Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 15:13 - ପବିତ୍ର ବାଇବଲ

13 ତେଣୁ ଶାମୁୟେଲ ଶାଉଲ ଥିବା ସ୍ଥାନକୁ ଯାତ୍ରା କଲେ। ଶାଉଲ ତାଙ୍କୁ ଅଭ୍ୟର୍ଥନା କଲେ, “ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ମୁଁ ସଦାପ୍ରଭୁଙ୍କ ଆଜ୍ଞା ମାନିଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଏଥିରେ ଶାମୁୟେଲ ଶାଉଲଙ୍କ ନିକଟକୁ ଗଲେ; ପୁଣି ଶାଉଲ ତାଙ୍କୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ଆଶୀର୍ବାଦପାତ୍ର; ମୁଁ ସଦାପ୍ରଭୁଙ୍କ ବାକ୍ୟ ସଫଳ କରିଅଛି।

Gade chapit la Kopi

ଓଡିଆ ବାଇବେଲ

13 ଏଥିରେ ଶାମୁୟେଲ ଶାଉଲଙ୍କ ନିକଟକୁ ଗଲେ; ପୁଣି, ଶାଉଲ ତାଙ୍କୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ଆଶୀର୍ବାଦପାତ୍ର, ମୁଁ ସଦାପ୍ରଭୁଙ୍କ ବାକ୍ୟ ସଫଳ କରିଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଏଥିରେ ଶାମୁୟେଲ ଶାଉଲଙ୍କ ନିକଟକୁ ଗଲେ; ପୁଣି, ଶାଉଲ ତାଙ୍କୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ଆଶୀର୍ବାଦ-ପାତ୍ର, ମୁଁ ସଦାପ୍ରଭୁଙ୍କ ବାକ୍ୟ ସଫଳ କରିଅଛି।”

Gade chapit la Kopi




1 ଶାମୁୟେଲ 15:13
17 Referans Kwoze  

ଏହା ପରେ ବୋୟାଜ କହିଲା, ହେ ଯୁବତୀ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ତୁମ୍ଭେ ମୋ’ ପ୍ରତି ଅନେକ ଦୟା ଦେଖାଇଛ। ତୁମ୍ଭର ମୋ’ ପ୍ରତି ଦୟା ପୂର୍ବରୁ ନୟମୀକୁ ଦେଖାଇଥିବା ଦୟାଠାରୁ ଆହୁରି ଅଧିକ। ତୁମ୍ଭେ ଜଣେ ଗରିବ ବା ଧନୀ ଯୁବକକୁ ଠିକ୍ କରି ବିବାହ କରିପାରିଥା’ନ୍ତ। କିନ୍ତୁ ତୁମ୍ଭେ ଏପରି କଲ ନାହିଁ।


ମୀଖା ତା'ର ମା’କୁ କହିଲା, “ତୁମ୍ଭର ମନେ ଅଛି କି ଥରେ ତୁମ୍ଭର 1,100 ଖଣ୍ତ ରୂପା ଗ୍ଭେରି ହୋଇଥିଲା ଏବଂ ତୁମ୍ଭେ ଶାପ ଦେଉଥିବାର ମୁଁ ଶୁଣିଲି। ସେହି ରୂପା ମୋ’ ପାଖରେ ଅଛି, ମୁଁ ଏହା ଦେଖିଲି।” ତା'ର ମା ତାକୁ କହିଲା, “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ ମୋର ପୁତ୍ର।”


ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ‘ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇ ନ ଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଗ୍ଭେରି, ଠକାମି, ବ୍ୟଭିଗ୍ଭର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି।


ତୁମ୍ଭମାନଙ୍କ କ୍ଷେତ୍ରରେ ସେହି ଏକା କଥା ହେବ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରି ଦେବା ପରେ ତୁମ୍ଭମାନଙ୍କର କହିବା ଉଚିତ୍ ଯେ, ‘ଆମ୍ଭେମାନେ କୌଣସି ବିଶେଷ ଧନ୍ୟବାଦ ପାଇବାକୁ ଯୋଗ୍ୟ ନୋହୁଁ। କାରଣ ଆମ୍ଭେ ଅଯୋଗ୍ୟ ଗ୍ଭକର ଓ ଆମ୍ଭର ଯାହା କରିବା ଉଚିତ୍, ଆମ୍ଭେ କେବଳ ତାହା ହିଁ କରିଛୁ।’”


ସେ ପାଇବାର ଉପଯୁକ୍ତ ପୁରସ୍କାର ତାକୁ ଦିଅ। ତାକୁ ତା’ ନିଜର କର୍ମ କରିବାକୁ ଛାଡ଼ିଦିଅ। ସେ ଯାହା କରିଯାଇଛି ଲୋକମାନଙ୍କ ନଗର ଦ୍ୱାରରେ ତାହାର ପ୍ରଶଂସା ଆଣିଦିଏ।


