Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 15:20 - ପବିତ୍ର ବାଇବଲ

20 ଶାଉଲ କହିଲେ, “ମୁଁ ସଦାପ୍ରଭୁଙ୍କ କଥା ମାନିଥିଲି, ସଦାପ୍ରଭୁ ମୋତେ ଯେଉଁଠାକୁ ପଠାଇ ଥିଲେ, ମୁଁ ସେଠାକୁ ଯାଇଥିଲି, ମୁଁ ସମସ୍ତ ଅମାଲେକୀୟମାନଙ୍କୁ ଧ୍ୱଂସ କରିଥିଲି। ମୁଁ ଅମାଲେକୀୟ ରାଜାଙ୍କୁ ଆଣିଥିଲି ଓ ସେମାନଙ୍କୁ ଧ୍ୱଂସ କଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, ମୁଁ ସଦାପ୍ରଭୁଙ୍କ ରବ ଶୁଣିଲି ଓ ସଦାପ୍ରଭୁ ମୋତେ ଯେଉଁ ଯାତ୍ରା କରିବାକୁ ପଠାଇଲେ, ତାହା କଲି ଓ ଅମାଲେକର ରାଜା ଅଗାଗକୁ ଆଣିଲି, ପୁଣି ଅମାଲେକୀୟମାନଙ୍କୁ ବର୍ଜିତ ରୂପେ ବିନାଶ କଲି।

Gade chapit la Kopi

ଓଡିଆ ବାଇବେଲ

20 ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, ମୁଁ ସଦାପ୍ରଭୁଙ୍କ ରବ ଶୁଣିଲି ଓ ସଦାପ୍ରଭୁ ମୋତେ ଯେଉଁ ଯାତ୍ରା କରିବାକୁ ପଠାଇଲେ, ତାହା କଲି ଓ ଅମାଲେକର ରାଜା ଅଗାଗକୁ ଆଣିଲି, ପୁଣି, ଅମାଲେକୀୟମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ରବ ଶୁଣିଲି ଓ ସଦାପ୍ରଭୁ ମୋତେ ଯେଉଁ ଯାତ୍ରା କରିବାକୁ ପଠାଇଲେ, ତାହା କଲି ଓ ଅମାଲେକର ରାଜା ଅଗାଗକୁ ଆଣିଲି, ପୁଣି, ଅମାଲେକୀୟମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲି।

Gade chapit la Kopi




1 ଶାମୁୟେଲ 15:20
12 Referans Kwoze  

ତେଣୁ ଶାମୁୟେଲ ଶାଉଲ ଥିବା ସ୍ଥାନକୁ ଯାତ୍ରା କଲେ। ଶାଉଲ ତାଙ୍କୁ ଅଭ୍ୟର୍ଥନା କଲେ, “ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ମୁଁ ସଦାପ୍ରଭୁଙ୍କ ଆଜ୍ଞା ମାନିଛି।”


ସେମାନେ ଜାଣି ନ ଥିଲେ ଯେ, ପରମେଶ୍ୱର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କରନ୍ତି। ସେମାନେ ଧାର୍ମିକ ହେବା ପାଇଁ ନିଜର ଉପାୟ ଦ୍ୱାରା ଚେଷ୍ଟା କଲେ। ଅତଏବ ସେମାନେ ଧାର୍ମିକତା ବୋଲି ଗଣିତ ପରମେଶ୍ୱରଙ୍କ ମାର୍ଗର ଅନୁସରଣ କଲେ ନାହିଁ।


ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ‘ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇ ନ ଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଗ୍ଭେରି, ଠକାମି, ବ୍ୟଭିଗ୍ଭର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି।


ନିଜେ ଠିକ୍ ଜୀବନଯାପନ କରୁଛନ୍ତି ବୋଲି ଧର୍ମଶାସ୍ତ୍ରୀ ଜଣକ ପ୍ରମାଣ କରିବାକୁ ଗ୍ଭହୁଁଥିଲେ। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “ତେବେ ଯେଉଁମାନଙ୍କୁ ପ୍ରେମ କରିବି, ସେମାନେ କିଏ?”


