1 ଶାମୁୟେଲ 14:6 - ପବିତ୍ର ବାଇବଲ6 ଯୋନାଥନ ତାଙ୍କ ଆଜ୍ଞାକାରୀ ଯୁବକଙ୍କୁ ଯିଏ ଅସ୍ତ୍ର ଶସ୍ତ୍ର ବୋହିଥାଏ ତାକୁ କହିଲେ, “ଆସ, ଆମ୍ଭେ ବିଦେଶୀଙ୍କର ଶିବିର ଆଡ଼କୁ ଯିବା। ସଦାପ୍ରଭୁ ଆମ୍ଭମାନଙ୍କୁ ବ୍ୟବହାର କରି ସେମାନଙ୍କୁ ପରାସ୍ତ କରି ପାରନ୍ତି, ଯେହେତୁ ଆମ୍ଭେ ଅଳ୍ପ ବା ବେଶୀ ସୈନ୍ୟ ହେଉ ଆମ୍ଭମାନଙ୍କୁ ରକ୍ଷା କରିବାରେ ସଦାପ୍ରଭୁଙ୍କୁ କେହି ଅଟକାଇ ପାରିବ ନାହିଁ।” Gade chapit laପବିତ୍ର ବାଇବଲ (Re-edited) - (BSI)6 ପୁଣି ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, ଆସ, ଆମ୍ଭେମାନେ ସେହି ଅସୁନ୍ନତମାନଙ୍କ ପ୍ରହରୀ-ଦଳ ନିକଟକୁ ଯାଉ; ହୋଇପାରେ, ସଦାପ୍ରଭୁ ଆମ୍ଭମାନଙ୍କ ପକ୍ଷରେ କର୍ମ କରିବେ; ଯେହେତୁ ଅନେକ ଦ୍ଵାରା ହେଉ କି ଅଳ୍ପ ଦ୍ଵାରା ହେଉ, ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ। Gade chapit laଓଡିଆ ବାଇବେଲ6 ପୁଣି, ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, ଆସ, ଆମ୍ଭେମାନେ ସେହି ଅସୁନ୍ନତମାନଙ୍କ ପ୍ରହରୀଦଳ ନିକଟକୁ ଯାଉ; ହୋଇପାରେ, ସଦାପ୍ରଭୁ ଆମ୍ଭମାନଙ୍କ ପକ୍ଷରେ କର୍ମ କରିବେ; ଯେହେତୁ ଅନେକ ଦ୍ୱାରା ହେଉ କି ଅଳ୍ପ ଦ୍ୱାରା ହେଉ, ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ପୁଣି, ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, “ଆସ, ଆମ୍ଭେମାନେ ସେହି ଅସୁନ୍ନତମାନଙ୍କ ପ୍ରହରୀ-ଦଳ ନିକଟକୁ ଯାଉ; ହୋଇପାରେ, ସଦାପ୍ରଭୁ ଆମ୍ଭମାନଙ୍କ ପକ୍ଷରେ କର୍ମ କରିବେ; ଯେହେତୁ ଅନେକ ଦ୍ୱାରା ହେଉ କି ଅଳ୍ପ ଦ୍ୱାରା ହେଉ, ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ।” Gade chapit la |
ଆସା ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ଡାକ ପକାଇଲେ ଓ କହିଲେ, “ସଦାପ୍ରଭୁ, ତୁମ୍ଭ ପାଇଁ ଶକ୍ତିହୀନ ଲୋକଙ୍କୁ ସାହାଯ୍ୟ କରିବା ଯେତିକି ସହଜ ଶକ୍ତିଶାଳୀ ଲୋକଙ୍କୁ ସାହାଯ୍ୟ କରିବା ସେତିକି ସହଜ। ଆମ୍ଭମାନଙ୍କୁ ସାହାଯ୍ୟ କର। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ। ଏହି ବିଶାଳ ସୈନ୍ୟବାହିନୀ ବିପକ୍ଷରେ ଥିଲେ ହେଁ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁ! ତୁମ୍ଭେ, ତୁମ୍ଭ ବିରୁଦ୍ଧରେ କାହାରିକୁ ଜୟ ଲାଭ କରିବାକୁ ଦିଅ ନାହିଁ।”
ଶାଉଲ ତାଙ୍କର ଅସ୍ତ୍ରବାହକକୁ କହିଲେ, “ତୁମ୍ଭର ଖଣ୍ତା ବାହାର କରି ତୁମ୍ଭର ଖଣ୍ଡାରେ ମୋତେ ହତ୍ୟା କର। ତାହାହେଲେ ଅସୁନ୍ନତ ଲୋକମାନେ ଆସି ମୋତେ ଗାଳି ଦେବେ ନାହିଁ କିମ୍ବା ହତ୍ୟା କରି ପାରିବେ ନାହିଁ।” କିନ୍ତୁ ଶାଉଲଙ୍କର ଅସ୍ତ୍ରବାହକ ଦାସ ବହୁତ ଭୟଭୀତ ହୋଇଗଲା ଏବଂ ଶାଉଲଙ୍କୁ ହତ୍ୟା କରିବାକୁ ମନା କଲା। ତେଣୁ ଶାଉଲ ତାଙ୍କର ନିଜର ଖଣ୍ତା ବାହାର କଲେ ଓ ନିଜେ ନିଜକୁ ହତ୍ୟା କଲେ।
ତେଣୁ ମୋତେ ବର୍ତ୍ତମାନ ସେହି ପର୍ବତମୟ ଦେଶ ଦିଅ, ମୋତେ ଯାହାକି ସଦାପ୍ରଭୁ ବହୁ ଦିନ ପୂର୍ବରୁ ପ୍ରତିଜ୍ଞା କରିଥିଲେ। ସେହି ସମୟରେ ତୁମ୍ଭେ ସେହି ଲଢ଼ୁଆ ଅନାକୀୟମାନଙ୍କ ବିଷୟରେ ଶୁଣିଥିଲ, ଯେଉଁମାନେ କି ସେଠାରେ ବାସ କରୁଥିଲେ। ଏବଂ ସେମାନଙ୍କର ନଗର ଗୁଡ଼ିକ ବହୁତ ବଡ଼ ଥିଲା ଓ ସବୁ ଦିଗରୁ ସୁରକ୍ଷିତ ଥିଲା। କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ମୋତେ ମୋ’ ସହିତ ଥାଇ ପାରନ୍ତି। ଏବଂ ମୁଁ ବର୍ତ୍ତମାନ ସେହି ଭୂମିକୁ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ନେବି।”