Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 14:47 - ପବିତ୍ର ବାଇବଲ

47 ଶାଉଲ ସମଗ୍ର ଇସ୍ରାଏଲକୁ ନିୟନ୍ତ୍ରଣ କଲେ। ଶାଉଲ ଇସ୍ରାଏଲ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁ ସହିତ ଅର୍ଥାତ୍ ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସୋବାର ରାଜାଗଣ ଏବଂ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ସମସ୍ତ ଶତ୍ରୁଙ୍କୁ ପରାସ୍ତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

47 ଶାଉଲ ଇସ୍ରାଏଲର ରାଜତ୍ଵ ଗ୍ରହଣ କଲା ଉତ୍ତାରେ, ସେ ଆପଣା ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁ ସହିତ, ଅର୍ଥାତ୍, ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ଇଦୋମ ଓ ସୋବାର ରାଜଗଣ ଓ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ, ଆଉ ସେ ଯେଉଁଆଡ଼େ ଫେରିଲେ, ସେଆଡ଼େ ଦଣ୍ତ ଦେଲେ।

Gade chapit la Kopi

ଓଡିଆ ବାଇବେଲ

47 ଶାଉଲ ଇସ୍ରାଏଲର ରାଜତ୍ୱ ଗ୍ରହଣ କଲା ଉତ୍ତାରେ, ସେ ଆପଣା ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁ ସହିତ, ଅର୍ଥାତ୍‍, ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ଇଦୋମ ଓ ସୋବାର ରାଜାଗଣ ଓ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ, ଆଉ ସେ ଯେଉଁଆଡ଼େ ଫେରିଲେ, ସେଆଡ଼େ ଦଣ୍ଡ ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

47 ଶାଉଲ ଇସ୍ରାଏଲର ରାଜତ୍ୱ ଗ୍ରହଣ କଲା ଉତ୍ତାରେ, ସେ ଆପଣା ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁ ସହିତ, ଅର୍ଥାତ୍‍, ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ଇଦୋମ ଓ ସୋବାର ରାଜାଗଣ ଓ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ, ଆଉ ସେ ଯେଉଁଆଡ଼େ ଫେରିଲେ, ସେଆଡ଼େ ଦଣ୍ଡ ଦେଲେ।

Gade chapit la Kopi




1 ଶାମୁୟେଲ 14:47
17 Referans Kwoze  

ଅମ୍ମୋନୀୟମାନେ ହୃଦୟଙ୍ଗମ କଲେ ଯେ, ରାଜା ଦାଉଦ ସେମାନଙ୍କୁ ବର୍ତ୍ତମାନ ତାଙ୍କର ଶତ୍ରୁ ବୋଲି ବିବେଚନା କଲେ। ତେଣୁ ସେମାନେ 20,000 ଅରାମୀୟ ସୈନ୍ୟମାନଙ୍କୁ ବୈଥ-ରହୋବ ଓ ସୋବାରୁ 1,000 ଜଣ ମାଖାର ରାଜାଙ୍କଠାରୁ ଏବଂ ଟୋବରୁ 12,000 ସୈନ୍ୟ ଭଡ଼ାରେ ଆଣିଲେ।


ଶାଉଲ ସାହସୀ ଥିଲେ, ସେ ପଲେଷ୍ଟୀୟ ସହ ଘୋର ଯୁଦ୍ଧ କରିଥିଲେ। ସେ ଯେକୌଣସି ସମୟରେ ସାହସୀ ଓ ଯୋଦ୍ଧା କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ, ତାହାକୁ ଆପଣାର ସେନାବାହିନୀରେ ସାମିଲ କରୁଥିଲେ ଓ ସୁରକ୍ଷା ଦେଉଥିଲେ।


ମାତ୍ର ସଦାପ୍ରଭୁ କହିଲେ ନାହିଁ ଯେ, ସେ ପୃଥିବୀରୁ ଇସ୍ରାଏଲର ନାମ ନିଶ୍ଚିହ୍ନ କରିବେ। ତେଣୁ ସେ ଯୋୟାଶଙ୍କ ପୁତ୍ର ଯାରବିୟାମଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ।


ପୁଣି ପରମେଶ୍ୱର ଇଲିୟାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ। ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦେଷର ନିକଟରୁ ପଳାଇ ଯାଇଥିଲା।


