Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 16:16 - ପବିତ୍ର ବାଇବଲ

16 ଜଣେ ନିପୁଣ ବୀଣାବାଦକ ଅନ୍ୱେଷଣ ପାଇଁ ତୁମ୍ଭେ ତୁମ୍ଭ ସମ୍ମୁଖରେ ଥିବା ଦାସମାନଙ୍କୁ ଆଜ୍ଞା କର। ଯେତେବେଳେ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ତୁମ୍ଭ ସମ୍ମୁଖକୁ ଆସେ, ଯଦି ସେ ଲୋକ ବୀଣା ବଜାଏ ତୁମ୍ଭେ ବହୁତ ଭଲ ସମବେଦନା ପ୍ରକାଶ କରିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଏଣୁ ଜଣେ ନିପୁଣ ବୀଣାବାଦକ ଅନ୍ଵେଷଣ କରିବା ପାଇଁ ଆମ୍ଭମାନଙ୍କ ପ୍ରଭୁ ଆପଣା ସମ୍ମୁଖସ୍ଥ ଦାସମାନଙ୍କୁ ଆଜ୍ଞା କରନ୍ତୁ; ତହିଁରେ ପରମେଶ୍ଵରଙ୍କଠାରୁ ସେହି ମନ୍ଦ-ଆତ୍ମା ଆପଣଙ୍କ ଉପରେ ଥିବା ବେଳେ, ସେ ଲୋକ ଆପଣା ହାତରେ ବଜାଇଲେ ଆପଣ ଭଲ ହୋଇଯିବେ।

Gade chapit la Kopi

ଓଡିଆ ବାଇବେଲ

16 ଏଣୁ ଜଣେ ନିପୁଣ ବୀଣାବାଦକ ଅନ୍ୱେଷଣ କରିବା ପାଇଁ ଆମ୍ଭମାନଙ୍କ ପ୍ରଭୁ ଆପଣା ସମ୍ମୁଖସ୍ଥ ଦାସମାନଙ୍କୁ ଆଜ୍ଞା କରନ୍ତୁ; ତହିଁରେ ପରମେଶ୍ୱରଙ୍କଠାରୁ ସେହି ମନ୍ଦ-ଆତ୍ମା ଆପଣଙ୍କ ଉପରେ ଥିବା ବେଳେ, ସେ ଲୋକ ଆପଣା ହାତରେ ବଜାଇଲେ ଆପଣ ଭଲ ହୋଇଯିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଏଣୁ ଜଣେ ନିପୁଣ ବୀଣାବାଦକ ଅନ୍ୱେଷଣ କରିବା ପାଇଁ ଆମ୍ଭମାନଙ୍କ ପ୍ରଭୁ ଆପଣା ସମ୍ମୁଖସ୍ଥ ଦାସମାନଙ୍କୁ ଆଜ୍ଞା କରନ୍ତୁ; ତହିଁରେ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଆପଣଙ୍କ ଉପରେ ଥିବା ବେଳେ, ସେ ଲୋକ ଆପଣା ହାତରେ ବଜାଇଲେ ଆପଣ ଭଲ ହୋଇଯିବେ।”

Gade chapit la Kopi




1 ଶାମୁୟେଲ 16:16
10 Referans Kwoze  

ତଥାପି ଜଣେ ବୀଣାବାଦକକୁ ଆଣ।” ଯେତେବେଳେ ସେହି ବାଦକ ଆସି ବୀଣା ବାଦନ କଲା ସଦାପ୍ରଭୁଙ୍କ ହସ୍ତ ଇଲୀଶାୟଙ୍କ ଉପରେ ଅବସ୍ଥାନ କଲା।


ତୁମ୍ଭର ସ୍ତ୍ରୀମାନେ ଓ ତୁମ୍ଭର ଲୋକମାନେ ବାସ୍ତବରେ ଭାଗ୍ୟବାନ୍, ତୁମ୍ଭ ଉପସ୍ଥିତିରେ ରହି ଜ୍ଞାନର ବାକ୍ୟଗୁଡ଼ିକ ତୁମ୍ଭ ଓଠରୁ ଶୁଣନ୍ତି।


କିନ୍ତୁ ଏକ ମନ୍ଦ ଆତ୍ମା ସଦାପ୍ରଭୁଙ୍କଠାରୁ ଶାଉଲଙ୍କ ଉପରକୁ ଆସିଲା। ଶାଉଲ ତାଙ୍କ ନିଜ ଗୃହରେ ବସିଥିଲେ। ଶାଉଲ ହାତରେ ବର୍ଚ୍ଛା ଧରି ଥିଲେ। ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉ ଥିଲେ।


ପରଦିନ ପରମେଶ୍ୱରଙ୍କଠାରୁ ଯେତେବେଳେ ମନ୍ଦ ଆତ୍ମା ଶାଉଲଙ୍କୁ ଅକ୍ତିଆର କଲା, ସେ ତାଙ୍କ ଗୃହ ମଧ୍ୟରେ ଅବାନ୍ତର କାର୍ଯ୍ୟ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ।


ତା'ପରେ ତୁମ୍ଭେମାନେ ଗିବିୟୋଥ ଓ ଲୋହିମକୁ ଯିବ। ସେଠାରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତେବେଳେ ତୁମ୍ଭେ ସହରର ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରୁ ଦଳେ ଯାଜକ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସୁଥିବାର ଦେଖିବ।


ଯୋଷେଫ ତିରିଶ୍ ବର୍ଷ ବୟସରେ ମିସ୍ରୀୟ ରାଜା ଫାରୋଙ୍କ ଛାମୁରେ ଛିଡ଼ା ହୋଇଥିଲେ। ଏହା ପରେ ଯୋଷେଫ ଫାରୋଙ୍କ ନିକଟରୁ ପ୍ରସ୍ଥାନ କରି ମିଶର ଦେଶର ସର୍ବତ୍ର ଭ୍ରମଣ କଲେ।


ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରୁ ପ୍ରସ୍ଥାନ କଲେ। ପୁଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା।


ଶାଉଲଙ୍କର ଦାସମାନେ ତାଙ୍କୁ କହିଲେ, “ପରମେଶ୍ୱରଙ୍କଠାରୁ ଏକ ମନ୍ଦ ଆତ୍ମା ଆପଣଙ୍କୁ ବିରକ୍ତ କରୁଛି।


ଶାଉଲ ଆପଣା ଦାସମାନଙ୍କୁ କହିଲେ, “ଆଛା ଯେ ଭଲ ବଜାଇ ପାରେ ସେହିପରି ଏକ ଲୋକକୁ ମୋ’ ପାଖକୁ ଆଣ।”


Swiv nou:

Piblisite


Piblisite