Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 10:18 - ପବିତ୍ର ବାଇବଲ

18 ସେ ଇସ୍ରାଏଲବାସୀଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ଇସ୍ରାଏଲକୁ ମିଶରରୁ ବାହାର କରି ଆଣିଲି, ମୁଁ ତୁମ୍ଭମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କଲି ଓ ଅନ୍ୟ ଦେଶମାନଙ୍କର ନିୟନ୍ତ୍ରଣରୁ ତୁମ୍ଭକୁ ରକ୍ଷା କଲି।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଓ ସେ ଇସ୍ରାଏଲ-ସନ୍ତାନମାନଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର କହନ୍ତି, ଆମ୍ଭେ ଇସ୍ରାଏଲକୁ ମିସରରୁ ବାହାର କରି ଆଣିଲୁ ଓ ଆମ୍ଭେ ମିସ୍ରୀୟମାନଙ୍କ ହସ୍ତରୁ ଓ ଯେସକଳ ରାଜ୍ୟର ଲୋକମାନେ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କଲେ, ସେମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ;

Gade chapit la Kopi

ଓଡିଆ ବାଇବେଲ

18 ଓ ସେ ଇସ୍ରାଏଲ ସନ୍ତାନଗଣଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଆମ୍ଭେ ଇସ୍ରାଏଲକୁ ମିସରରୁ ବାହାର କରି ଆଣିଲୁ ଓ ଆମ୍ଭେ ମିସ୍ରୀୟମାନଙ୍କ ହସ୍ତରୁ ଓ ଯେସକଳ ରାଜ୍ୟର ଲୋକମାନେ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କଲେ, ସେମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଓ ସେ ଇସ୍ରାଏଲ-ସନ୍ତାନଗଣଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଆମ୍ଭେ ଇସ୍ରାଏଲକୁ ମିସରରୁ ବାହାର କରି ଆଣିଲୁ ଓ ଆମ୍ଭେ ମିସରୀୟମାନଙ୍କ ହସ୍ତରୁ ଓ ଯେସକଳ ରାଜ୍ୟର ଲୋକମାନେ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କଲେ, ସେମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ;’

Gade chapit la Kopi




1 ଶାମୁୟେଲ 10:18
7 Referans Kwoze  

ସଦାପ୍ରଭୁଙ୍କର ଦୂତ ଗି‌‌ଲ୍‌‌ଗ‌‌ଲ୍‌‌ର ନଗରରୁ ବୋଖୀମକୁ ଆସିଲେ। ଏହି ସଦାପ୍ରଭୁଙ୍କର ଦୂତ ଇସ୍ରାଏଲବାସୀଙ୍କୁ ନିମ୍ନଲିଖିତ ବାର୍ତ୍ତା ଦେଲେ, “ମୁଁ ତୁମ୍ଭମାନଙ୍କୁ ମିଶରରୁ ଆଣିଲି। ମୁଁ ଯେଉଁ ଭୂମି ତୁମ୍ଭଙ୍କୁ ଦେଲି, ତାହା ମୁଁ ତୁମ୍ଭର ପୂର୍ବପୁରୁଷଙ୍କ ନିକଟରେ ଶପଥ କରିଥିଲି। ମୁଁ କହିଲି ଯେ, ମୁଁ ତୁମ୍ଭମାନଙ୍କ ସହିତ ଚୁକ୍ତି କଦାପି କୌଣସି ସମୟରେ ଲଙ୍ଘନ କରିବି ନାହିଁ।


“ଆଉ ଯେଉଁ ସମୟରେ ତୁମ୍ଭେମାନେ ଆପଣା ଦେଶରେ ଶତ୍ରୁମାନଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ଯାଉଛ, ତୁମ୍ଭେମାନେ ତୂରୀରେ ରଣବାଦ୍ୟ ବଜାଇବା ଉଚିତ୍। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭଙ୍କୁ ମନେ କରିବେ ଓ ତୁମ୍ଭମାନଙ୍କୁ ଆପଣା ଶତ୍ରୁଗଣଠାରୁ ରକ୍ଷା କରିବେ।


“ଯାକୁବ ମିଶରକୁ ଗଲା ଉତ୍ତାରୁ ମିଶରୀୟମାନେ ତୁମ୍ଭମାନଙ୍କର ବଂଶଧରଗଣଙ୍କର ଜୀବନକୁ ଦୁର୍ବିସହ କରିଦେଲେ। ତେଣୁ ସେମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କୁ ଡାକିଲେ। ସେତେବେଳେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ ପଠାଇଲେ। ସେମାନେ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କୁ ମିଶରରୁ ଆଣିଲେ ଏବଂ ଏହି ସ୍ଥାନରେ ବାସ କରାଇଲେ।


ତହିଁରେ ଆମ୍ଭେ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ତାହା ସେମାନେ ଜାଣିବେ। ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ଆମ୍ଭେ ମିଶର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ। ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର।


Swiv nou:

Piblisite


Piblisite