Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 15:33 - ପବିତ୍ର ବାଇବଲ

33 କିନ୍ତୁ ଶାମୁୟେଲ ଆଗ‌ଗ୍‌କୁ କହିଲେ, “ତୁମ୍ଭ ‌‌ଖ‌ଡ଼୍‌ଗ ଯେମନ୍ତ ସ୍ତ୍ରୀମାନଙ୍କୁ ସନ୍ତାନ ହିନ କରିଅଛି, ତେମନ୍ତ ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହିନ ହେବ।” ତହୁଁ ଶାମୁୟେଲ ଗି‌ଲ୍‌ଗ‌ଲ୍‌ରେ ସଦାପ୍ରଭୁଙ୍କ ସମ୍ମୁଖରେ ଆଗ‌ଗ୍‌କୁ ଖଣ୍ତ ଖଣ୍ତ କରି ହାଣିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

33 ମାତ୍ର ଶାମୁୟେଲ କହିଲେ, ତୁମ୍ଭର ଖଡ଼୍‍ଗ ଯେପରି ସ୍ତ୍ରୀମାନଙ୍କୁ ସନ୍ତାନହୀନ କରିଅଛି, ସେପରି ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହୀନ ହେବ। ତହୁଁ ଶାମୁୟେଲ ଗିଲ୍ଗଲ୍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଅଗାଗକୁ ଖଣ୍ତ ଖଣ୍ତ କରି ହାଣିଲେ।

Gade chapit la Kopi

ଓଡିଆ ବାଇବେଲ

33 ମାତ୍ର ଶାମୁୟେଲ କହିଲେ, ତୁମ୍ଭର ଖଡ୍ଗ ଯେପରି ସ୍ତ୍ରୀମାନଙ୍କୁ ସନ୍ତାନହୀନ କରିଅଛି, ସେପରି ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହୀନ ହେବ। ତହୁଁ ଶାମୁୟେଲ ଗିଲ୍‍ଗଲ୍‍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଅଗାଗକୁ ଖଣ୍ଡ ଖଣ୍ଡ କରି ହାଣିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 ମାତ୍ର ଶାମୁୟେଲ କହିଲେ, “ତୁମ୍ଭର ଖଡ୍ଗ ଯେପରି ସ୍ତ୍ରୀମାନଙ୍କୁ ସନ୍ତାନହୀନ କରିଅଛି, ସେପରି ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହୀନ ହେବ।” ତହୁଁ ଶାମୁୟେଲ ଗିଲ୍‍ଗଲ୍‍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଅଗାଗକୁ ଖଣ୍ଡ ଖଣ୍ଡ କରି ହାଣିଲେ।

Gade chapit la Kopi




1 ଶାମୁୟେଲ 15:33
17 Referans Kwoze  

ଏହା ପରେ ଅଦୋନୀବେଷକ୍ ସେମାନଙ୍କୁ କହିଲା, “ହସ୍ତପାଦର ଛିନ୍ନା ଅଙ୍ଗୁଳି ସତୁରି ଜଣ ରାଜା ଆମ୍ଭ ମେଜ ତଳେ ନିଜର ଆହାର ସାଉଣ୍ଟୁ ଥିଲେ। ମୁଁ ଯେପରି କରିଥିଲି ପରମେଶ୍ୱର ମୋତେ ସେହିପରି ଦେଲେ।” ଏହା ପରେ ଯିହୁଦାର ଲୋକମାନେ ଅଦୋନୀବେଷ‌କ୍‌କୁ ଯିରୁଶାଲମକୁ ଆଣିଲେ ଓ ସେ ସେଠାରେ ମୃତ୍ୟୁବରଣ କଲା।


“ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ତିଆରି କରିଛନ୍ତି। ତେଣୁ ଯେକେହି ମନୁଷ୍ୟକୁ ହତ୍ୟା କରିବ, ସେ ନିଶ୍ଚିତ ଅନ୍ୟ ମନୁଷ୍ୟ ଦ୍ୱାରା ମରାଯିବ।


ତୁମ୍ଭେ ଅନ୍ୟର ବିଗ୍ଭର କଲେ ଠିକ୍ ସେହିଭଳି ତୁମ୍ଭର ବି ବିଗ୍ଭର କରାଯିବ। ତୁମ୍ଭେ ଅନ୍ୟକୁ ଯେଉଁଥିରେ ତଉଲିବ, ପରମେଶ୍ୱର ତୁମ୍ଭକୁ ସେହିଥିରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆଯିବ।


ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସେହି ପ୍ରକାର କ୍ଷତି ହେବ। ତା'ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆଯିବ। ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦେଇଛି, ତା'ନିମନ୍ତେ ତା’ ଅପେକ୍ଷା ଦୁଇଗୁଣ ଅଧିକ ନିଶାଯୁକ୍ତ ସୁରା ପ୍ରସ୍ତୁତ କରାଯିବ ଓ ତାହାକୁ ପାନ କରିବାକୁ ଦିଆଯିବ।


ଲୋକମାନେ ଯେହେତୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସେମାନଙ୍କୁ ରକ୍ତପାତ କରିବାକୁ ଦେଇଛ। ସେମାନେ ଏହା ହିଁ ପାଇବାକୁ ଯୋଗ୍ୟ।”


ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦେଖାଇବା ଉଚିତ୍। ଯଦି ତୁମ୍ଭେ ଦୟା ନ ଦେଖାଇବ, ତା'ହେଲେ ପରମେଶ୍ୱର ବିଗ୍ଭର କଲାବେଳେ ତୁମ୍ଭ ପ୍ରତି ମଧ୍ୟ ସେ ଦୟା ଦେଖାଇବେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦେଖାଇଥିବା ବ୍ୟକ୍ତି ତାହାର ବିଗ୍ଭର ହେଲାବେଳେ ନିର୍ଭୟରେ ଠିଆ ହେବ।


