Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 16:20 - ପବିତ୍ର ବାଇବଲ

20 ତା'ପରେ ଯିଶୀ କେବଳ ଦାଉଦଙ୍କୁ ପଠାଇଲେ ନାହିଁ, ତା’ ସହିତ ଶାଉଲ ନିମନ୍ତେ କିଛି ଉପହାର ପଠାଇଲେ: ଗୋଟିଏ ଛେଳି ଓ ଗୋଟିଏ ଗଧରେ ବୋଝେଇ ଖାଦ୍ୟ ଓ ଦ୍ରାକ୍ଷାରସ ପଠାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ତହିଁରେ ଯିଶୀ ରୋଟୀରେ ନଦା ଏକ ଗଧ, ଏକ କୁମ୍ପା ଦ୍ରାକ୍ଷାରସ ଓ ଏକ ଛେଳିଛୁଆ ନେଇ ଆପଣା ପୁତ୍ର ଦାଉଦଙ୍କ ହସ୍ତରେ ଶାଉଲଙ୍କ ନିକଟକୁ ପଠାଇଲା।

Gade chapit la Kopi

ଓଡିଆ ବାଇବେଲ

20 ତହିଁରେ ଯିଶୀ ରୁଟିରେ ନଦା ଏକ ଗଧ, ଏକ କୁମ୍ପା ଦ୍ରାକ୍ଷାରସ ଓ ଏକ ଛେଳିଛୁଆ ନେଇ ଆପଣା ପୁତ୍ର ଦାଉଦଙ୍କ ହସ୍ତରେ ଶାଉଲଙ୍କ ନିକଟକୁ ପଠାଇଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ତହିଁରେ ଯିଶୀ ରୁଟିରେ ନଦା ଏକ ଗଧ, ଏକ କୁମ୍ପା ଦ୍ରାକ୍ଷାରସ ଓ ଏକ ଛେଳିଛୁଆ ନେଇ ଆପଣା ପୁତ୍ର ଦାଉଦଙ୍କ ହସ୍ତରେ ଶାଉଲଙ୍କ ନିକଟକୁ ପଠାଇଲା।

Gade chapit la Kopi




1 ଶାମୁୟେଲ 16:20
8 Referans Kwoze  

ମନୁଷ୍ୟର ଭେଟୀ ତାକୁ ପ୍ରବେଶ ଦିଏ। ପ୍ରଭାବଶାଳୀ ଲୋକମାନଙ୍କର ଉପସ୍ଥିତ ଭିତରକୁ।


କିନ୍ତୁ କେତେ ଖଳ ବ୍ୟକ୍ତି କହିଲେ, “କେମିତି ଏ ଲୋକ ଆମକୁ ରକ୍ଷା କରିବ?” ସେମାନେ ଶାଉଲଙ୍କ ବିରୁଦ୍ଧରେ ଖରାପ କଥା କହିଲେ ଏବଂ ତାଙ୍କ ନିକଟକୁ ଉପହାର ଆଣିବା ପାଇଁ ବାରଣ କଲେ। କିନ୍ତୁ ଶାଉଲ ନୀରବ ରହିଲେ। ଅମ୍ମୋନୀୟକ ରାଜା ନାହଶ୍ ଗାଥ୍ ଓ ରୁବେନ୍ ଗୋଷ୍ଠୀଙ୍କ ଉପରେ ଆକ୍ରମଣ ଚଲାଉ ଥିଲେ। ନାହଶ୍ ସେମାନଙ୍କ ଦକ୍ଷିଣ ଚକ୍ଷୁ ଉପାଡ଼ି ଦେଉଥିଲେ। ଯର୍ଦ୍ଦନ ନଦୀର ପୂର୍ବ ଅବବାହିକାରେ ବାସ କରୁଥିବା ଇସ୍ରାଏଲୀୟମାନଙ୍କୁ ମଧ୍ୟ ସେ ନାଲି ଆଖି ଦେଖାଇ ରଖିଥିଲେ। ସେଥିପାଇଁ 7,000 ଇସ୍ରାଏଲୀୟ ଅମ୍ମୋନୀୟଠାରୁ ବାହାରି ଆସି ଯାବେଶ୍ ଗିଲିୟଦରେ ଅବସ୍ଥାନ କଲେ।


ସେ ମଧ୍ୟ ତାଙ୍କୁ କହିଲେ, “ଏହି ଦଶଖଣ୍ତ ବଡ଼ ଛେନାପୋଡ଼ 1,000 ସୈନ୍ୟମାନଙ୍କର କପ୍ତାନମାନଙ୍କ ପାଇଁ ନେଇ ଯାଅ ଏବଂ ତୁମ୍ଭର ଭାଇମାନଙ୍କର କୁଶଳତାର ଖବର ଆଣିବା ସହିତ, ସେମାନେ କିପରି ଅଛନ୍ତି ତାହା ଜାଣିବା ନିମନ୍ତେ କିଛି ଚିହ୍ନ ଆଣ।”


ଅବୀଗଲ ଶୀଘ୍ର 200 ରୋଟୀ, ଦୁଇ କୁମ୍ଫା ଦ୍ରାକ୍ଷାରସ ଓ ପାଞ୍ଚୋଟି ମେଷର ମାଂସ ତରକାରୀ ଓ ପାଞ୍ଚ ଗୋଉଣୀ ଭଜା ଶସ୍ୟ ଓ 100 ପେଣ୍ଡା ଦ୍ରାକ୍ଷାରସ ଓ 200 ଡିମ୍ବିରି ପିଠା ନେଇ ଗଧମାନଙ୍କ ପିଠିରେ ଲଦିଲା।


ଏହା ପରେ ତାଙ୍କର ପିତା ଇସ୍ରାଏଲ କହିଲେ, “ଯଦି ଏହା ସତ୍ୟ ତେବେ ବିନ୍ୟାମୀନକୁ ତୁମ୍ଭ ସହିତ ନେଇଯାଅ। କିନ୍ତୁ ତାଙ୍କର କର୍ତ୍ତାଙ୍କ ପାଇଁ କିଛି ଉପହାର ନେଇଯାଅ। ତାଙ୍କ ନିକଟକୁ କିଛି ମହୁ, ପେସ୍ତାବାଦାମ, ଗୁ‌‌ଗ୍‌‌ଗୁଳ ଓ ଗନ୍ଧରସ ନେଇ ଯାଅ।


ସେମାନେ ତୁମ୍ଭକୁ ଅଭ୍ୟର୍ଥନା କରିବେ ଓ ଦୁଇଟି ରୋଟୀ ଦେବେ, ଏବଂ ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କରିବ।


ତେଣୁ ଶାଉଲ ଯିଶୀ ନିକଟକୁ ଦୂତମାନଙ୍କୁ ପଠାଇ ତାହାଙ୍କୁ କହିଲେ, “ତୁମ୍ଭର ପୁତ୍ର ଦାଉଦ ଯେ ମେଷପଲ ସାଙ୍ଗରେ ଥାଏ, ତାକୁ ମୋ’ ନିକଟକୁ ପଠାଇ ଦିଅ।”


Swiv nou:

Piblisite


Piblisite