Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 13:11 - ପବିତ୍ର ବାଇବଲ

11 ଶାମୁୟେଲ କହିଲେ, “ତୁମ୍ଭେ ଏ କ’ଣ କଲ?” ଶାଉଲ କହିଲେ, “ମୁଁ ଦେଖୁଛି ସୈନିକମାନେ ମୋତେ ତ୍ୟାଗ କରୁଛନ୍ତି ପୁଣି ନିରୂପିତ ସମୟ ମଧ୍ୟରେ ତୁମ୍ଭେ ଆସିଲ ନାହିଁ ଏବଂ ପଲେଷ୍ଟୀୟମାନେ ମି‌କ୍‌ମ‌ସ୍‌ରେ ଏକଜୁଟ ହୋଇଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଏଥିରେ ଶାମୁୟେଲ କହିଲେ, ତୁମ୍ଭେ କଅଣ କଲ? ଶାଉଲ ଉତ୍ତର କଲେ, ମୁଁ ଦେଖିଲି, ଯେ ଲୋକମାନେ ମୋʼ ନିକଟରୁ ଛିନ୍ନଭିନ୍ନ ହେଉଅଛନ୍ତି, ପୁଣି ନିରୂପିତ ଦିବସ ମଧ୍ୟରେ ତୁମ୍ଭେ ଆସିଲ ନାହିଁ, ମଧ୍ୟ ପଲେଷ୍ଟୀୟମାନେ ମିକ୍ମସ୍ରେ ଏକତ୍ର ହୋଇଅଛନ୍ତି;

Gade chapit la Kopi

ଓଡିଆ ବାଇବେଲ

11 ଏଥିରେ ଶାମୁୟେଲ କହିଲେ, ତୁମ୍ଭେ କଅଣ କଲ ? ଶାଉଲ ଉତ୍ତର କଲେ, ମୁଁ ଦେଖିଲି, ଯେ ଲୋକମାନେ ମୋ’ ନିକଟରୁ ଛିନ୍ନଭିନ୍ନ ହେଉଅଛନ୍ତି, ପୁଣି, ନିରୂପିତ ଦିବସ ମଧ୍ୟରେ ତୁମ୍ଭେ ଆସିଲ ନାହିଁ, ମଧ୍ୟ ପଲେଷ୍ଟୀୟମାନେ ମିକ୍‍ମସ୍‍ରେ ଏକତ୍ର ହୋଇଅଛନ୍ତି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏଥିରେ ଶାମୁୟେଲ କହିଲେ, “ତୁମ୍ଭେ କଅଣ କଲ?” ଶାଉଲ ଉତ୍ତର କଲେ, “ମୁଁ ଦେଖିଲି, ଯେ ଲୋକମାନେ ମୋʼ ନିକଟରୁ ଛିନ୍ନଭିନ୍ନ ହେଉଅଛନ୍ତି, ପୁଣି, ନିରୂପିତ ଦିବସ ମଧ୍ୟରେ ତୁମ୍ଭେ ଆସିଲ ନାହିଁ, ମଧ୍ୟ ପଲେଷ୍ଟୀୟମାନେ ମିକ୍‍ମସ୍‍ରେ ଏକତ୍ର ହୋଇଅଛନ୍ତି;

Gade chapit la Kopi




1 ଶାମୁୟେଲ 13:11
12 Referans Kwoze  

ଏ ସମୟରେ ପଲେଷ୍ଟୀୟ ସୈନ୍ୟଦଳ ମି‌କ୍‌ମସ୍ ଘାଟୀକୁ ଜଗିବାକୁ ଗଲେ।


ଶାଉଲ ଏବଂ ତାଙ୍କ ପୁଅ ଯୋନାଥନ ସୈନ୍ୟମାନଙ୍କ ସହିତ ବିନ୍ୟାମୀନର ଗିବିୟାକୁ ଯାତ୍ରା କଲେ। ପଲେଷ୍ଟୀୟମାନେ ମି‌କ୍‌ମ‌ସ୍‌ରେ ସେମାନଙ୍କ ଶିବିର ସ୍ଥାପନ କଲେ।


ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ୍ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱାରୋହୀ ଥିଲେ ଓ ସମୁଦ୍ର ତୀରର ବାଲିଭଳି ସୈନିକ ଥିଲେ। ସେମାନେ ଆସି ମି‌କ୍‌ମ‌ସ୍‌ରେ ବୈଥାବନର ପୂର୍ବଦିଗରେ ଛାଉଣି ସ୍ଥାପନ କଲେ।