ଯଦି ଜଣେ ସଦାପ୍ରଭୁଙ୍କ କଥା ପାଳନ ନ କରେ ଓ ଯଦି ସେ ସେହି ଲୋକମାନଙ୍କୁ ରକ୍ତପାତ କରିବାକୁ ‌‌ଖ‌ଡ଼୍‌ଗ ବ୍ୟବହାର ନ କରେ ତେବେ ସେ ଶାପଗ୍ରସ୍ତ ହେଉ।


ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ ରକ୍ତରେ ପରିତୃପ୍ତ ଓ ମେଦରେ ଓ ଛାଗଗଣର ଗୁରୁଦାର ମେଦରେ ପୁଷ୍ଟ। କାରଣ ବସ୍ତ୍ରରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଓ ଇଦୋମ ଦେଶରେ ଏକ ମହା ହତ୍ୟାକାଣ୍ଡ ହେବ।


ତା'ପରେ ଏଲିୟ ସେମାନଙ୍କୁ କହିଲେ, “ବା‌ଲ୍‌‌‌ର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧର, କାହାରିକୁ ଛାଡ଼ ନାହିଁ।” ତେଣୁ ଲୋକମାନେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିୟ ସେମାନଙ୍କୁ କୀଶୋନ ନଦୀ ନିକଟକୁ ନେଇ ସେଠାରେ ହତ୍ୟା କଲେ।


ସେତେବେଳେ ସେହି ପର୍ବତବାସୀ ଅମାଲେକୀୟ ଓ କିଣାନୀୟ ଲୋକମାନେ ଓହ୍ଲାଇ ଆସି ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କୁ ପରାସ୍ତକରି ହର୍ମା ପର୍ଯ୍ୟନ୍ତ ତଡ଼ି ଦେଲେ।


ଯେତେବେଳେ ମୋଶା ତାଙ୍କର ହସ୍ତ ଉପରକୁ କଲେ ସେତେବେଳେ ଇସ୍ରାଏଲୀୟ ବିଜୟ ହେଲେ ଓ ଯେତେବେଳେ ମୋଶା ତାଙ୍କର ହାତ ତଳକୁ ରଖିଲେ, ସେତେବେଳେ ଇସ୍ରାଏଲୀୟମାନେ ପରାସ୍ତ ହେଲେ।”


ବର୍ତ୍ତମାନ ଶାମୁୟେଲ କହିଲେ, “ତୁମ୍ଭେମାନେ ଅମାଲେକୀୟମାନଙ୍କ ରାଜା ଆଗ‌ଗ୍‌କୁ ଆମ୍ଭ ସମ୍ମୁଖକୁ ଆଣ।” ତା'ପରେ, ଆଗାଗ୍ ଲୌହ ଶିଙ୍କୁଳିରେ ବନ୍ଧା ହୋଇ ତାଙ୍କ ଆଗକୁ ଅଣାଗଲା। ଆଗାଗ୍ ଚିନ୍ତା କଲା, “ନିଶ୍ଚିତ ସେ ମୋତେ ହତ୍ୟା କରିବ ନାହିଁ।”


ତେଣୁ ସେମାନଙ୍କର ସନ୍ତାନଗଣ ଦୁର୍ଭିକ୍ଷରେ କବଳିତ ହୁଅନ୍ତୁ। ସେମାନଙ୍କର ଶତ୍ରୁ ସେମାନଙ୍କୁ ‌‌ଖ‌ଡ଼୍‌ଗରେ ପରାସ୍ତ କରନ୍ତୁ। ସେମାନଙ୍କର ସ୍ତ୍ରୀମାନେ ସନ୍ତାନହୀନା ଓ ବିଧବା ହୁଅନ୍ତୁ। ସେମାନଙ୍କର ପୁରୁଷଗଣ ମୃତ୍ୟୁବରଣ କରନ୍ତୁ ଓ ସେମାନଙ୍କର ଯୁବାଗଣ ଯୁଦ୍ଧରେ ନିହତ ହୁଅନ୍ତୁ।


ଆମ୍ଭେ ସେମାନଙ୍କୁ ନିପାତ କରିବା ପାଇଁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ନିଯୁକ୍ତି କଲୁ ଓ ଆମ୍ଭେ ଆପଣା ଆଦେଶରେ ଲୋକମାନଙ୍କୁ ମୃତ୍ୟୁ ଦେଲୁ। କିନ୍ତୁ ସେହି ନିର୍ଣ୍ଣୟରୁ ନ୍ୟାୟ ସଦୃଶ ଆଲୋକ ଆସିବ।


ଚକ୍ଷୁ ପରିଶୋଧରେ ଚକ୍ଷୁ, ହାତ ପରିଶୋଧରେ ହାତ, ପାଦ ପରିଶୋଧରେ ପାଦ,


“ମୋ’ ପୂର୍ବରୁ ପ୍ରଥମେ ତୁମ୍ଭେ ଗି‌ଲ୍‌ଗ‌ଲ୍‌କୁ ଯିବ। ତା'ପରେ ମୁଁ ସେଠାକୁ ହୋମବଳି ଓ ମଙ୍ଗଳାର୍ଥକ ବଳିରେ ଉତ୍ସର୍ଗ କରିବି। ମୁଁ ଆସି ତୁମ୍ଭକୁ କ’ଣ କରିବାକୁ ହେବ କହିବା ପର୍ଯ୍ୟନ୍ତ, ତୁମ୍ଭେ ସେଠାରେ ସାତ ଦିନ ଅପେକ୍ଷା କରିବାକୁ ହେବ।”


Swiv nou:

Piblisite


Piblisite