Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 11:1 - ପବିତ୍ର ବାଇବଲ

1 ପ୍ରାୟ ଏକ ମାସ ପରେ ଅମ୍ମୋନୀୟ ନାହଶ ଏବଂ ତାଙ୍କ ସେନା ଯାବେଶ୍ ଗିଲିୟଦ ଛାଉଣି ସ୍ଥାପନ କଲେ। ଯାବେ‌‌‌ଶ୍‌‌ର ଲୋକ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିୟମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଅମ୍ମୋନୀୟ ନାହଶ୍ ଆସି ଯାବେଶ-ଗିଲୀୟଦସମ୍ମୁଖରେ ଛାଉଣି ସ୍ଥାପନ କଲା; ତହିଁରେ ଯାବେଶର ସମସ୍ତ ଲୋକ ନାହଶ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସହିତ ଏକ ନିୟମ ସ୍ଥିର କର, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବା ।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଅମ୍ମୋନୀୟ ନାହଶ୍‍ ଆସି ଯାବେଶ-ଗିଲୀୟଦ ସମ୍ମୁଖରେ ଛାଉଣି ସ୍ଥାପନ କଲା; ତହିଁରେ ଯାବେଶର ସମସ୍ତ ଲୋକ ନାହଶ୍‍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସହିତ ଏକ ନିୟମ ସ୍ଥିର କର, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଅମ୍ମୋନୀୟ ନାହଶ୍‍ ଆସି ଯାବେଶ-ଗିଲୀୟଦ ସମ୍ମୁଖରେ ଛାଉଣି ସ୍ଥାପନ କଲା; ତହିଁରେ ଯାବେଶର ସମସ୍ତ ଲୋକ ନାହଶ୍‍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସହିତ ଏକ ନିୟମ ସ୍ଥିର କର, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବା।”

Gade chapit la Kopi




1 ଶାମୁୟେଲ 11:1
23 Referans Kwoze  

ତା'ପରେ ତୁମ୍ଭେ ଦେଖିଲ ଅମ୍ମୋନର ରାଜା ନାହଶ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ତୁମ୍ଭେ କହିଲ, ‘ନା! ଆମ୍ଭେ ଜଣେ ରାଜା ଗ୍ଭହୁଁ’ ଯଦିଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କର ରାଜା ଥିଲେ।


ଏବଂ ସେ ଏକ ରାଜସ୍ୱ ନେଇ ତାକୁ ଶପଥ କରାଇ ତା’ ସହିତ ଏକ ଚୁକ୍ତି କଲେ ଏବଂ ସେ ମହତ୍ତ୍ୱପୂର୍ଣ୍ଣ ଲୋକମାନଙ୍କୁ ନେଇଗଲେ।


ସେତେବେଳେ ବି‌ନ୍‌ହଦଦ୍ ଆହାବଙ୍କୁ କହିଲେ, “ମୋର ପିତା ଯେଉଁ ନଗରଗୁଡ଼ିକ ତୁମ୍ଭ ପିତାଙ୍କଠାରୁ ନେଇ ଥିଲେ ମୁଁ ତୁମ୍ଭକୁ ସେଗୁଡ଼ିକ ଫେରାଇ ଦେବାକୁ ଯାଉଛି। ଯେହେତୁ ମୋର ପିତା ଯେପରି ଶମରିୟାରେ ବଜାର ଓ ଦୋକାନମାନ କରିଥିଲେ ଆପଣ ଦମ୍ମେଶକରେ ସେହିପରି କରିବେ।” ଆହାବ ଉତ୍ତର ଦେଲେ, “ଯଦି ତୁମ୍ଭେ ଏଥିରେ ସମ୍ମତ, ତେବେ ମୁଁ ତୁମ୍ଭକୁ ଛାଡ଼ି ଦେବି।” ଦୁଇ ରାଜା ଶାନ୍ତିଚୁକ୍ତିରେ ସମ୍ମତ ହେଲେ ଓ ରାଜା ଆହାବ ବି‌ନ୍‌ହଦ‌ଦଙ୍କୁ ମୁକ୍ତ କଲେ।


