Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 14:1 - ପବିତ୍ର ବାଇବଲ

1 ଏକଦିନ ଶାଉଲଙ୍କ ପୁତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲେ, “ଗ୍ଭଲ ଆମ୍ଭେ ଉପତ୍ୟକାର ବିପରୀତ ଦିଗରୁ ପଲେଷ୍ଟୀୟଙ୍କ ଶିବିର ଆଡ଼କୁ ଯିବା।” କିନ୍ତୁ ଯୋନାଥନ ଏ କଥା ତାଙ୍କ ବାପା ଶାଉଲଙ୍କୁ କହିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଏକ ଦିନ ଶାଉଲଙ୍କର ପୁତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, ଆସ, ଆମ୍ଭେମାନେ ସେପାଖସ୍ଥିତ ପଲେଷ୍ଟୀୟମାନଙ୍କ ପ୍ରହରୀ- ଦଳ ନିକଟକୁ ଯାଉ। ମାତ୍ର ସେ ଆପଣା ପିତାକୁ ଏହା ଜଣାଇଲା ନାହିଁ।

Gade chapit la Kopi

ଓଡିଆ ବାଇବେଲ

1 ଏକ ଦିନ ଶାଉଲଙ୍କର ପୁତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, ଆସ, ଆମ୍ଭେମାନେ ସେପାଖସ୍ଥିତ ପଲେଷ୍ଟୀୟମାନଙ୍କ ପ୍ରହରୀଦଳ ନିକଟକୁ ଯାଉ। ମାତ୍ର ସେ ଆପଣା ପିତାକୁ ଏହା ଜଣାଇଲା ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏକ ଦିନ ଶାଉଲଙ୍କର ପୁତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, “ଆସ, ଆମ୍ଭେମାନେ ସେପାଖସ୍ଥିତ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ନିକଟକୁ ଯାଉ।” ମାତ୍ର ସେ ଆପଣା ପିତାକୁ ଏହା ଜଣାଇଲା ନାହିଁ।

Gade chapit la Kopi




1 ଶାମୁୟେଲ 14:1
13 Referans Kwoze  

ତୁମ୍ଭର ପ୍ରତିବାସୀ କି ମିତ୍ରଙ୍କୁ ବିଶ୍ୱାସ କର ନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖରେ ମୁଖ ଖୋଲ ନାହିଁ।


ତା'ପରେ ଅବୀଗଲ ତା'ର ଦାସମାନଙ୍କୁ କହିଲା, “ମୋ’ ଆଗେ ଆଗେ ଗ୍ଭଲ, ଦେଖ, ମୁଁ ତୁମ୍ଭ ପଛେ ପଛେ ଯାଉଛି।” କିନ୍ତୁ ସେ ତା'ର ସ୍ୱାମୀକୁ ଏ କଥା ଜଣାଇଲା ନାହିଁ।


ଏଣୁ ଯୁଦ୍ଧ ସମୟରେ କୌଣସି ଇସ୍ରାଏଲୀୟଙ୍କ ପାଖରେ ‌‌ଖ‌ଡ଼୍‌ଗ କିମ୍ବା ବର୍ଚ୍ଛା ନ ଥିଲା, କେବଳ ଶାଉଲ ଏବଂ ତାଙ୍କ ପୁତ୍ର ଯୋନାଥନଙ୍କ ପାଖରେ ଲୌହ ଅସ୍ତ୍ର ଥିଲା।


ଶାଉଲ ଇସ୍ରାଏଲରୁ 3,000 ପୁରୁଷମାନଙ୍କୁ ନିର୍ବାଚିତ କଲେ। ଏମାନଙ୍କ ମଧ୍ୟରୁ 2,000 ମି‌କ୍‌ମ‌ସ୍‌ରେ ବୈଥେ‌ଲ୍‌ର ପାର୍ବତ୍ୟ ଅଞ୍ଚଳରେ ଶାଉଲଙ୍କ ସହ ରହିଲେ। ଏବଂ 1,000 ଗିବିୟାର ଯୋନାଥନ ସହିତ ବିନ୍ୟାମୀନର ଭୂମିରେ ଅବଶିଷ୍ଟ ରହିଲେ। ସେ ଅବଶିଷ୍ଟ ସୈନ୍ୟମାନଙ୍କୁ ଆପଣା ଗୃହକୁ ପ୍ରତ୍ୟାବର୍ତ୍ତନ କରିବାକୁ ଆଦେଶ ଦେଲେ।


ଶା‌ମ୍‌ଶୋନ୍ ନିକଟକୁ ସଦାପ୍ରଭୁଙ୍କର ଆତ୍ମା ଆସିବା କ୍ଷଣି ସେ ଶକ୍ତିଶାଳୀ ହେବାକୁ ଲାଗିଲେ। ଏହା ପରେ ସେ ଖାଲି ହାତରେ ଛେଳି ଛୁଆକୁ ଚିରିଲା ପରି ସେହି ସିଂହକୁ ଚିରି ବିଦୀର୍ଣ୍ଣ କରି ପକାଇଲେ। ସେ କ’ଣ କରିଛନ୍ତି, ସେ ତାଙ୍କ ପିତାମାତାଙ୍କୁ ସେ ବିଷୟରେ କିଛି କହିଲେ ନାହିଁ।


ତେଣୁ ଗିଦିୟୋନ ତାଙ୍କର ସେବକଙ୍କ ମଧ୍ୟରୁ ଦଶ ଜଣଙ୍କୁ ନେଲେ, ଏବଂ ସଦାପ୍ରଭୁ ଯେପରି କରିବାକୁ କହିଥିଲେ, ସେହିପରି କଲେ। କିନ୍ତୁ ଗିଦିୟୋନ ତାଙ୍କର ପରିବାର ଓ ସହର ଲୋକମାନଙ୍କ ଭୟରେ ଏହି କାର୍ଯ୍ୟ ଦିନରେ ନ କରି ରାତ୍ରି ସମୟରେ କଲେ।


ଏ ସମୟରେ ପଲେଷ୍ଟୀୟ ସୈନ୍ୟଦଳ ମି‌କ୍‌ମସ୍ ଘାଟୀକୁ ଜଗିବାକୁ ଗଲେ।


ସେ ସମୟରେ ଶାଉଲ ଗିବିୟାର ପ୍ରାନ୍ତଭାଗରେ ମିଗ୍ରୋଣସ୍ଥ ଡାଳିମ୍ବଗଛ ମୂଳରେ ଥିଲେ। ପ୍ରାୟ 600 ଲୋକ ତାଙ୍କ ପାଖରେ ଥିଲେ।


ଶା‌ମ୍‌ଶୋନ୍ ହାତରେ କିଛି ମହୁ ସେଥିରୁ ଆଣିଲେ। ମହୁ ଖାଇଖାଇ ଯିବା ବାଟରେ ସେ ତାଙ୍କ ପିତାମାତାଙ୍କ ନିକଟରେ ପହଞ୍ଚିବା ପରେ, ତାଙ୍କୁ କିଛି ମହୁ ଖାଇବାକୁ ଦେଲେ। ସେ ଏଥିରୁ ବହୁତ ଖାଇଲେ। କିନ୍ତୁ ଶା‌ମ୍‌ଶୋନ୍ ଏହି ମହୁ ଏକ ମୃତ ସିଂହର ଶରୀରରୁ ଅଣା ଯାଇଛି ବୋଲି କିଛି କହିଲେ ନାହିଁ।


Swiv nou:

Piblisite


Piblisite