୧ ପିତର 5:9 - ପବିତ୍ର ବାଇବଲ9 ଶୟତାନର ଅନୁସରଣ କର ନାହିଁ। ନିଜ ବିଶ୍ୱାସରେ ଦୃଢ଼ ହୋଇ ରୁହ। ସମଗ୍ର ବିଶ୍ୱରେ ସର୍ବତ୍ର ତୁମ୍ଭ ଭାଇ ଓ ଭଉଣୀମାନେ ସମାନ ଭାବରେ ତୁମ୍ଭ ଭଳି ଯାତନା ପାଉଛନ୍ତି, ଏ କଥା ତୁମ୍ଭେ ଜାଣ। Gade chapit laପବିତ୍ର ବାଇବଲ (Re-edited) - (BSI)9 ବିଶ୍ଵାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହିପ୍ରକାର ଦୁଃଖଭୋଗ ଘଟୁଅଛି। Gade chapit laଓଡିଆ ବାଇବେଲ9 ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି । Gade chapit laପବିତ୍ର ବାଇବଲ (CL) NT (BSI)9 ତୁମ୍ଭେମାନେ ବିଶ୍ୱାସରେ ଅଟଳ ରହି, ତା’ର ପ୍ରତିରୋଧ କର। ତୁମ୍ଭେମାନେ ଜାଣିଛ, ଏହି ଜଗତରେ ତୁମ ବିଶ୍ୱାସୀ ଭାଇମାନେ ଏହିପରି କ୍ଳେଶଭୋଗ ଭିତରେ ଗତି କରୁଛନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି। Gade chapit la |
କେବଳ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରତ୍ୟେକଙ୍କ ନିମନ୍ତେ ମଧ୍ୟ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିପାର। ସେ କେବେ ହେଲେ ତୁମ୍ଭମାନଙ୍କୁ ଅସହ୍ୟ ପରୀକ୍ଷାରେ ପଡ଼ିବାକୁ ଦେବେ ନାହିଁ। କିନ୍ତୁ ଯେତେବେଳେ ତୁମ୍ଭେମାନେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହେବ, ସେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ୟ ଦେଖାଇ ଦେବେ।
ତା'ପରେ ପ୍ରତ୍ୟେକ ଆତ୍ମାଙ୍କୁ ଗୋଟିଏ ଗୋଟିଏ ଧଳା ରାଜ ପୋଷାକ ଦିଆଗଲା। ସେମାନଙ୍କୁ ଆଉ ଅଳ୍ପ ସମୟ ଅପେକ୍ଷା କରିବାକୁ କୁହାଗଲା। ଖ୍ରୀଷ୍ଟଙ୍କଠାରେ ଥିବା ସେମାନଙ୍କର ଅନ୍ୟସବୁ ଭାଇମାନଙ୍କୁ ସେମାନଙ୍କ ପରି ହତ୍ୟା କରାଯିବା ପର୍ଯ୍ୟନ୍ତ ଓ ସେମାନଙ୍କ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି ଆତ୍ମାମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା। ଅତଏବ, ଏହି ହତ୍ୟାର ସବୁକିଛି ସରିବା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା।