Biblia Todo Logo
Bib sou entènèt

- Piblisite -




୧ ପିତର 4:19 - ପବିତ୍ର ବାଇବଲ

19 ଅତଏବ ଯେଉଁ ଲୋକମାନେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଯାତନା ଭୋଗ କରୁଛନ୍ତି, ସେମାନେ ତାହାଙ୍କୁ ସେମାନଙ୍କର ଆତ୍ମା ବିଶ୍ୱାସପୂର୍ବକ ସମର୍ପଣ କରିଦେବା ଉଚିତ୍। ପରମେଶ୍ୱର ସେମାନଙ୍କୁ ଗଠନ କରିଛନ୍ତି ଓ ତେଣୁ ସେମାନେ ତାହାଙ୍କୁ ବିଶ୍ୱାସ କରି ପାରିବେ। ଅତଏବ ସେମାନେ ଭଲ କାମ କରି ଗ୍ଭଲିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଅତଏବ, ଯେଉଁମାନେ ଈଶ୍ଵରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ଵସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍କାର୍ଯ୍ୟରେ ନିବିଷ୍ଟ ରହନ୍ତୁ।

Gade chapit la Kopi

ଓଡିଆ ବାଇବେଲ

19 ଅତଏବ, ଯେଉଁମାନେ ଈଶ୍ୱରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍‍କାର୍ଯ୍ୟରେ ନିବିଷ୍ଟ ରହନ୍ତୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ଅତଏବ, ଯେଉଁମାନେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଦୁଃଭୋଗ କରନ୍ତି, ସେମାନେ ସତ୍କର୍ମ କରି ତାଙ୍କଠାରେ ପୂର୍ଣ୍ଣ ମାତ୍ରାରେ ଭରସା ରଖନ୍ତୁ। ସେମାନଙ୍କ ସ୍ରଷ୍ଟା ଈଶ୍ୱର ସର୍ବଦା ତାଭ୍କ ପ୍ରତିଜ୍ଞା ରକ୍ଷା କରନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଅତଏବ, ଯେଉଁମାନେ ଈଶ୍ବରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍କର୍ମରେ ନିବିଷ୍ଟ ରହନ୍ତୁ।

Gade chapit la Kopi




୧ ପିତର 4:19
27 Referans Kwoze  

ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ। ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।


ସେହି ସୁସମାଗ୍ଭର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ୱାସ କରିଛି, ତାହାଙ୍କୁ ମୁଁ ଜାଣେ। ମୋର ପୂର୍ଣ୍ଣ ଆଶା ଅଛି ଯେ, ସେ ସେହି ବିଷୟ ଗୁଡ଼ିକ ସେହି ଦିନ ପର୍ଯ୍ୟନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାୟିତ୍ୱ ସେ ମୋ’ ଉପରେ ନ୍ୟସ୍ତ କରିଥିଲେ।


ଭଲ କାମ କରି ଯାତନା ସହିବା ମନ୍ଦ କାମ କରିବାଠାରୁ ଉତ୍ତମ। ଏହା ଯଦି ପରମେଶ୍ୱରଙ୍କର ଇଚ୍ଛା, ତେବେ ଏହା ହିଁ ଭଲ।


ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ। ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ। ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।


ଅତଏବ ଭଲ କାମ କରିବା ଦ୍ୱାରା, ଯେଉଁମାନେ ତୁମ୍ଭ ବିଷୟରେ ନିର୍ବୋଧ କଥାଗୁଡ଼ିକ କୁହନ୍ତି, ସେମାନଙ୍କ ମୁହଁ ବନ୍ଦ ହୋଇଯିବ।


କେତେକ ଲୋକ ପରମେଶ୍ୱରଙ୍କର ମହିମା, ସମ୍ମାନ ଓ ପରମେଶ୍ୱର ଦେବାକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ଧୈର୍ଯ୍ୟପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସେହି ଲୋକମାନଙ୍କୁ ପରମେଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।


ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଯାହାଙ୍କୁ ଆମ୍ଭେ ବିଶ୍ୱାସ କରି ପାରିବୁ। ମୁଁ ମୋର ପ୍ରାଣକୁ ତୁମ୍ଭ ହସ୍ତରେ ଅର୍ପଣ କରୁଛି। ମୋତେ ରକ୍ଷା କର।


ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କର ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି। କାରଣ ମୋର ପ୍ରଭୁ ଜାଣନ୍ତି ମୁଁ ନିର୍ଦ୍ଦୋଷ। ଆଉ ମୁଁ ମହାରାଜାଙ୍କର କୌଣସି କ୍ଷତି କରି ନାହିଁ।”


ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋ’ ଆତ୍ମାକୁ ଗ୍ରହଣ କର।”


ଯୀଶୁ ପାଟିକରି କହିଲେ, “ହେ ପରମପିତା, ମୁଁ ମୋର ଆତ୍ମା ତୁମ୍ଭକୁ ଦେଉଛି।” ଏହା କହିବା ପରେ ଯୀଶୁ ପ୍ରାଣ ତ୍ୟାଗ କଲେ।


ସେହି ଲୋକମାନଙ୍କୁ ଆମ୍ଭର ପ୍ରଶଂସା ଗାନ କରିବାକୁ ଆମ୍ଭେ ସୃଷ୍ଟି କରିଅଛୁ।


ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆମ୍ଭର ଗୌରବାର୍ଥେ ସୃଷ୍ଟି କରିଅଛୁ, ଏହିପରି ପ୍ରତ୍ୟେକ ଲୋକଙ୍କୁ ଆଣ। ଆମ୍ଭେ ତାହାକୁ ଗଢ଼ିଅଛୁ ଓ ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।


ବହୁ ପୂର୍ବରୁ ନୋହଙ୍କ ସମୟରେ ଏହି ଆତ୍ମାଗୁଡ଼ିକ ପରମେଶ୍ୱରଙ୍କ ଅବାଧ୍ୟ ହୋଇଥିଲେ। ନୋହ ତାହାଙ୍କ ଜାହାଜ ତିଆରି କଲା ପର୍ଯ୍ୟନ୍ତ ପରମେଶ୍ୱର ଧୈର୍ଯ୍ୟ ସହିତ ଅପେକ୍ଷା କରୁଥିଲେ। ସେହି ଜାହାଜରେ ଅଳ୍ପ କେତେ ଜଣ, ମାତ୍ର ଆଠ ଜଣ ଜଳରୁ ରକ୍ଷା ପାଇ ପାରିଲେ।


Swiv nou:

Piblisite


Piblisite