଭ ସହିତ ଆଉ କେହି ଆସିଲେ ନାହିଁ କାହିଁକି?”


ସେହି ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୋ’ ବିରୁଦ୍ଧରେ ତୁମ୍ଭର କ’ଣ ଅଛି? ତୁମ୍ଭେ କ’ଣ ମୋର ପାପ ସ୍ମରଣ କରେଇବାକୁ ଓ ମୋର ପୁତ୍ରର ମୃତ୍ୟୁର କାରଣ ହେବା ପାଇଁ ଆସିଅଛ?”


ସେ ଅଞ୍ଚଳର ସମସ୍ତ ଲୋକ ଯୀଶୁଙ୍କୁ ସେହି ସ୍ଥାନରୁ ଗ୍ଭଲିଯିବା ପାଇଁ ଅନୁରୋଧ କଲେ। କାରଣ ସେମାନେ ସମସ୍ତେ ବହୁତ ଡରି ଯାଇଥିଲେ। ତେଣୁ ଯୀଶୁ ଡଙ୍ଗାରେ ବସି ଗାଲିଲୀ ଫେରିଗଲେ।


ଯୋଷେଫ ଦାଉଦଙ୍କ ବଂଶର ହୋଇଥିବାରୁ ସେ ଗାଲିଲୀର ନାଜରିତ ନଗରରୁ ଯିହୂଦା ପ୍ରଦେଶର ବେ‌ଥ୍‌ଲେହିମକୁ ଗଲେ। ବେ‌ଥ୍‌ଲେହିମ ନଗର ଦାଉଦଙ୍କ ନଗର ନାମରେ ପରିଚିତ ଥିଲା।


ଆମ୍ଭେ ଗୋଟିଏ ସିଂହ ସଦୃଶ ଗର୍ଜନ କରିବା। ଆମ୍ଭର ପିଲାମାନେ ଆସିବେ ଓ ଆମ୍ଭଙ୍କୁ ଅନୁସରଣ କରିବେ। ଏହି ପିଲାମାନେ ଭୟରେ ଥରିଥରି ପଶ୍ଚିମରୁ ଆସିବେ।


ଆମ୍ଭେ ସେମାନଙ୍କୁ ନିପାତ କରିବା ପାଇଁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ନିଯୁକ୍ତି କଲୁ ଓ ଆମ୍ଭେ ଆପଣା ଆଦେଶରେ ଲୋକମାନଙ୍କୁ ମୃତ୍ୟୁ ଦେଲୁ। କିନ୍ତୁ ସେହି ନିର୍ଣ୍ଣୟରୁ ନ୍ୟାୟ ସଦୃଶ ଆଲୋକ ଆସିବ।


ସେହି ଦିନ ଦାଉଦ ସଦାପ୍ରଭୁଙ୍କୁ ଭୟ କଲେ। ଦାଉଦ ଭାବିଲେ, “ମୁଁ କିପରି ପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ମୋ’ ପାଖକୁ ଆଣିବି।”


ପଦ୍ଦନ୍ ଅରାମଠାରୁ କିଣାନ ଦେଶକୁ ମୋର ଆଗମନ କାଳରେ ରାହେଲ, ଇଫ୍ରାଥାର ରାସ୍ତାରେ ମରିଗଲା। ସେଥି ନିମନ୍ତେ ମୁଁ ତାକୁ ଇଫ୍ରାଥାରେ (ବୈ‌ଥ୍‌ଲେହମରେ) କବର ଦେଲି।”


ଇଫ୍ରାଥା ଯିବା ପରେ ତାହା ବୈ‌ଥ୍‌ଲେହମ ନିକଟରେ ରାହେଲକୁ କବର ଦିଆଗଲା।


Swiv nou:

Piblisite


Piblisite