୧ ପିତର 4:3 - ପବିତ୍ର ବାଇବଲ3 ଅତୀତରେ ଅବିଶ୍ୱାସୀ ଲୋକଙ୍କ କଥାରେ କାମ କରି ତୁମ୍ଭେ ଅନେକ ସମୟ ନଷ୍ଟ କରିସାରିଛ। ତୁମ୍ଭେ ଯୌନପାପ କରୁଥିଲ। ନିଜ ଇଚ୍ଛାନୁସାରେ ମନ୍ଦକାମ କରୁଥିଲ। ତୁମ୍ଭେ ମାତାଲ ହେଉଥିଲ, ନାନାଦି ହିଂସ୍ରକ ଓ ଧ୍ୱଂସର କାର୍ଯ୍ୟ କରୁଥିଲ, ମଦ୍ୟପାନ ଦଳରେ ଯୋଗ ଦେଉଥିଲ, ଓ ମୂର୍ତ୍ତିମାନଙ୍କୁ ଉପାସନା କରି ମନ୍ଦକାମ କରୁଥିଲ। Gade chapit laପବିତ୍ର ବାଇବଲ (Re-edited) - (BSI)3 ଯେଣୁ ବିଜାତିମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ; Gade chapit laଓଡିଆ ବାଇବେଲ3 ଯେଣୁ ଅଣଯିହୂଦୀମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ; Gade chapit laପବିତ୍ର ବାଇବଲ (CL) NT (BSI)3 ଅତୀତରେ ତୁମ୍ଭେମାନେ ଅଣବିଶ୍ୱାସୀମାନଙ୍କ ପରି କାର୍ଯ୍ୟ କରି ବହୁ ସମୟ ବିତାଇଛ। ତୁମ୍ଭମାନଙ୍କର ଜୀବନ ଅଶକଳୀଳତା, କାମୁକତା, ମଦ୍ୟପାନ, ରଙ୍ଗରସ ମତ୍ତତା ଓ ଘୃଣା ପ୍ରତିମା ପୂଜାରେ କଟି ଯାଇଛି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଯେଣୁ ଅଣଯିହୁଦୀମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ; Gade chapit la |
କେତେକ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳରେ ପ୍ରବେଶ କରିଛନ୍ତି। ସେମାନେ ସେମାନଙ୍କର କାର୍ଯ୍ୟ ପାଇଁ ଦୋଷୀ ବିବେଚିତ ହୋଇ ସାରିଲେଣି। ଭବିଷ୍ୟଦ୍ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ୱରଙ୍କର ବିରୋଧୀ। ସେମାନେ ପାପପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଆମ୍ଭ ପରମେଶ୍ୱରଙ୍କର ଅନୁଗ୍ରହକୁ ଅପବ୍ୟବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।
ମୁଁ ଭୟ କରୁଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ସେତେବେଳେ ତୁମ୍ଭମାନଙ୍କ ଆଗରେ ମୋର ପରମେଶ୍ୱର ମୋତେ ଲଜ୍ଜା ନ ଦିଅନ୍ତୁ। ଯେହେତୁ ତୁମ୍ଭମାନଙ୍କ ଭିତରୁ ଅନେକେ ପାପ କରିଥିବାରୁ, ମୁଁ ଦୁଃଖିତ ହେବି। କାରଣ ସେହି ଲୋକମାନେ ସେମାନଙ୍କର ପାପର ଜୀବନ ନିମନ୍ତେ ଦୁଃଖିତ ହୋଇ ନ ଥିବାରୁ, ଓ ଅନୁତାପ କରି ନ ଥିବାରୁ, ସେମାନଙ୍କର ଯୌନଗତ ପାପ କାରଣରୁ ଏବଂ ଲଜ୍ଜାଜନକ କାର୍ଯ୍ୟ କରୁ ଥିବାରୁ, ମୋତେ ଶୋକ କରିବାକୁ ପଡ଼ିବ।
ଆସା ଓବେଦ୍ ଭବିଷ୍ୟଦ୍ବକ୍ତାଙ୍କଠାରୁ ଏହି ସମସ୍ତ ବାର୍ତ୍ତା ଶୁଣି ଉତ୍ସାହ ଅନୁଭବ କଲେ। ଏହା ପରେ ସେ ଯିହୁଦା ଓ ବିନ୍ୟାମୀନର ସମସ୍ତ ଅଞ୍ଚଳରୁ ଘୃଣ୍ୟ ପ୍ରତିମାଗୁଡ଼ିକ ଦୂର କରିଦେଲେ। ଆସା ଇଫ୍ରୟିମର ପାର୍ବତ୍ୟମୟ ଦେଶର ଯେଉଁ ସହରଗୁଡ଼ିକ ଅଧିକାର କରିଥିଲେ, ସେହି ସହରଗୁଡ଼ିକରୁ ମଧ୍ୟ ସେହି ଘୃଣ୍ୟ ପ୍ରତିମାଗୁଡ଼ିକ ବାହାର କରିଦେଲେ। ଆଉ ସେ ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ମରାମତି କଲେ।