Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 1:18 - ପବିତ୍ର ବାଇବଲ

18 ତା'ପରେ ସେ ଉତ୍ତର ଦେଲା, “ମୁଁ ତୁମ୍ଭ ଦାସୀ ତୁମ୍ଭ ଆଖିରେ ଅନୁଗ୍ରହ ପ୍ରାପ୍ତ ହେଉ।” ଆଉ ସେ (ସ୍ତ୍ରୀ) ଆପଣା ପଥରେ ଗଲା ଓ ଭୋଜନ କଲା ଏବଂ ତା'ର ମୁହଁ ଆଉ ବିଷର୍ଣ୍ଣ ହେଲା ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ତହୁଁ ସେ କହିଲା, ତୁମ୍ଭ ଦାସୀ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପ୍ରାପ୍ତ ହେଉ। ଆଉ ସେ ସ୍ତ୍ରୀ ଆପଣା ପଥରେ ଗଲା ଓ ଭୋଜନ କଲା, ପୁଣି ତାହାର ମୁଖ ଆଉ ବିଷର୍ଣ୍ଣ ନୋହିଲା।

Gade chapit la Kopi

ଓଡିଆ ବାଇବେଲ

18 ତହୁଁ ସେ କହିଲା, ତୁମ୍ଭ ଦାସୀ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପ୍ରାପ୍ତ ହେଉ। ଆଉ ସେ ସ୍ତ୍ରୀ ଆପଣା ପଥରେ ଗଲା ଓ ଭୋଜନ କଲା, ପୁଣି, ତାହାର ମୁଖ ଆଉ ବିଷର୍ଣ୍ଣ ନୋହିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ତହୁଁ ସେ କହିଲା, “ତୁମ୍ଭ ଦାସୀ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପ୍ରାପ୍ତ ହେଉ।” ଆଉ ସେ ସ୍ତ୍ରୀ ଆପଣା ପଥରେ ଗଲା ଓ ଭୋଜନ କଲା, ପୁଣି, ତାହାର ମୁଖ ଆଉ ବିଷଣ୍ଣ ନୋହିଲା।

Gade chapit la Kopi




1 ଶାମୁୟେଲ 1:18
11 Referans Kwoze  

ଏହା ପରେ ଋତ ତାଙ୍କୁ କହିଲେ, “ତୁମ୍ଭେ ମୋ’ ଉପରେ ବହୁତ ଦୟା ଦେଖାଇ ଅଛ। ମହାଶୟ, ମୁଁ ଆପଣଙ୍କର ଦାସୀ। ଏପରିକି ମୁଁ ଆପଣଙ୍କର ଏକ ଦାସୀ ସହିତ ସମାନ ନୁହେଁ, ତଥାପି ଆପଣ ମୋ’ ପ୍ରତି ବହୁତ ଦୟା ଓ କରୁଣା ଦେଖାଇଛନ୍ତି ଏବଂ ଆପଣ ଦୟାର କଥା ମୋତେ କହିଛନ୍ତି।”


ମୁଁ ସମସ୍ତ ଭରସାର ସ୍ରୋତ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ୱାସ କାରଣରୁ ତୁମ୍ଭ ଜୀବନରେ ସମ୍ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା'ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ରଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନରେ ଝରିବ।


ତୁମ୍ଭେ ଆପଣା ମାର୍ଗରେ ଯାଅ। ଆନନ୍ଦରେ ଆପଣା ଆହାର ଭୋଜନ କର ଓ ହୃଷ୍ଟ ଚିତ୍ତରେ ଆପଣା ଦ୍ରାକ୍ଷାରସ ପାନ କର। କାରଣ ପରମେଶ୍ୱର ତୁମ୍ଭର କାର୍ଯ୍ୟ ଗ୍ରହଣ କରି ସାରିଲେଣି।


ଏପର୍ଯ୍ୟନ୍ତ ତୁମ୍ଭେ ମୋ’ ନାମରେ କିଛି ମାଗି ନାହଁ। ମାଗ, ତୁମ୍ଭେମାନେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହେବ।


ତେଣୁ ଏଷୌ କହିଲେ, “ତୁମ୍ଭର ସାହାଯ୍ୟ ପାଇଁ ମୁଁ ମୋର କିଛି ଲୋକଙ୍କୁ ଛାଡ଼ି ଯାଉଛି।” କିନ୍ତୁ ଯାକୁବ କହିଲେ, “ଏହା ତୁମ୍ଭର ଦୟା ହେବ। କିନ୍ତୁ ଏସବୁ କରିବାର କିଛି ଆବଶ୍ୟକ ନାହିଁ।” ମାତ୍ର ପ୍ରଭୁଙ୍କର ଆନୁଗ୍ରହ ଥାଉ।


ଏଷୌ କହିଲେ, “ମୁଁ ଆସିବା ସମୟରେ ଯେଉଁମାନଙ୍କୁ ଦେଖିଲି ସେମାନେ କିଏ? ସେ ପଶୁଗୁଡ଼ିକ କାହା ନିମନ୍ତେ ନେଉଛନ୍ତି।” ଯାକୁବ ଉତ୍ତର ଦେଲେ, “ସେଗୁଡ଼ିକୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଉପହାର ଦେଇଛି। ତେଣୁ ମୋତେ ଗ୍ରହଣ କର।”


ମୋର ଗାଈଗୁଡ଼ିକ, ଗର୍ଦ୍ଦଭଗୁଡ଼ିକ, ପଶୁଗଣ, ମନୁଷ୍ୟଗଣ, ସେବକ ଓ ସେବିକାଗଣ ଅଛନ୍ତି। ମୁନିବ, ମୁଁ ଅନୁଗ୍ରହ ପାଇବା ନିମନ୍ତେ ଏହି ଦୂତଗଣଙ୍କୁ ପଠାଉଛି। ଦୟାକରି ସେମାନଙ୍କୁ ଗ୍ରହଣ କର।’”


ଦୂତଗଣ ଯାକୁବଙ୍କ ପାଖକୁ ଯାଇ କହିଲେ, “ଆମ୍ଭେ ତୁମ୍ଭର ଭାଇ ଏଷୌ ନିକଟକୁ ଗଲୁ। ସେ ତୁମ୍ଭକୁ ଭେଟିବାକୁ ଆସୁଛନ୍ତି ଓ ତାଙ୍କ ସହିତ 400 ଲୋକ ଅଛନ୍ତି।”


ଦିନେ ଋତ (ମୋୟାବ ଦେଶୀୟ) ନୟମୀକୁ କହିଲେ, “ମୁଁ କ୍ଷେତକୁ ଯିବା ପାଇଁ ଗ୍ଭହେଁ। କେହି ମୋତେ ଅନୁଗ୍ରହ ଦେଖାଇ ପାରନ୍ତି। ଯଦି ଯେକେହି ତା’ ପଛରେ କିଛି ଶସ୍ୟ ଛାଡ଼ି ଯାଏ ମୁଁ ତାକୁ ସାଉଁଟି ଆଣିବି।” ନୟମୀ କହିଲେ, “ଯାଅ ମୋର କନ୍ୟା।”


ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା ଓ ସଦାପ୍ରଭୁ ତାହା ଶୁଣିଲେ ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।


Swiv nou:

Piblisite


Piblisite