Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 14:18 - ପବିତ୍ର ବାଇବଲ

18 ତହୁଁ ଶାଉଲ ଅହୀୟକୁ କହିଲେ, “ଏଫୋଦକୁ ଏଠାକୁ ଆଣ।” କାରଣ ସେହି ସମୟରେ ଅହୀୟ ଏଫୋଦ ପିନ୍ଧି ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ତହୁଁ ଶାଉଲ ଅହୀୟକୁ କହିଲେ, ପରମେଶ୍ଵରଙ୍କ ସିନ୍ଦୁକ ଏଠାକୁ ଆଣ, କାରଣ ସେସମୟରେ ପରମେଶ୍ଵରଙ୍କ ସିନ୍ଦୁକ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେଠାରେ ଥିଲା।

Gade chapit la Kopi

ଓଡିଆ ବାଇବେଲ

18 ତହୁଁ ଶାଉଲ ଅହୀୟକୁ କହିଲେ, ପରମେଶ୍ୱରଙ୍କ ସିନ୍ଦୁକ ଏଠାକୁ ଆଣ, କାରଣ, ସେସମୟରେ ପରମେଶ୍ୱରଙ୍କ ସିନ୍ଦୁକ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେଠାରେ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ତହୁଁ ଶାଉଲ ଅହୀୟକୁ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ଏଠାକୁ ଆଣ,” କାରଣ, ସେସମୟରେ ପରମେଶ୍ୱରଙ୍କ ସିନ୍ଦୁକ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେଠାରେ ଥିଲା।

Gade chapit la Kopi




1 ଶାମୁୟେଲ 14:18
13 Referans Kwoze  

ଊରିୟ ଦାଉଦଙ୍କୁ କହିଲା, “ପବିତ୍ର ସିନ୍ଦୁକ, ଇସ୍ରାଏଲ ଓ ଯିହୁଦାର ସୈନ୍ୟବାହିନୀ ଏବଂ ମୋର ରାଜାଙ୍କର ଅଧିକାରୀଗଣ ଖୋଲା ପଦାରେ ତମ୍ବୁ କରିଛନ୍ତି। ତେଣୁ ମୁଁ କିପରି ଭୋଜନ କରିବାକୁ ଘରକୁ ଯିବି ଏବଂ ତା'ପରେ ମୋର ସ୍ତ୍ରୀଙ୍କ ସହିତ ଶୟନ କରିବି? ତୁମ୍ଭେ ଓ ମୁଁ ବଞ୍ଚିଥିବା ଯାଏ ସେପରି କରିବି ନାହିଁ।”


ଅନନ୍ତର କିରିୟଥ-ଯିୟାରୀମୀୟ ଲୋକମାନେ ଆସିଲେ ଏବଂ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନେଇଗଲେ। ସେମାନେ ପର୍ବତସ୍ଥିତ ଅବୀନାଦବର ଗୃହକୁ ତାହା ଆଣିଲେ। ସଦାପ୍ରଭୁଙ୍କ ସିନ୍ଦୁକ ଜଗିବାକୁ ତା'ର ପୁତ୍ର ଇଲିୟାସରକୁ ବିଶେଷ ଉତ୍ସବ ମାଧ୍ୟମରେ ପବିତ୍ର କଲେ।


ତହିଁ ଉତ୍ତାରୁ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇ ଦାଗୋନ୍ ମନ୍ଦିରକୁ ଆଣି ଦାଗୋନ୍ ଦେବତା ନିକଟରେ ରଖିଲେ।


ଏହା ପରେ ଇସ୍ରାଏଲ ଲୋକମାନେ ବୈଥେଲହମକୁ ଗଲେ ଓ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ବିନ୍ୟାମୀନ ପରିବାରବର୍ଗ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ମଧ୍ୟରୁ ପ୍ରଥମେ କିଏ ଯିବ।” ସଦାପ୍ରଭୁ କହିଲେ, “ଯିହୁଦା ବଂଶର ଦଳ ପ୍ରଥମେ ଯିବ।”


ପୁଣି ସେ ଇଲିୟାସର ଯାଜକ ସମ୍ମୁଖରେ ଠିଆ ହେବ, ଇଲିୟାସର ତାହା ପାଇଁ ଊରୀମର ବିଗ୍ଭର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେ ପଗ୍ଭରିବ; ତେବେ ସମୁଦାୟ ମଣ୍ତଳୀ ‘ବାହାରକୁ ଯିବେ’ ଓ ତାଙ୍କର ‘ଆଜ୍ଞା ଅନୁସାରେ ଆସିବେ।’”


ଶାଉଲ ତାଙ୍କ ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେ ଲୋକମାନଙ୍କୁ ଗଣନା କର। ମୁଁ ଜାଣିବାକୁ ଗ୍ଭହେଁ କିଏ ଛାଉଣି ତ୍ୟାଗ କରିଛନ୍ତି।” ଯେତେବେଳେ ସେମାନେ ଗଣନା କରନ୍ତେ ଯୋନାଥନ୍ ଏବଂ ତାଙ୍କ ସାହାଯ୍ୟକାରୀ ଛାଉଣି ତ୍ୟାଗ କରିଛନ୍ତି।


ଶାଉଲ କହିଲେ, “ଗ୍ଭଲ! ଆଜି ରାତ୍ରିରେ ପଲେଷ୍ଟୀୟମାନଙ୍କ ପଛରେ ଯିବା। ଆମ୍ଭେ ତାଙ୍କର ସର୍ବସ୍ୱ ଲୁଣ୍ଠନ କରିବା, ସେମାନଙ୍କୁ ହତ୍ୟା କରିବା।” ସୈନ୍ୟମାନେ କହିଲେ, “ଆପଣ ଯାହା ଉଚିଚ ଭାବୁଛନ୍ତି ତାହା ହିଁ କରନ୍ତୁ।” କିନ୍ତୁ ପୂଜକ କହିଲେ, “ଆପଣ ଏଥିପାଇଁ ପରମେଶ୍ୱରଙ୍କ ଅନୁମତି ଲୋଡ଼ନ୍ତୁ।”


ଦାଉଦ ଜାଣି ପାରିଲେ ଶାଉଲ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୋଜନା କରିଛନ୍ତି। ତେଣୁ ଦାଉଦ ଯାଜକ ଅବିୟାଥରକୁ କହିଲେ, “ଏଠାକୁ ଏଫୋଦ ଆଣ।”


Swiv nou:

Piblisite


Piblisite