ଶାଉଲ ଇସ୍ରାଏଲରୁ 3,000 ପୁରୁଷମାନଙ୍କୁ ନିର୍ବାଚିତ କଲେ। ଏମାନଙ୍କ ମଧ୍ୟରୁ 2,000 ମି‌କ୍‌ମ‌ସ୍‌ରେ ବୈଥେ‌ଲ୍‌ର ପାର୍ବତ୍ୟ ଅଞ୍ଚଳରେ ଶାଉଲଙ୍କ ସହ ରହିଲେ। ଏବଂ 1,000 ଗିବିୟାର ଯୋନାଥନ ସହିତ ବିନ୍ୟାମୀନର ଭୂମିରେ ଅବଶିଷ୍ଟ ରହିଲେ। ସେ ଅବଶିଷ୍ଟ ସୈନ୍ୟମାନଙ୍କୁ ଆପଣା ଗୃହକୁ ପ୍ରତ୍ୟାବର୍ତ୍ତନ କରିବାକୁ ଆଦେଶ ଦେଲେ।


ସୈନ୍ୟବାହିନୀ “ଅୟାତରେ” ପ୍ରବେଶ କରିବେ। ସେମାନେ “ମିଗ୍ରୋଣ ଖଳା” ମଧ୍ୟଦେଇ ଯିବେ ଓ “ମି‌କ୍‌ମ‌‌ସରେ” ଗନ୍ତାଘରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବେ।


ଏହା ପରେ ସେ ଭିତରକୁ ଯାଇ ଆପଣା ମହାଶୟ ସମ୍ମୁଖରେ ଛିଡ଼ା ହେଲା। ତହୁଁ ଇଲୀଶାୟ ଗିହେଜୀକୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଲ?” ଗିହେଜୀ କହିଲା, “ଆପଣଙ୍କ ଦାସ କେଉଁଠାକୁ ଯାଇ ନାହିଁ।”


ଯୋୟାବ ରାଜାଙ୍କ ସମ୍ମୁଖକୁ ଆସିଲେ ଏବଂ ପଗ୍ଭରିଲେ, “ଆପଣ କ’ଣ କଲେ? ଅ‌‌ବ୍‌‌ନର‌ ଆପଣଙ୍କ ନିକଟକୁ ଆସିଥିଲା, କିନ୍ତୁ ଆପଣ ତାକୁ ଆଘାତ ନ କରି ପଠାଇ ଦେଲେ।


ଗୋଟିଏ ପଥର ଉତ୍ତର ଦିଗସ୍ଥ, ଉତ୍ତର ଆଡ଼କୁ ମି‌କ୍‌ମସ୍ ଆଡ଼କୁ ଏବଂ ଅନ୍ୟ ପଥରଟି ଦକ୍ଷିଣସ୍ଥ ଗେବା ଆଡ଼କୁ ମୁହାଁଇଥିଲା।


ତା'ପରେ ଯିହୋଶୂୟ ଆଖ‌ନ୍‌କୁ କହିଲେ, “ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର, ତୁମ୍ଭେ କ’ଣ କରିଛ ମୋତେ କୁହ ସେ କଥା ଲୁଗ୍ଭଅ ନାହିଁ।”


ଏହା ପରେ ସଦାପ୍ରଭୁ କହିଲେ, “ତୁମ୍ଭେ କ’ଣ କଲ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଛି।


ଏହା ପରେ ସଦାପ୍ରଭୁ ପରମେଶ୍ୱର ସେହି ସ୍ତ୍ରୀଲୋକକୁ କହିଲେ, “ଏପରି ତୁମ୍ଭେ କାହିଁକି କଲ?” ସ୍ତ୍ରୀଲୋକଟି ଉତ୍ତର ଦେଲା, “ସର୍ପ ମୋତେ ଭୁଲାଇ ଦେଲା, ତହିଁରେ ମୁଁ ତାକୁ ଖାଇଲି।”


ଏଥିପାଇଁ ମୁଁ ଭାବିଲି, ‘ପଲେଷ୍ଟୀୟମାନେ ଗି‌ଲ୍‌ଗଲ୍ ଆସି ଆକ୍ରମଣ କରିବେ ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ। ତେଣୁ ମୁଁ ବାଧ୍ୟ ହୋଇ ହୋମବଳି ଉତ୍ସର୍ଗ କରିଛି।’”


Swiv nou:

Piblisite


Piblisite