ଇସ୍ରାଏଲର ପରିବାରବର୍ଗ ମଧ୍ୟରୁ ଏପରି କେଉଁ ପରିବାରବର୍ଗ, “ମି‌ସ୍‌ପୀରେ ସଦାପ୍ରଭୁଙ୍କ ନିକଟକୁ ଆସିଲା ନାହିଁ।” ଏବଂ ବାସ୍ତବରେ ସେମାନେ ଅନ୍ୟ ଇସ୍ରାଏଲମାନଙ୍କ ସହିତ ଯାବେଶ୍ ଗିଲିୟଦରୁ କେହି ମିଶିବାକୁ ଆସି ନ ଥିଲେ।


ସେମାନେ ଉତ୍ତର ଦେଲେ, “ବର୍ତ୍ତମାନ ଆମ୍ଭେ ଜାଣିଲୁ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ଆମ୍ଭେ ଭାବିଲୁ ତୁମ୍ଭ ସହିତ ଏକ ଚୁକ୍ତି କରିବା। ଆମ୍ଭେ ଗ୍ଭହୁଁଛୁ ତୁମ୍ଭେ ଆମ୍ଭ ନିକଟରେ ପ୍ରତିଜ୍ଞା କର।


ଲିବିୟାଥନ ତୁମ୍ଭ ସହିତ ଚୁକ୍ତି କରିବ କି? ଏବଂ ତୁମ୍ଭ ସହିତ ଚିରଦିନ ରହିବାକୁ ପ୍ରତିଜ୍ଞା କରିବ କି?


“ତୁମ୍ଭେ ସେମାନଙ୍କ ସହିତ କିମ୍ବା ସେମାନଙ୍କ ଦେବତାଗଣ ସହିତ କୌଣସି ଚୁକ୍ତି କରିବ ନାହିଁ।


ହିଜକିୟଙ୍କ କଥା ଶୁଣ ନାହିଁ। କାରଣ ଅଶୂର ରାଜା ଏହିକଥା କୁହନ୍ତି, “ତୁମ୍ଭେମାନେ ମୋ’ ସହିତ ଚୁକ୍ତି କର। ତୁମ୍ଭେମାନେ ନଗରରୁ ବାହାରି ମୋ’ ନିକଟକୁ ଗ୍ଭଳିଆସ। ତା'ପରେ ପ୍ରତ୍ୟେକ ନିଜ ନିଜ ଗୃହକୁ ଯିବାକୁ ମୁକ୍ତ ଅଟ। ପ୍ରତ୍ୟେକ ଆପଣା ଆପଣା ଦ୍ରାକ୍ଷାଫଳ ଓ ଡିମ୍ବିରି ଫଳ ଭୋଜନ କର। ପ୍ରତ୍ୟେକ ନିଜ ନିଜ କୂପରୁ ଜଳ ପାନକର।


ତେଣୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କୋପଦୃଷ୍ଟି ହେଲେ। ତେଣୁ ସଦାପ୍ରଭୁ ଇସ୍ରାଏଲୀୟଗଣଙ୍କୁ ପଲେଷ୍ଟୀୟ ଓ ଅମ୍ମୋନୀୟମାନଙ୍କ ହସ୍ତରେ ପରାସ୍ତ କରାଇଲେ।


“ଅମ୍ମୋନୀୟ କି ମୋୟାବୀୟ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ଯ୍ୟନ୍ତ ମଧ୍ୟ ସଦାପ୍ରଭୁଙ୍କ ଧାର୍ମିକ ସମାଜରେ ପ୍ରବେଶ କରି ପାରିବ ନାହିଁ।


ଶାଉଲ ସମଗ୍ର ଇସ୍ରାଏଲକୁ ନିୟନ୍ତ୍ରଣ କଲେ। ଶାଉଲ ଇସ୍ରାଏଲ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁ ସହିତ ଅର୍ଥାତ୍ ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସୋବାର ରାଜାଗଣ ଏବଂ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ସମସ୍ତ ଶତ୍ରୁଙ୍କୁ ପରାସ୍ତ କଲେ।


ଏହା ପରେ ଅମ୍ମୋନ ସନ୍ତାନଗଣର ରାଜା ମରିଗଲା ପରେ ତା'ର ପୁତ୍ର ହାନୂନ୍ ରାଜ ପଦରେ ଅଭିଷିକ୍ତ ହେଲା।