ଯୁବକଟି କହିଲା, “ମୁଁ ଏ ସବୁକଥା ମାନିଛି। ଏବେ ମୋ’ ପାଖରେ ଆଉ କ’ଣ ଅଭାବ ରହିଛି?”


“ଆୟୁବ, ତୁମ୍ଭେ କ’ଣ ଭାବୁଛ ମୁଁ ନ୍ୟାୟୀ ନୁହେଁ? ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ୍ କାମ କରିଛି, ଯଦ୍ଦ୍ୱାରା ତୁମ୍ଭେ ନିରୀହ ପ୍ରମାଣିତ ହେବ।


“ଆୟୁବ, ତୁମ୍ଭେ କ’ଣ ଭାବୁଛ ଯେ ଏହା କହିବା ନ୍ୟାୟ? ‘ମୁଁ ଠିକ୍ ମୋର ମକଦ୍ଦମାରେ ପରମେଶ୍ୱରଙ୍କ ବିରୁଦ୍ଧରେ।’


ଆୟୁବ କହେ, ‘ମୁଁ ନିରପରାଧୀ ଅଟେ। ଏବଂ ପରମେଶ୍ୱର ମୋ’ ପ୍ରତି ଉଚିତ୍ ନ୍ୟାୟ କରି ନାହାନ୍ତି।


ତୁମ୍ଭେ କହିଲ, ‘ମୁଁ ପବିତ୍ର, ମୁଁ ନିରୀହ, ମୁଁ କିଛି ଭୁଲ୍ କରି ନାହିଁ, ମୁଁ ଦୋଷୀ ନୁହେଁ।


ସେ ଅମାଲେକୀୟ ରାଜା ଆଗା‌ଗ୍‌କୁ ଜୀବନ୍ତ ଧରିଲେ। କିନ୍ତୁ ତାଙ୍କ ସେନାବୀହିନୀର ଅନ୍ୟ ସମସ୍ତଙ୍କୁ ହତ୍ୟା କଲେ।


ବର୍ତ୍ତମାନ ଅମାଲେକୀୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କର। ତୁମ୍ଭେ ନିଶ୍ଚିତଭାବେ ଅମାଲେକୀୟମାନଙ୍କର ସର୍ବସ୍ୱ ଧ୍ୱଂସ କରି ପାରିବ। ତୁମ୍ଭେ କିଛି ଜୀବନ୍ତ ଛାଡ଼ି ଆସିବ ନାହିଁ। ତୁମ୍ଭେ ସମସ୍ତ ପୁରୁଷ, ସ୍ତ୍ରୀ, ଛୋଟପିଲା ଏପରିକି ଶିଶୁଛୁଆକୁ ମଧ୍ୟ ହତ୍ୟା କରିବ। ଆହୁରି ମଧ୍ୟ ସେମାନଙ୍କର ଗାଈ, ମେଣ୍ଢା, ଓଟ ଓ ଗଧମାନଙ୍କୁ ହତ୍ୟା କରିବ।’”


ତୁମ୍ଭେ ସଦାପ୍ରଭୁଙ୍କୁ ଅମାନ୍ୟ କରିଅଛ। ତୁମ୍ଭେ ଅମାଲେକୀୟମାନଙ୍କୁ ଧ୍ୱଂସ କଲ ନାହିଁ ଏବଂ ସେମାନଙ୍କୁ ଘଟୁଥିବା ପରମେଶ୍ୱରଙ୍କ କୋପଦୃଷ୍ଟି ସେମାନଙ୍କୁ ତୁମ୍ଭେ ଦେଖାଇଲ ନାହିଁ। ସେଥିପାଇଁ ଆଜି ସଦାପ୍ରଭୁ ତୁମ୍ଭକୁ ଏପରି କରୁଛନ୍ତି।


Swiv nou:

Piblisite


Piblisite