Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 12:18 - ପବିତ୍ର ବାଇବଲ

18 ତେଣୁ ଶାମୁୟେଲ ସଦାପ୍ରଭୁଙ୍କୁ ଡାକିଲେ, ସେହି ସମୟରେ ସଦାପ୍ରଭୁ ମେଘଗର୍ଜନ ଓ ବୃଷ୍ଟି ପଠାଇଲେ। ତେଣୁ ସବୁଲୋକ ସଦାପ୍ରଭୁ ଓ ଶାମୁୟେଲଙ୍କୁ ଭୟ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଏଥିରେ ଶାମୁୟେଲ ସଦାପ୍ରଭୁଙ୍କୁ ଡ଼ାକିଲେ, ପୁଣି ସଦାପ୍ରଭୁ ସେହିଦିନ ମେଘଗର୍ଜନ ଓ ବୃଷ୍ଟି ପଠାଇଲେ; ତହିଁରେ ସମସ୍ତ ଲୋକ ସଦାପ୍ରଭୁଙ୍କୁ ଓ ଶାମୁୟେଲଙ୍କୁ ଅତ୍ୟ; ଭୟ କଲେ।

Gade chapit la Kopi

ଓଡିଆ ବାଇବେଲ

18 ଏଥିରେ ଶାମୁୟେଲ ସଦାପ୍ରଭୁଙ୍କୁ ଡ଼ାକିଲେ, ପୁଣି, ସଦାପ୍ରଭୁ ସେହିଦିନ ମେଘଗର୍ଜ୍ଜନ ଓ ବୃଷ୍ଟି ପଠାଇଲେ; ତହିଁରେ ସମସ୍ତ ଲୋକ ସଦାପ୍ରଭୁଙ୍କୁ ଓ ଶାମୁୟେଲଙ୍କୁ ଅତ୍ୟନ୍ତ ଭୟ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଏଥିରେ ଶାମୁୟେଲ ସଦାପ୍ରଭୁଙ୍କୁ ଡ଼ାକିଲେ, ପୁଣି, ସଦାପ୍ରଭୁ ସେହି ଦିନ ମେଘ ଗର୍ଜ୍ଜନ ଓ ବୃଷ୍ଟି ପଠାଇଲେ; ତହିଁରେ ସମସ୍ତ ଲୋକ ସଦାପ୍ରଭୁଙ୍କୁ ଓ ଶାମୁୟେଲଙ୍କୁ ଅତ୍ୟନ୍ତ ଭୟ କଲେ।

Gade chapit la Kopi




1 ଶାମୁୟେଲ 12:18
10 Referans Kwoze  

ସେହି ଦିନ ଇସ୍ରାଏଲୀୟମାନେ ଦେଖିଛନ୍ତି ସଦାପ୍ରଭୁଙ୍କର ସେହି ମହାନ୍ ଶକ୍ତି ଯେତେବେଳେ ସେ ମିଶରୀୟମାନଙ୍କୁ ପରାସ୍ତ କଲେ। ତେଣୁ ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ସମ୍ମାନ ଦେଲେ। ସେମାନେ ସଦାପ୍ରଭୁ ଓ ତାଙ୍କର ଦାସ ମୋଶାଙ୍କଠାରେ ବିଶ୍ୱାସ ରଖିଲେ।


ତେଣୁ ଯିହୁଦା ଓ ବିନ୍ୟାମିନର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମରେ ଏକତ୍ରିତ ହେଲେ। ସେହି ଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ।


ଏହା ହୁଏତ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଅବା ଦେଶର ଉନ୍ନତି କରାଇବା ପାଇଁ ଅବା ପ୍ରେମ ଦେଖାଇବା ପାଇଁ ସେ ଏହା କରନ୍ତି।


ମୋଶା ଏବଂ ହାରୋଣ ତାଙ୍କର ଯାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଶାମୁୟେଲ ଥିଲେ ଜଣେ ଯିଏକି, ପରମେଶ୍ୱରଙ୍କ ନାମ ନେଇ ପ୍ରାର୍ଥନା କରିଥିଲେ। ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଏବଂ ସେ ସେମାନଙ୍କୁ ଉତ୍ତର ଦେଲେ।


ସେହି ଦିନ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଆଗରେ ଯିହୋଶୂୟଙ୍କୁ ସମ୍ଭ୍ରାନ୍ତ କଲେ। ତହିଁରେ ଲୋକମାନେ ମୋଶାଙ୍କୁ ଯେପରି ଭୟ କରୁଥିଲେ, ସମ୍ମାନ କରୁଥିଲେ, ସେହିପରି ତାଙ୍କର ଜୀବନସାରା ତାଙ୍କୁ ଭୟ ଓ ସମ୍ମାନ କଲେ।


ସେହି ଦିନ ସଦାପ୍ରଭୁ ଇମୋରୀୟମାନଙ୍କୁ ଇସ୍ରାଏଲୀୟଗଣଙ୍କୁ ହସ୍ତାନ୍ତର କଲେ। ଯିହୋଶୂୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା'ପରେ ସେ ଇସ୍ରାଏଲୀୟମାନଙ୍କ ଉପସ୍ଥିତିରେ ଆଜ୍ଞା ଦେଲେ। “ହେ ସୂର୍ଯ୍ୟ ତୁମ୍ଭେ ଗିବିୟୋନ ଉପରେ ସ୍ତବ୍ଧ ହୁଅ। ହେ ଚନ୍ଦ୍ର ତୁମ୍ଭେ ଅୟାଲୋନ୍ ଭୂମିରେ ସ୍ତବ୍ଧ ହୁଅ।”


ତେଣୁ ରାଜା ଆହାବ ଭୋଜନ ନିମନ୍ତେ ଗଲେ। ଏଲିୟ କର୍ମିଲ ପର୍ବତର ଉପରକୁ ଚଢ଼ିଲେ ଆଶାରେ ପଡ଼ିଲେ ଏବଂ ଆପଣା ଆଣ୍ଠୁ ମଧ୍ୟରେ ମୁଣ୍ତ ରଖିଲେ।


Swiv nou:

Piblisite


Piblisite