Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 15:29 - ପବିତ୍ର ବାଇବଲ

29 ସଦାପ୍ରଭୁ ହେଉଛନ୍ତି ଇସ୍ରାଏଲର ପରମେଶ୍ୱର। ସଦାପ୍ରଭୁ ସବୁଦିନ ପାଇଁ ଏହିଠାରେ ବାସ କରିବେ। ସଦାପ୍ରଭୁ ମିଛ କହନ୍ତି ନାହିଁ କି ସେ ତାଙ୍କର ମତ ପରିବର୍ତ୍ତନ କରନ୍ତି ନାହିଁ। ସଦାପ୍ରଭୁ ଜଣେ ବ୍ୟକ୍ତି ନୁହନ୍ତି ଯେ କି ତାଙ୍କର ମତ ବଦଳାଇ ଦେବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ଆହୁରି ଇସ୍ରାଏଲର ବିଶ୍ଵାସ-ଭୂମି ମିଥ୍ୟା କହିବେ ନାହିଁ, କି ମତ ପରିବର୍ତ୍ତନ କରିବେ ନାହିଁ; କାରଣ ସେ ମନୁଷ୍ୟ ନୁହନ୍ତି ଯେ, ସେ ଦ୍ଵିମତ ହେବେ।

Gade chapit la Kopi

ଓଡିଆ ବାଇବେଲ

29 ଆହୁରି ଇସ୍ରାଏଲର ବିଶ୍ୱାସ-ଭୂମି ମିଥ୍ୟା କହିବେ ନାହିଁ, କି ମତ ପରିବର୍ତ୍ତନ କରିବେ ନାହିଁ; କାରଣ ସେ ମନୁଷ୍ୟ ନୁହନ୍ତି ଯେ, ସେ ଦ୍ୱିମତ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ଆହୁରି ଇସ୍ରାଏଲର ବିଶ୍ୱାସଭୂମି ମିଥ୍ୟା କହିବେ ନାହିଁ, କି ମତ ପରିବର୍ତ୍ତନ କରିବେ ନାହିଁ; କାରଣ ସେ ମନୁଷ୍ୟ ନୁହନ୍ତି ଯେ, ସେ ଦ୍ୱିମତ ହେବେ।”

Gade chapit la Kopi




1 ଶାମୁୟେଲ 15:29
16 Referans Kwoze  

“‘ମୁଁ ସଦାପ୍ରଭୁ ଏହା କହିଅଛି, ଏହା ସିଦ୍ଧ ହେବ ଓ ମୁଁ ଏହା ସାଧନ କରିବି। ମୁଁ ପଛକୁ ଫେରିବି ନାହିଁ କିମ୍ବା ମୁଁ ଦୁଃଖ ପ୍ରକାଶ କରିବି ନାହିଁ। ଆଉ ମୁଁ ଦୟା ମଧ୍ୟ କରିବି ନାହିଁ। ମୁଁ ତୁମ୍ଭର ବିଗ୍ଭର ଓ ଦଣ୍ଡ ତୁମ୍ଭର ଆଚରଣ ଏବଂ କୁକର୍ମ ଅନୁସାରେ କରିବି। ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।’”


ପରମେଶ୍ୱର ମନୁଷ୍ୟ ନୁହନ୍ତି, ସେ ମିଥ୍ୟା କହିବେ ନାହିଁ। ସେ ମଧ୍ୟ ମନୁଷ୍ୟ ନୁହନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହେବ ନାହିଁ? ନା!


ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସେହି ବିଶ୍ୱାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହେବା ପୂର୍ବରୁ ପରମେଶ୍ୱର ସେହି ଅନନ୍ତ ଜୀବନର ପ୍ରତିଶୃତି ଦେଇଥିଲେ ଓ ପରମେଶ୍ୱର ମିଛ କହନ୍ତି ନାହିଁ।


ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତେବେଳେ ପରମେଶ୍ୱର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲାବେଳେ ମଧ୍ୟ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ୱରଙ୍କ ପାଖକୁ ଆସିଛନ୍ତି, ସେମାନଙ୍କୁ ଉକ୍ତ କଥା ସାନ୍ତ୍ୱନା ପ୍ରଦାନକରେ ଓ ପରମେଶ୍ୱରଙ୍କ ଭରସାରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।


ଯଦି ଆମ୍ଭେ ବିଶ୍ୱସ୍ତ ନ ହେଉ, ତଥାପି ସେ ବିଶ୍ୱସ୍ତ ହୋଇ ରହିବେ। କାରଣ ସେ ନିଜ ପାଇଁ ଅସତ୍ ହୋଇପାରିବେ ନାହିଁ।


ତେଣୁ ଆମ୍ଭେ ତାଙ୍କ ଉପରେ କ୍ରୋଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ, ‘ସେମାନେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରି ପାରିବେ ନାହିଁ।’”


