Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 12:9 - ପବିତ୍ର ବାଇବଲ

9 “କିନ୍ତୁ ତୁମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ପାଶୋରିବାରୁ ସଦାପ୍ରଭୁ ସେମାନଙ୍କୁ ସୀଷରାର କ୍ରୀତଦାସ କରାଇଲେ। ସୀଷରା ହା‌ତ୍‌ସୋର ସୈନ୍ୟବାହିନୀର ସେନାପତି ଥିଲେ। ସଦାପ୍ରଭୁ ସେମାନଙ୍କୁ ପଲେଷ୍ଟୀୟମାନଙ୍କର ଓ ମୋୟାବ ରାଜାର ଦାସ କଲେ। ସେମାନେ ସମସ୍ତେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣ ସହିତ ଯୁଦ୍ଧ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କୁ ପାସୋରନ୍ତେ, ସେ ହାତ୍ସୋରର ସେନାପତି ସୀଷରାର ହସ୍ତରେ ଓ ପଲେଷ୍ଟୀୟମାନଙ୍କ ହସ୍ତରେ ଓ ମୋୟାବର ରାଜା ହସ୍ତରେ ସେମାନଙ୍କୁ ବିକ୍ରୟ କଲେ ଓ ସେମାନେ ସେମାନଙ୍କ ସହିତ ଯୁଦ୍ଧ କଲେ।

Gade chapit la Kopi

ଓଡିଆ ବାଇବେଲ

9 ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ପାସୋରନ୍ତେ, ସେ ହାସୋରର ସେନାପତି ସୀଷରାର ହସ୍ତରେ ଓ ପଲେଷ୍ଟୀୟମାନଙ୍କ ହସ୍ତରେ ଓ ମୋୟାବର ରାଜା ହସ୍ତରେ ସେମାନଙ୍କୁ ବିକ୍ରୟ କଲେ ଓ ସେମାନେ ସେମାନଙ୍କ ସହିତ ଯୁଦ୍ଧ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ପାସୋରନ୍ତେ, ସେ ହାସୋରର ସେନାପତି ସୀଷରାର ହସ୍ତରେ ଓ ପଲେଷ୍ଟୀୟମାନଙ୍କ ହସ୍ତରେ ଓ ମୋୟାବର ରାଜା ହସ୍ତରେ ସେମାନଙ୍କୁ ବିକ୍ରୟ କଲେ ଓ ସେମାନେ ସେମାନଙ୍କ ସହିତ ଯୁଦ୍ଧ କଲେ।

Gade chapit la Kopi




1 ଶାମୁୟେଲ 12:9
15 Referans Kwoze  

ପୁନର୍ବାର ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେହିପରି କାର୍ଯ୍ୟମାନ ଇସ୍ରାଏଲର ଲୋକମାନେ କଲେ। ତେଣୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ହସ୍ତରେ ସେମାନଙ୍କୁ ଗ୍ଭଳିଶ୍ ବର୍ଷ ଯାଏ ସମର୍ପଣ କଲେ।


ତେଣୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କୋପଦୃଷ୍ଟି ହେଲେ। ତେଣୁ ସଦାପ୍ରଭୁ ଇସ୍ରାଏଲୀୟଗଣଙ୍କୁ ପଲେଷ୍ଟୀୟ ଓ ଅମ୍ମୋନୀୟମାନଙ୍କ ହସ୍ତରେ ପରାସ୍ତ କରାଇଲେ।


ତେଣୁ ସଦାପ୍ରଭୁ ହା‌ତ୍‌ସୋରରେ ରାଜତ୍ୱକାରୀ କିଣାନୀୟ ରାଜା ଯାବୀ‌ନ୍‌ର ହସ୍ତରେ ଇସ୍ରାଏଲ ସନ୍ତାନଗଣକୁ ପରାସ୍ତ କରାଇଲେ। ଯାବୀ‌ନ୍‌ ହାରୋଶୋ‌ତ୍‌ରେ ରାଜତ୍ୱ କରୁଥିଲେ। ଅନ୍ୟ ଦେଶୀୟମାନଙ୍କ ହାରୋଶୋତ୍ ନିବାସୀ ସୀଷରା ତା'ର ସେନାପତି ଥିଲା।


