1 ଶାମୁୟେଲ 13:6 - ପବିତ୍ର ବାଇବଲ6 ଇସ୍ରାଏଲୀୟମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗୁମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ୟାନ୍ୟ ଗାତ୍ରରେ ଆତ୍ମଗୋପନ କଲେ। Gade chapit laପବିତ୍ର ବାଇବଲ (Re-edited) - (BSI)6 ଏଣୁ ଇସ୍ରାଏଲ ଲୋକମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ; (କାରଣ ଲୋକମାନେ ବଡ଼ କଷ୍ଟ ଭୋଗ କଲେ), ଏହେତୁ ଲୋକମାନେ ଗୁମ୍ପାରେ ଓ କଣ୍ଟାବଣରେ ଓ ଶୈଳରେ ଓ ଦୁର୍ଗମ ସ୍ଥାନରେ ଓ ଗାତରେ ଆପଣାମାନଙ୍କୁ ଲୁଚାଇଲେ। Gade chapit laଓଡିଆ ବାଇବେଲ6 ଏଣୁ ଇସ୍ରାଏଲ ଲୋକମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ; (କାରଣ ଲୋକମାନେ ବଡ଼ କଷ୍ଟ ଭୋଗ କଲେ), ଏହେତୁ ଲୋକମାନେ ଗୁମ୍ଫାରେ ଓ କଣ୍ଟାବଣରେ ଓ ଶୈଳରେ ଓ ଦୁର୍ଗମ ସ୍ଥାନରେ ଓ ଗାତରେ ଆପଣାମାନଙ୍କୁ ଲୁଚାଇଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ଏଣୁ ଇସ୍ରାଏଲ ଲୋକମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ; (କାରଣ ଲୋକମାନେ ବଡ଼ କଷ୍ଟ ଭୋଗ କଲେ), ଏହେତୁ ଲୋକମାନେ ଗୁମ୍ଫାରେ ଓ କଣ୍ଟାବଣରେ ଓ ଶୈଳରେ ଓ ଦୁର୍ଗମ ସ୍ଥାନରେ ଓ ଗାତରେ ଆପଣାମାନଙ୍କୁ ଲୁଚାଇଲେ। Gade chapit la |
ଅୟର ଲୋକମାନେ ପଛକୁ ବୁଲି ଦେଖିଲେ, ସେମାନଙ୍କର ନଗର ନିଆଁରେ ଜଳୁଅଛି। ସେମାନେ ଦେଖିଲେ ଧୂଆଁ ଧାର ଆକାଶକୁ ଛୁଉଁଛି, ତେଣୁ ସେମାନେ ସେମାନଙ୍କର ଶକ୍ତି ଓ ସାହସ ହରାଇଲେ। ସେମାନେ ଆଉ ଇସ୍ରାଏଲ ସୈନ୍ୟମାନଙ୍କ ପଛରେ ଗୋଡ଼ାଇଲେ ନାହିଁ। ମରୁଭୂମି ଆଡ଼କୁ ଦୌଡ଼ୁଥିବା ଇସ୍ରାଏଲର ସୈନ୍ୟମାନେ ମଧ୍ୟ ଆଉ ଆଗେଇଲେ ନାହିଁ। ସେମାନେ ବୁଲି ପଡ଼ିଲେ ଓ ଅୟର ସୈନ୍ୟମାନଙ୍କୁ ଗୋଡ଼ାଇଲେ। ଅୟର ସୈନ୍ୟମାନଙ୍କ ପାଇଁ ଦୌଡ଼ି ପଳାଇବାକୁ ଆଉ ନିରାପଦ ସ୍ଥାନ ନ ଥିଲା।
ଇସ୍ରାଏଲୀୟମାନେ ଯେଉଁମାନେ ଯିଷ୍ରିୟେଲ ଉପତ୍ୟକାର ଅପରପାର୍ଶ୍ୱରେ ଓ ଯର୍ଦ୍ଦନ ନଦୀର ଅପରପାର୍ଶ୍ୱରେ ବାସ କରୁଥିଲେ। ସେମାନେ ଦେଖିଲେ, ଇସ୍ରାଏଲୀୟ ସୈନ୍ୟମାନେ ଦୌଡ଼ି ପଳାଉଛନ୍ତି। ଏବଂ ସେମାନେ ଦେଖିଲେ, ଶାଉଲ ଓ ତାଙ୍କର ପୁତ୍ରମାନେ ମରିଛନ୍ତି। ତେଣୁ ସେମାନେ ସମସ୍ତେ ସେ ସହର ପରିତ୍ୟାଗ କରି ଦୌଡ଼ି ପଳାଇଲେ। ତା'ପରେ ପଲେଷ୍ଟୀୟମାନେ ସେହି ସହରକୁ ଆସିଲେ, ଓ ସେଠାରେ ବାସ କଲେ।