କିନ୍ତୁ ପ୍ରଭୁ ମୋତେ କହିଲେ, “ତୁମ୍ଭ ପାଇଁ ମୋର ଅନୁଗ୍ରହ ଯଥେଷ୍ଟ। ଯେତେବେଳେ ତୁମ୍ଭେ ଦୁର୍ବଳ, ସେତେବେଳେ ମୋର ଶକ୍ତି ତୁମ୍ଭଠାରେ ପରିପୂର୍ଣ୍ଣତା ଭାବେ ଦେଖା ଦିଏ।” ଅତଏବ ମୁଁ ମୋର ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବାରେ ଆନନ୍ଦ ପାଏ। ଏହା ଦ୍ୱାରା ଖ୍ରୀଷ୍ଟଙ୍କର ଶକ୍ତି ମୋ'ଠାରେ ରହିଥିବ।


ପୁଣି ସଦାପ୍ରଭୁ ପରମେଶ୍ୱର ସିୟୋନରୁ ଚିତ୍କାର କରିବେ, ସେ ଯିରୁଶାଲମରୁ ମଧ୍ୟ ଚିତ୍କାର କରିବେ। ସେହି ଚିତ୍କାରରେ ଆକାଶ ଓ ପୃଥିବୀ ଥରି ଉଠିବ। ମାତ୍ର ସଦାପ୍ରଭୁ ପରମେଶ୍ୱର ତାଙ୍କ ସନ୍ତାନଗଣଙ୍କ ପାଇଁ ନିରାପଦ ସ୍ଥାନ ହେବ। ସେ ମଧ୍ୟ ଇସ୍ରାଏଲର ଲୋକମାନଙ୍କ ପାଇଁ ନିରାପଦ ସ୍ଥାନ ହେବେ।


ତାହାହେଲେ ଲୋକେ କହିବେ, ‘କେବଳ ସଦାପ୍ରଭୁଙ୍କଠାରେ ଧାର୍ମିକତା ଓ ଶକ୍ତି ଅଛି।’” ତାଙ୍କ ନିକଟକୁ ସେମାନେ ଆସିବେ। ଯେଉଁମାନେ ତାଙ୍କ ଉପରେ କ୍ରୋଧ କରିଥିଲେ, ସେମାନେ ସମସ୍ତେ ଲଜ୍ଜିତ ହେବେ।


ପରମେଶ୍ୱର, ତୁମ୍ଭେ ଆପଣା ମନ୍ଦିରରେ ଭକ୍ତିର ଉତ୍ସ। ଇସ୍ରାଏଲର ପରମେଶ୍ୱର ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତି। ପରମେଶ୍ୱରଙ୍କର ପ୍ରଶଂସା ଗୁଣଗାନ କର।


ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ। ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।


ଖ୍ରୀଷ୍ଟଙ୍କଠାରୁ ମୋତେ ଶକ୍ତି, ପ୍ରଦତ୍ତ ହୋଇଥିବାରୁ, ତାଙ୍କ ମାଧ୍ୟମରେ ମୁଁ ସବୁକିଛି କରିବାକୁ ସକ୍ଷମ।


ପରମେଶ୍ୱର ଅନନ୍ତକାଳସ୍ଥାୟୀ, ସେ ହେଉଛନ୍ତି ତୁମ୍ଭର ନିରାପଦର ସ୍ଥାନ। ପରମେଶ୍ୱରଙ୍କର ଶକ୍ତି ଅନନ୍ତକାଳ। ସେ ତୁମ୍ଭ ପାଇଁ ସୁରକ୍ଷା ଦେଉଛନ୍ତି। ପରମେଶ୍ୱର ତୁମ୍ଭ ଦେଶରୁ ତୁମ୍ଭ ଶତ୍ରୁମାନଙ୍କୁ ବିତାଡ଼ିତ କରିବେ। ସେ କହିବେ, ‘ଶତ୍ରୁମାନଙ୍କୁ ବିନାଶ କର।’


ମହାନତା, ପରାକ୍ରମ, ମହିମା, ବିଜୟ ଓ ଗୌରବ ତୁମ୍ଭର ଅଟେ। କାରଣ ସ୍ୱର୍ଗ ଓ ପୃଥିବୀସ୍ଥ ସମସ୍ତ ବିଷୟ ତୁମ୍ଭର ଅଟେ; ହେ ସଦାପ୍ରଭୁ, ରାଜ୍ୟ ତୁମ୍ଭର ଅଟେ। ତୁମ୍ଭେ ହିଁ ସକଳ ବିଷୟର ମୁଖ୍ୟ ରୂପେ ପ୍ରଶଂସିତ ହୋଇଅଛ।


କିନ୍ତୁ ପରମେଶ୍ୱରଙ୍କ ଶପଥ କରିଥିବା ହେତୁରୁ ଯୀଶୁ ଯାଜକ ହୋଇଥିଲେ। ପରମେଶ୍ୱର କହିଥିଲେ: “ପ୍ରଭୁ ଶପଥ କରିଛନ୍ତି ଓ ସେ ନିଜ ନିର୍ଣ୍ଣୟ ପରିବର୍ତ୍ତନ କରିବେ ନାହିଁ, ‘ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।’”


Swiv nou:

Piblisite


Piblisite