1 ଶାମୁୟେଲ 11:13 - ପବିତ୍ର ବାଇବଲ13 ଶାଉଲ କହିଲେ, “ନା! ଆଜି କାହାକୁ ହତ୍ୟା କର ନାହିଁ। ସଦାପ୍ରଭୁ ଆଜି ଇସ୍ରାଏଲୀୟମାନଙ୍କୁ ରକ୍ଷା କରିଛନ୍ତି।” Gade chapit laପବିତ୍ର ବାଇବଲ (Re-edited) - (BSI)13 ମାତ୍ର ଶାଉଲ କହିଲେ, ଆଜି କୌଣସି ଲୋକର ପ୍ରାଣଦଣ୍ତ ହେବ ନାହିଁ, କାରଣ ଆଜି ସଦାପ୍ରଭୁ ଇସ୍ରାଏଲ ମଧ୍ୟରେ ଉଦ୍ଧାର ସାଧନ କରିଅଛନ୍ତି। Gade chapit laଓଡିଆ ବାଇବେଲ13 ମାତ୍ର ଶାଉଲ କହିଲେ, ଆଜି କୌଣସି ଲୋକର ପ୍ରାଣଦଣ୍ଡ ହେବ ନାହିଁ, କାରଣ ଆଜି ସଦାପ୍ରଭୁ ଇସ୍ରାଏଲ ମଧ୍ୟରେ ଉଦ୍ଧାର ସାଧନ କରିଅଛନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ମାତ୍ର ଶାଉଲ କହିଲେ, “ଆଜି କୌଣସି ଲୋକର ପ୍ରାଣଦଣ୍ଡ ହେବ ନାହିଁ, କାରଣ ଆଜି ସଦାପ୍ରଭୁ ଇସ୍ରାଏଲ ମଧ୍ୟରେ ଉଦ୍ଧାର ସାଧନ କରିଅଛନ୍ତି।” Gade chapit la |
ଏଥର ସୈନ୍ୟମାନେ ଶାଉଲଙ୍କୁ କହିଲେ, “ଯୋନାଥନ ଆଜି ଇସ୍ରାଏଲକୁ ମହାଉଦ୍ଧାର କରିଛନ୍ତି। ଯୋନାଥନ ମରିବ, ଏହା କେବେ ହୋଇ ନ ପାରେ। ଆମ୍ଭେ ଜୀବିତ ପରମେଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ, କେହି ଯୋନାଥନଙ୍କୁ ହତ୍ୟା ତ ଦୂରର କଥା ମୁଣ୍ଡରୁ ଗୋଟିଏ କେଶ ମଧ୍ୟ ତଳେ ପଡ଼ିବାକୁ ଦେବୁ ନାହିଁ। ପରମେଶ୍ୱର ପଲେଷ୍ଟୀୟ କବଳରୁ ଇସ୍ରାଏଲକୁ ଉଦ୍ଧାର ପାଇଁ ଯୋନାଥନଙ୍କୁ ସାହାଯ୍ୟ କରିଛନ୍ତି।” ତେଣୁ ଲୋକମାନ ଯୋନାଥନଙ୍କୁ ସାହାଯ୍ୟ କରିବେ, ତାଙ୍କୁ କେବେ ବି ହତ୍ୟା କରିବା ପାଇଁ ଦିଆଯିବ ନାହିଁ।
କିନ୍ତୁ କେତେ ଖଳ ବ୍ୟକ୍ତି କହିଲେ, “କେମିତି ଏ ଲୋକ ଆମକୁ ରକ୍ଷା କରିବ?” ସେମାନେ ଶାଉଲଙ୍କ ବିରୁଦ୍ଧରେ ଖରାପ କଥା କହିଲେ ଏବଂ ତାଙ୍କ ନିକଟକୁ ଉପହାର ଆଣିବା ପାଇଁ ବାରଣ କଲେ। କିନ୍ତୁ ଶାଉଲ ନୀରବ ରହିଲେ। ଅମ୍ମୋନୀୟକ ରାଜା ନାହଶ୍ ଗାଥ୍ ଓ ରୁବେନ୍ ଗୋଷ୍ଠୀଙ୍କ ଉପରେ ଆକ୍ରମଣ ଚଲାଉ ଥିଲେ। ନାହଶ୍ ସେମାନଙ୍କ ଦକ୍ଷିଣ ଚକ୍ଷୁ ଉପାଡ଼ି ଦେଉଥିଲେ। ଯର୍ଦ୍ଦନ ନଦୀର ପୂର୍ବ ଅବବାହିକାରେ ବାସ କରୁଥିବା ଇସ୍ରାଏଲୀୟମାନଙ୍କୁ ମଧ୍ୟ ସେ ନାଲି ଆଖି ଦେଖାଇ ରଖିଥିଲେ। ସେଥିପାଇଁ 7,000 ଇସ୍ରାଏଲୀୟ ଅମ୍ମୋନୀୟଠାରୁ ବାହାରି ଆସି ଯାବେଶ୍ ଗିଲିୟଦରେ ଅବସ୍ଥାନ କଲେ।