ଦାଉଦ କହିଲେ, “ମୁଁ ହାନୂନ୍ ପ୍ରତି ବିଶେଷ କରୁଣା ପ୍ରକାଶ କରିବାକୁ ଯାଉଅଛି କାରଣ ତା'ର ପିତା ନାହଶ ମୋ’ ପ୍ରତି ବହୁତ ବିଶ୍ୱସ୍ତ ଓ ଦୟାବାନ ଥିଲା।” ତେଣୁ ତାକୁ ପିତୃ ଶୋକରୁ ସାନ୍ତ୍ୱନା ଦେବା ପାଇଁ ଦାଉଦ ନିଜର ପଦାଧିକାରୀ କର୍ମଗ୍ଭରୀମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। ସେମାନେ ଅମ୍ମୋନର ଭୂମିରେ ପହଞ୍ଚିଲେ।


ଯେତେବେଳେ ଦାଉଦ ମହନୟିମରେ ପହଞ୍ଚିଲେ, ସେ ସେଠାରେ ଶୋବି, ମାଖୀର ଏବଂ ବର୍ସିଲ୍ଲୟଙ୍କୁ ଭେଟିଲେ। ଶୋବି ରବ୍ବାରୁ ଅମ୍ମୋନୀୟ ନାହଶଙ୍କର ପୁତ୍ର ଥିଲେ। ମାଖୀର ଲୋ-ଦବାର ନିବାସୀ ଅମ୍ମୀୟେଲର ପୁତ୍ର ଥିଲେ। ବର୍ସିଲ୍ଲୟ ରୋଗଲୀମନିବାସୀ ଗିଲିୟଦୀୟ ଥିଲେ।


ଯିହୁଦାର ଯେଉଁସବୁ ଲୋକ ମୋୟାବ, ଅମ୍ମୋନ, ଇଦୋମ ଓ ଅନ୍ୟାନ୍ୟ ସବୁ ଦେଶରେ ଥିଲେ, ସେମାନେ ଶୁଣିଲେ ଯେ ବାବିଲର ରାଜା ଯିହୁଦା ଏକ ଅବଶିଷ୍ଟ ଅଂଶ ଲୋକ ରଖିଅଛି ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟକୁ ସେମାନଙ୍କୁ ଶାସନ କରିବାକୁ ନିଯୁକ୍ତ କରିଅଛି।


ଯୋହାନନ୍ ଓ ସେହି ଅଧିପତିଗଣ ଗଦଲିୟକୁ କହିଲେ, “ଅମ୍ମୋନ୍ ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନିୟର ପୁତ୍ର ଇ‌ଶ୍‌ମାୟେଲକୁ ପଠାଇଅଛି ବୋଲି ଆପଣ ଜାଣନ୍ତି କି?” ମାତ୍ର ଅହୀକାମର ପୁତ୍ର ଗଦଲିୟ ସେମାନଙ୍କ କଥାରେ ବିଶ୍ୱାସ କଲେ ନାହିଁ।


କିଛି ଦିନପରେ ଅମ୍ମୋନ ସନ୍ତାନଗଣ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଲାଗିଲେ।


ଦାଉଦ ଯାବେଶ୍ ଗିଲିୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇଲେ ଓ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। କାରଣ ତୁମ୍ଭେମାନେ ନିଜର ପ୍ରଭୁ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ।


ପଲେଷ୍ଟୀୟମାନେ ଶାଉଲଙ୍କ ପ୍ରତି ଯେଉଁ ଯେଉଁ କର୍ମ କଲେ, ସେହିସବୁ ଯାବେଶ୍-ଗିଲିୟଦରେ ବାସ କରୁଥିବା ଲୋକମାନେ ଶୁଣିଲେ।


ଯାବେଶ୍-ଗିଲିୟଦର ସମସ୍ତ ସାହସୀ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ମୃତ ଶରୀର ଆଣିବା ନିମନ୍ତେ ଗଲେ ଓ ନେଇ ଆସିଲେ। ଯାବେଶସ୍ଥିତ ଏକ ବିରାଟ ବୃକ୍ଷ ତଳେ ସେମାନଙ୍କ ଅସ୍ଥିକୁ କବର ଦେଲେ। ଏହା ପରେ ସେମାନେ ସାତ ଦିନ ପର୍ଯ୍ୟନ୍ତ ଉପବାସ କଲେ।


Swiv nou:

Piblisite


Piblisite