Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 14:3 - ପବିତ୍ର ବାଇବଲ

3 ଐକାବୋଦର ଭ୍ରାତା ଅହୀଟୂବର ପୁତ୍ର ଯାଜକ ଅହିୟ ଏଫୋଦ ପିନ୍ଧି ସେଠାରେ ଥିଲା। ଐକାବୋଦ ପୀନହ‌ସ୍‌ର ପୁତ୍ର, ପୀନହସ୍ ଶୀଲୋର ଯାଜକ ଏଲିର ପୁତ୍ର। ଯୋନାଥନ ବାହାରକୁ ଯାଇଛି ବୋଲି ସେଠାରେ ଉପସ୍ଥିତ ଲୋକ ଜାଣି ନ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ମଧ୍ୟ ଯେଉଁ ଏଲି ଶୀଲୋରେ ସଦାପ୍ରଭୁଙ୍କ ଯାଜକ ଥିଲେ, ତାଙ୍କ ପ୍ରପୌତ୍ର, ପୀନହସର ପୌତ୍ର, ଐକାବୋଦର ଭ୍ରାତା ଅହୀଟୂବର ପୁତ୍ର ଅହୀୟ ଏଫୋଦ ପିନ୍ଧି ସେଠାରେ ଥିଲା। ଆଉ ଯୋନାଥନ ଯେ ବାହାର ହୋଇ ଯାଇଅଛି, ଏ କଥା ଲୋକମାନେ ଜାଣି ନ ଥିଲେ।

Gade chapit la Kopi

ଓଡିଆ ବାଇବେଲ

3 ମଧ୍ୟ ଯେଉଁ ଏଲି ଶୀଲୋରେ ସଦାପ୍ରଭୁଙ୍କ ଯାଜକ ଥିଲେ, ତାଙ୍କ ପ୍ରପୌତ୍ର, ପୀନହସ୍‍ର ପୌତ୍ର, ଐକାବୋଦର ଭ୍ରାତା ଅହୀଟୂବର ପୁତ୍ର ଅହୀୟ ଏଫୋଦ ପିନ୍ଧି ସେଠାରେ ଥିଲା। ଆଉ ଯୋନାଥନ ଯେ ବାହାର ହୋଇ ଯାଇଅଛି, ଏ କଥା ଲୋକମାନେ ଜାଣି ନ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ମଧ୍ୟ ଯେଉଁ ଏଲି ଶୀଲୋରେ ସଦାପ୍ରଭୁଙ୍କ ଯାଜକ ଥିଲେ, ତାଙ୍କ ପ୍ରପୌତ୍ର, ପୀନହସ୍‍ର ପୌତ୍ର, ଐକାବୋଦର ଭ୍ରାତା ଅହୀଟୂବ୍‍ର ପୁତ୍ର ଅହୀୟ ଏଫୋଦ ପିନ୍ଧି ସେଠାରେ ଥିଲା। ଆଉ ଯୋନାଥନ ଯେ ବାହାର ହୋଇ ଯାଇଅଛି, ଏ କଥା ଲୋକମାନେ ଜାଣି ନ ଥିଲେ।

Gade chapit la Kopi




1 ଶାମୁୟେଲ 14:3
9 Referans Kwoze  

କିନ୍ତୁ ଅହୀଟୂବର ପୁତ୍ର ଅହୀମେଲକର ପୁତ୍ରମାନଙ୍କ ମଧ୍ୟରୁ ଅବିୟାଥର ନାମରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡ଼କୁ ପଳାଇଲା।


ସେ ସେହି ବାଳକର ନାମ ଐ-କାବୋଦ୍ ଦେଲା। ତା'ର ଅର୍ଥ, “ଇସ୍ରାଏଲରୁ ଗୌରବ ଗ୍ଭଲି ଯାଇଛି।” ଏହା ଧାରଣା ଦିଏ ଯେ ସଦାପ୍ରଭୁଙ୍କର ସିନ୍ଦୁକ ଧରା ପଡ଼ିଛି ଏବଂ ତା'ର ଶ୍ୱଶୁର ଓ ସ୍ୱାମୀ ମୃତ୍ୟୁବରଣ କରିଥିଲେ।