ସୋବାରର ରାଜା ରହୋବର ପୁତ୍ର, ହଦଦେଷର ଫରାତ୍ ନଦୀ ନିକଟରେ ନିଜର ରାଜ୍ୟ ପୁନର୍ବାର ହସ୍ତଗତ କରିବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ।


ସେହି ସମୟରେ ଶାଉଲ ଏକ ବର୍ଷ ପାଇଁ ରାଜା ଥିଲେ। ସେ ଇସ୍ରାଏଲରେ ଦୁଇ ବର୍ଷ ଶାସନ କଲେ।


ବର୍ତ୍ତମାନ ତୁମ୍ଭର ନେତୃତ୍ୱ କରିବା ପାଇଁ ଜଣେ ରାଜା ଅଛନ୍ତି। ମୁଁ ବୃଦ୍ଧ ଓ ପକ୍ୱକେଶ ହୋଇ ଗଲିଣି। ମୁଁ ମୋ’ ଯୁବାବସ୍ଥାରୁ ତୁମ୍ଭ ମୁନିବ ଥିଲି। ବର୍ତ୍ତମାନ ମୋ’ ପୁଅମାନେ ତୁମ୍ଭ ସାଥୀରେ ଅଛନ୍ତି।


ଶାଉଲ ପଲେଷ୍ଟୀୟମାନଙ୍କୁ ଗୋଡ଼ାଇଲେ ନାହିଁ ବରଂ ପଲେଷ୍ଟୀୟମାନେ ଆପଣା ଆପଣା ସ୍ଥାନକୁ ଫେରିଗଲେ।


ସେଦିନ ଶାଉଲଙ୍କ ଦାସମାନଙ୍କ ମଧ୍ୟରୁ ଜଣେ ଦାସ ସେଠାରେ ଥିଲା। ସେ ଥିଲେ ଇଦୋମୀୟ ଦୋୟେଗ। ଦୋୟେଗ ଥିଲା ଶାଉଲଙ୍କର ପଶୁପାଳକମାନଙ୍କର ମୁଖ୍ୟ। ଦୋୟେଗଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକାଇ ରଖା ଯାଇଥିଲା।


ବଡ଼ଝିଅ ଏକ ପୁତ୍ରକୁ ଜନ୍ମ କଲା। ତାହାର ନାମ ସେ ମୋୟାବ ରଖିଲା। ମୋୟାବ ହେଲା ବର୍ତ୍ତମାନ ମୋୟାବୀୟ ଲୋକମାନଙ୍କର ଆଦିପିତା।


ସାନ ଝିଅ ଯେଉଁ ପୁତ୍ର ଜନ୍ମ କଲା ତା'ର ନାମ ସେ ଦେଲେ ବିନ-ଅମ୍ମି। ସେ ବର୍ତ୍ତମାନ କାଳର ଅମ୍ମୋନୀୟ ଲୋକମାନଙ୍କର ଆଦିପିତା ଅଟନ୍ତି।


ଏହା ଏଷୌଙ୍କ ପରିବାରର ଇତିହାସ, ତାଙ୍କର ଅନ୍ୟ ନାମ (ଇଦୋମ)।


ଏଷୌ ମଧ୍ୟ ଇଦୋମ ନାମରେ ଡକା ଯାଉଥିଲେ। ଏବଂ ଏହି ନାମ ସେୟୀରରେ ରହିଲା।


ଏମାନେ ଏଷୌର ଅର୍ଥାତ୍ ଇଦୋମର ସନ୍ତାନ ଓ ସେମାନଙ୍କର ପରିବାରର ମୂଖ୍ୟ।


ହତ ଲୋକମାନଙ୍କର ରକ୍ତରୁ ବୀରମାନଙ୍କ ମେଦରୁ ଯୋନାଥନର ଧନୁ ଓ ଶାଉଲଙ୍କର ‌‌ଖ‌ଡ଼୍‌ଗ ରିକ୍ତ ହୋଇ ଫେରେ ନାହିଁ।


ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ। ଦାଉଦ ମଧ୍ୟ ନିଜର ସମସ୍ତ ଲୋକମାନଙ୍କ ପ୍ରତି ସୁବିଗ୍ଭର କଲେ।


Swiv nou:

Piblisite


Piblisite