କେତେକ ଲୋକ ଅଛନ୍ତି, ଯେଉଁମାନେ ଭାବନ୍ତି ସେମାନେ ବହୁତ ଭଲ। ସେମାନେ ଭାବନ୍ତି ଅନ୍ୟମାନଙ୍କଠାରୁ ଯଥେଷ୍ଟ ଭଲ।


ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ତାକୁ ପରିତ୍ୟାଗ କରେ, ସେ ଦୟା ପାଇବ।


ସଦାପ୍ରଭୁ କହିଲେ, “ଶାଉଲ ମୋତେ ଅନୁସରଣ କରୁ ନାହିଁ। ତେଣୁ ଶାଉଲଙ୍କୁ ରାଜା କରିଥିବାରୁ ମୁଁ ଦୁଃଖିତ ଅଟେ। ସେ ମୋର ଆଦେଶକୁ ଅବଜ୍ଞା କଲା।” ଏଥିରେ ଶାମୁୟେଲ କ୍ରୋଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।


ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠୁ ଭଲ ମେଷ, ବଳଦ ଓ ହୃଷ୍ଟପୁଷ୍ଟ ମେଷ ଶାବକଗୁଡ଼ିକୁ ଓ ସମସ୍ତ ରଖିବା ପାଇଁ ଉପଯୋଗୀ ସାମଗ୍ରୀ ସେମାନେ ରଖିଲେ। ସେମାନେ ସେହି ଦ୍ରବ୍ୟଗୁଡ଼ିକ ନଷ୍ଟ କରିବା ପାଇଁ ଗ୍ଭହିଁଲେ ନାହିଁ। ସେମାନେ କେବଳ ରଖିବା ଉପଯୋଗୀ ନ ହେବା ଜିନିଷକୁ ନଷ୍ଟ କଲେ।


ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, “ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।


ମନୁଷ୍ୟ ଉତ୍ତର ଦେଲା, “ତୁମ୍ଭେ ମୋ’ ପାଇଁ ଯେଉଁ ସ୍ତ୍ରୀ ତିଆରି କରିଥିଲ, ସେ ମୋତେ ସେହି ଫଳ ଖାଇବାକୁ ଦେଲା। ତେଣୁ ମୁଁ ତାହା ଖାଇଲି।”


ନିଜକୁ ପ୍ରଶଂସା କର ନାହିଁ, ଅନ୍ୟମାନେ ତୁମ୍ଭକୁ ପ୍ରଶଂସା କରନ୍ତୁ।


ଶାଉଲ ବଳି କାର୍ଯ୍ୟ ସମାପ୍ତ କରିବା ମାତ୍ରକେ ଶାମୁୟେଲ ସେଠାରେ ପହଞ୍ଚିଲେ। ଶାଉଲ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ।


ଶାଉଲ କହିଲେ, “ମୁଁ ସଦାପ୍ରଭୁଙ୍କ କଥା ମାନିଥିଲି, ସଦାପ୍ରଭୁ ମୋତେ ଯେଉଁଠାକୁ ପଠାଇ ଥିଲେ, ମୁଁ ସେଠାକୁ ଯାଇଥିଲି, ମୁଁ ସମସ୍ତ ଅମାଲେକୀୟମାନଙ୍କୁ ଧ୍ୱଂସ କରିଥିଲି। ମୁଁ ଅମାଲେକୀୟ ରାଜାଙ୍କୁ ଆଣିଥିଲି ଓ ସେମାନଙ୍କୁ ଧ୍ୱଂସ କଲି।


ଯୁବକମାନଙ୍କ ମଧ୍ୟରୁ ଜଣେ ନାବଲର ସ୍ତ୍ରୀ ଅବୀଗଲକୁ ଜଣାଇ କହିଲା, “ଦେଖ, ଦାଉଦ ଆମ୍ଭମାନଙ୍କ କର୍ତ୍ତାଙ୍କୁ ଶୁଭେଚ୍ଛା ଜଣେଇବା ନିମନ୍ତେ ମରୁଭୂମିରୁ ଦୂତମାନଙ୍କୁ ପଠାଇଥିଲେ, କିନ୍ତୁ ସେ ସେମାନଙ୍କୁ ଖରାପ ଭାବିଲେ।


ଦାଉଦ ଯାବେଶ୍ ଗିଲିୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇଲେ ଓ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। କାରଣ ତୁମ୍ଭେମାନେ ନିଜର ପ୍ରଭୁ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ।


ଶାଉଲ କହିଲେ, “ତୁମ୍ଭେ ମୋତେ ସାହାଯ୍ୟ କରିଥିବାରୁ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।


Swiv nou:

Piblisite


Piblisite