ଏହା ପରେ ଇସ୍ରାଏଲର ଲୋକମାନେ ସେହିସବୁ କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି କହିଥିଲେ। ତେଣୁ ସଦାପ୍ରଭୁ ଇଗ୍ଲୋନ, ମୋୟାବର ରାଜା ଶକ୍ତିଶାଳୀ ଇସ୍ରାଏଲର ଲୋକମାନଙ୍କୁ ହରାଇବାକୁ ପ୍ରସ୍ତୁତ କଲେ।


ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସେମାନଙ୍କୁ ତ୍ୟାଗ କଲ। ଯେଉଁ ପରମେଶ୍ୱର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କୁ ପାସୋରି ଅଛ।


ଜଣେ ଯୁବତୀ କ’ଣ ନିଜର ଅଳଙ୍କାରକୁ ଭୁଲିପାରେ? ଜଣେ କନ୍ୟା କ’ଣ ତା'ର ପୋଷାକକୁ ଭୁଲି ପାରିବ? କିନ୍ତୁ ମୋର ଲୋକମାନେ ମୋତେ ଅସଂଖ୍ୟ ଥର ପାଶୋରି ଅଛନ୍ତି।


ମାତ୍ର ସେମାନେ ସଦାପ୍ରଭୁଙ୍କ ବିପକ୍ଷରେ ବିଦ୍ରୋହ କଲେ ଓ ତାଙ୍କର ପବିତ୍ରଆତ୍ମାକୁ ଦୁଃଖିତ କଲେ। ତେଣୁ ସେ ସେମାନଙ୍କର ଶତ୍ରୁ ହୋଇଗଲେ ଓ ସେମାନଙ୍କର ବିପକ୍ଷରେ ଯୁଦ୍ଧ କଲେ।


ପରମେଶ୍ୱର ଆମ୍ଭ ପୂର୍ବପୁରୁଷଗଣକୁ ରକ୍ଷା କଲେ, କିନ୍ତୁ ସେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଭୁଲିଗଲେ। ସେ ସେମାନଙ୍କ ପାଇଁ ମିଶରରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସେମାନେ ଭୁଲିଗଲେ।


ଏହୂଦଙ୍କ ପରେ ଇସ୍ରାଏଲୀୟମାନଙ୍କୁ ଆଉ ଜଣେ ରକ୍ଷା କଲେ। ସେ ଶ‌ମ୍‌ଗର, ଅନାତର ପୁତ୍ର ଥିଲେ। ସେ 600 ପଲେଷ୍ଟୀୟ ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ୱାରା ହତ୍ୟା କଲେ। ସେ ମଧ୍ୟ ଇସ୍ରାଏଲକୁ ରକ୍ଷା କଲେ।


ସଦାପ୍ରଭୁ ଇସ୍ରାଏଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ୱର ଲୁଣ୍ଠନକାରୀମାନଙ୍କୁ ସେମାନଙ୍କ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଲୁଣ୍ଠନ କଲେ। ସଦାପ୍ରଭୁ ସେମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଶତ୍ରୁମାନଙ୍କୁ ସାହାଯ୍ୟ କଲେ, ସେମାନଙ୍କୁ ହରାଇବାକୁ। ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କ ବିରୁଦ୍ଧରୁ ନିଜକୁ ରକ୍ଷା କରି ପାରିଲେ ନାହିଁ।


ଜଣେ ଲୋକ କ’ଣ ହଜାରେ ଲୋକଙ୍କୁ ଗୋଡ଼ାଇ ପାରିବ? ଦୁଇଜଣ ଲୋକ କ’ଣ ଦଶହଜାର ଲୋକଙ୍କୁ ଘଉଡ଼ାଇ ଦେଇ ପାରିବେ? ତାହା ଘଟିବ କେବଳ ଯଦି ସଦାପ୍ରଭୁ ସେମାନଙ୍କୁ ତାଙ୍କର ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରନ୍ତି।


କିନ୍ତୁ ଯଦି ତୁମ୍ଭେ ସଦାପ୍ରଭୁଙ୍କ ‌କଥା ନ ମାନ ଏବଂ ତାଙ୍କ ବିରୁଦ୍ଧରେ ଯାଅ, ତେବେ ପରମେଶ୍ୱରଙ୍କର ହସ୍ତ ତୁମ୍ଭମାନଙ୍କ ବିରୁଦ୍ଧରେ ଯିବ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ବିରୁଦ୍ଧରେ ଥିଲେ।


Swiv nou:

Piblisite


Piblisite