ଇସ୍ରାଏଲର ଗୋଷ୍ଠୀମାନଙ୍କ ମଧ୍ୟରୁ ତୁମ୍ଭର ପରିବାରବର୍ଗକୁ ମୋର ଯାଜକ ହୋଇ ସେବା କରିବାକୁ, ଏଫୋଦ ପରିଧାନ କରିବାକୁ ଓ ଯଜ୍ଞବେଦିରେ ଧୂପ ଜଳାଇବାକୁ ମୁଁ ମନୋନୀତ କରିଅଛି। ଆହୁରି ମଧ୍ୟ ମୁଁ ତୁମ୍ଭକୁ ଏକ ନିୟମ ଦେଲି ଯେ, ମୋ’ ପାଇଁ ଇସ୍ରାଏଲର ଲୋକମାନେ ଉତ୍ସର୍ଗ କରୁଥିବା ମାଂସ ଓ ଅନ୍ୟ ସାମଗ୍ରୀ ତୁମ୍ଭ ପରିବାରବର୍ଗକୁ ଦିଆଯିବ।


ପ୍ରତି ବର୍ଷ ଇ‌ଲ୍‌କାନା ତା'ର ନିଜ ସହର ରାମାକୁ ଛାଡ଼ି ଶୀଲୋକୁ ଯାଉଥିଲା, ଶୀଲୋରେ ଥିବା ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ ପାଇଁ ଓ ଉପାସନା ପାଇଁ ସେଠାକୁ ଯାଉଥିଲା। ଯେଉଁ ସ୍ଥାନରେ ଏଲିଙ୍କର ଦୁଇ ପୁତ୍ର ସଦାପ୍ରଭୁଙ୍କର ଯାଜକ ଥିଲେ, ତାଙ୍କର ନାମ ଥିଲା, ହ‌ଫ୍‌ନି ଓ ପୀନହସ୍।


ଶାଉଲ କହିଲେ, “ଗ୍ଭଲ! ଆଜି ରାତ୍ରିରେ ପଲେଷ୍ଟୀୟମାନଙ୍କ ପଛରେ ଯିବା। ଆମ୍ଭେ ତାଙ୍କର ସର୍ବସ୍ୱ ଲୁଣ୍ଠନ କରିବା, ସେମାନଙ୍କୁ ହତ୍ୟା କରିବା।” ସୈନ୍ୟମାନେ କହିଲେ, “ଆପଣ ଯାହା ଉଚିଚ ଭାବୁଛନ୍ତି ତାହା ହିଁ କରନ୍ତୁ।” କିନ୍ତୁ ପୂଜକ କହିଲେ, “ଆପଣ ଏଥିପାଇଁ ପରମେଶ୍ୱରଙ୍କ ଅନୁମତି ଲୋଡ଼ନ୍ତୁ।”


ସେ ସମୟରେ ବାଳକ ଶାମୁୟେଲ ଶୁକ୍ଳ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯ୍ୟା କଲେ।


ତା'ପରେ ସେମାନେ ଲୋକମାନଙ୍କୁ ଶୀଲୋକୁ ପଠାଇ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ। ସିନ୍ଦୁକର ଉପରେ କିରୂବ ଦୂତଗଣ ଥିଲେ। ସେମାନେ ପରମେଶ୍ୱରଙ୍କ ସିଂହାସନ ପରି ଏଲିଙ୍କର ଦୁଇପୁତ୍ର ହ‌ଫ୍‌ନି ଓ ପୀନହସ୍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସଙ୍ଗେ ଆସିଲେ।


Swiv nou:

Piblisite


Piblisite