Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 12:13 - ପବିତ୍ର ବାଇବଲ

13 ବର୍ତ୍ତମାନ ତୁମ୍ଭମାନଙ୍କ ଅନୁରୋଧ ଓ ପସନ୍ଦ ଅନୁସାରେ ସଦାପ୍ରଭୁ ତୁମ୍ଭକୁ ଶାସନ କରିବା ପାଇଁ ଜଣେ ରାଜାଙ୍କୁ ଦେଇଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଏହେତୁ ତୁମ୍ଭେମାନେ ଯାହାକୁ ମନୋନୀତ କଲ ଓ ତୁମ୍ଭେମାନେ ଯାହା ପାଇଁ ପ୍ରାର୍ଥନା କଲ, ତୁମ୍ଭମାନଙ୍କର ସେହି ରାଜାଙ୍କୁ ଏବେ ଦେଖ; ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କଲେ।

Gade chapit la Kopi

ଓଡିଆ ବାଇବେଲ

13 ଏହେତୁ ତୁମ୍ଭେମାନେ ଯାହାକୁ ମନୋନୀତ କଲ ଓ ତୁମ୍ଭେମାନେ ଯାହା ପାଇଁ ପ୍ରାର୍ଥନା କଲ, ତୁମ୍ଭମାନଙ୍କର ସେହି ରାଜାଙ୍କୁ ଏବେ ଦେଖ; ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଏହେତୁ ତୁମ୍ଭେମାନେ ଯାହାକୁ ମନୋନୀତ କଲ ଓ ତୁମ୍ଭେମାନେ ଯାହା ପାଇଁ ପ୍ରାର୍ଥନା କଲ, ତୁମ୍ଭମାନଙ୍କର ସେହି ରାଜାଙ୍କୁ ଏବେ ଦେଖ; ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କଲେ।

Gade chapit la Kopi




1 ଶାମୁୟେଲ 12:13
9 Referans Kwoze  

ଆମ୍ଭେ କ୍ରୋଧିତ ହେଲୁ ଓ ତୁମ୍ଭମାନଙ୍କର ଜଣେ ରାଜା ହେଲୁ। ଯେତେବେଳେ ଅତି କ୍ରୋଧିତ ହେଲୁ ତାଙ୍କୁ ଦୂରକୁ ନେଇଗଲୁ।


ଶାମୁୟେଲ ଲୋକମାନଙ୍କୁ କହିଲେ, “ଏଇ ବ୍ୟକ୍ତିକୁ ଦେଖ। ପରମେଶ୍ୱର ତାଙ୍କୁ ମନୋନୀତ କରିଛନ୍ତି। ତୁମ୍ଭମାନଙ୍କ ମଧ୍ୟରେ ତାଙ୍କଠାରୁ ସୁପୁରୁଷ ଆଉ କେହି ନାହାନ୍ତି।” ତା'ପରେ ଲୋକମାନେ ପାଟିକଲେ, “ରାଜା ଦୀର୍ଘଜୀବି ହୁଅନ୍ତୁ।”


ଇସ୍ରାଏଲର ପ୍ରାଚୀନଗଣ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ ବୃଦ୍ଧ ହୋଇଯାଇଛ ଏବଂ ତୁମ୍ଭର ପୁଅମାନେ ତୁମ୍ଭପରି ଜୀବନଯାପନ କରୁ ନାହାନ୍ତି। ତେଣୁ ଆମ୍ଭମାନଙ୍କୁ ଗୋଟିଏ ଶାସକ ଦିଅ। ଆମ୍ଭମାନଙ୍କୁ ଶାସନ କଲାଭଳି ଯାହା ଅନ୍ୟ ଜାତିମାନଙ୍କର ଅଛି।”


ଏହା ପରେ ସେମାନେ ଜଣେ ରାଜା ଗ୍ଭହିଁଲେ। ପରମେଶ୍ୱର ସେମାନଙ୍କୁ ବିନ୍ୟାମିନ ଗୋଷ୍ଠୀ କୀଶର ପୁତ୍ର ଶାଉଲଙ୍କୁ ରାଜାରୂପେ ଦେଲେ। ସେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ।


ତା'ପରେ ସମସ୍ତେ ଗି‌ଲ୍‌ଗଲ୍ ଗଲେ, ସେଠାରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜାରୂପେ ଅଭିଷକ୍ତ କଲେ। ସେମାନେ ସମସ୍ତେ ସଦାପ୍ରଭୁଙ୍କୁ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଶାଉଲ ଏବଂ ଇସ୍ରାଏଲୀୟମାନେ ମହା ଆନନ୍ଦରେ ଏହା ପାଳନ କଲେ।


ତୁମ୍ଭେମାନେ ତିନି ଦିନ ପୂର୍ବେ ହଜିଥିବା ଗଧମାନଙ୍କ ପାଇଁ ଦୁଃଖ କର ନାହିଁ। ସେମାନଙ୍କୁ ମିଳିଯାଇଛି। ବର୍ତ୍ତମାନ ଇସ୍ରାଏଲୀୟମାନେ ଜଣେ ବ୍ୟକ୍ତିର ସନ୍ଧାନରେ ଅଛନ୍ତି ଏବଂ ସେ ବ୍ୟକ୍ତିଜଣକ ତୁମ୍ଭେ ଅଟ। ସେମାନେ ତୁମ୍ଭକୁ ଏବଂ ତୁମ୍ଭ ପିତାଙ୍କ ପରିବାରବର୍ଗକୁ ଗ୍ଭହାନ୍ତି।”


ବର୍ତ୍ତମାନ ଗହମ କାଟିବାର ସମୟ। କିନ୍ତୁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଯେପରି ସେ ମେଘ ଗର୍ଜନ ଓ ବୃଷ୍ଟି ପଠାଇବେ। ସେଥିରୁ ତୁମ୍ଭେମାନେ ଜାଣିବ ଯେ, ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭେ ରାଜା ଦାବିକରି ବହୁତ ପାପ କରିଅଛ।”


ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, “ଆମ୍ଭେମାନେ ଯେପରି ନ ମରୁ ସେଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଅନେକ ଥର ପାପ କରିଅଛୁ ଏବଂ ବର୍ତ୍ତମାନ ଆମ୍ଭେମାନେ ରାଜାଙ୍କୁ ମାଗି ପାପକୁ ବଢ଼େଇ ଦେଉଛୁ।”


Swiv nou:

Piblisite


Piblisite