Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 1:14 - ପବିତ୍ର ବାଇବଲ

14 ଏଲି ହାନ୍ନାଙ୍କୁ କହିଲେ, “ତୁମ୍ଭେ ଆଉ କେତେକାଳ ମାତାଲ ହେଉଥିବ? ଦ୍ରକ୍ଷାରସରୁ ଦୂରେଇ ରୁହ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତହିଁରେ ଏଲି ତାହାକୁ କହିଲେ, ତୁମ୍ଭେ କେତେ କାଳ ମତ୍ତ ହୋଇଥିବ? ତୁମ୍ଭ ଦ୍ରାକ୍ଷାରସ ତୁମ୍ଭଠାରୁ ଦୂର କର।

Gade chapit la Kopi

ଓଡିଆ ବାଇବେଲ

14 ତହିଁରେ ଏଲି ତାହାକୁ କହିଲେ, ତୁମ୍ଭେ କେତେ କାଳ ମତ୍ତ ହୋଇଥିବ ? ତୁମ୍ଭ ଦ୍ରାକ୍ଷାରସ ତୁମ୍ଭଠାରୁ ଦୂର କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତହିଁରେ ଏଲି ତାହାକୁ କହିଲେ, “ତୁମ୍ଭେ କେତେ କାଳ ମତ୍ତ ହୋଇଥିବ? ତୁମ୍ଭ ଦ୍ରାକ୍ଷାରସ ତୁମ୍ଭଠାରୁ ଦୂର କର।”

Gade chapit la Kopi




1 ଶାମୁୟେଲ 1:14
12 Referans Kwoze  

କେବେ ହେଲେ କଟୁ ହୁଅ ନାହିଁ, ରାଗ ନାହିଁ, କ୍ରୋଧ କର ନାହିଁ, ଉତ୍ତେଜିତ ହୁଅ ନାହିଁ। କ୍ରୋଧରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦେଲାଭଳି କଥା କୁହ ନାହିଁ। କେବେ ହେଲେ ମନ୍ଦ କାମ କର ନାହିଁ।


ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ୟ କୁହ, ଯେହେତୁ ଆମ୍ଭେ ସମସ୍ତେ ଗୋଟିଏ ଦେହର ଅଙ୍ଗପ୍ରତ୍ୟଙ୍ଗ ଅଟୁ।


ହେ ଅଳସୁଆଲୋକମାନେ, କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ସେଠାରେ ପଡ଼ି ରହିବ? ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ତୁମ୍ଭର ନିଦ୍ରା ଭାଙ୍ଗି ଉଠିବ?


ତୁମ୍ଭର ମୁଖରୁ ଅସତ୍ୟ ବାକ୍ୟ ବାହାରି ନ ଆସୁ। ମିଥ୍ୟା କୁହ ନାହିଁ।


କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆକ୍ରମଣ କରିବ ଓ ହତ୍ୟା କରିବାକୁ ଚେଷ୍ଟା କରିବ? ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ୟ। ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।


ତୁମ୍ଭେ ପରମେଶ୍ୱରଙ୍କ ନିକଟକୁ ଫେରି ଆସ। ସର୍ବଶକ୍ତିମାନ ପରମେଶ୍ୱର ତୁମ୍ଭକୁ ପୁନଃସ୍ଥାପନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଘରୁ ଦୁଷ୍ଟତା ଦୂର କର।


ଯଦି ତୁମ୍ଭ ହାତରେ ପାପ ବା ଅଧର୍ମ ଥାଏ, ତା'ହେଲେ ତାକୁ ଦୂର କର ଓ ଅନ୍ୟାୟକୁ ତୁମ୍ଭ ଗୃହରେ ବାସ କରିବାକୁ ଦିଅ ନାହିଁ।


“ତୁମ୍ଭେ କେତେକାଳ ଏହିପରି କଥା କହିବ? ତୁମ୍ଭର କଥାସବୁ ପ୍ରବଳ ବାୟୁ ତୁଲ୍ୟ ଅଟେ।


ସମସ୍ତେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେଲେ। ପବିତ୍ରଆତ୍ମାଙ୍କ ଦ୍ୱାରା ପାଉଥିବା ଶକ୍ତି ସାହାଯ୍ୟରେ ସେମାନେ ଭିନ୍ନ ଭିନ୍ନ ଭାଷାରେ କଥା କହିବାକୁ ଆରମ୍ଭ କଲେ।


କିନ୍ତୁ ଅନ୍ୟ ଲୋକମାନେ ପ୍ରେରିତମାନଙ୍କୁ ଉପହାସ କରି କହିଲେ, “ଏମାନେ ସମସ୍ତେ ମଦପିଇ ମାତାଲ ହୋଇଛନ୍ତି।”


Swiv nou:

Piblisite


Piblisite