Biblia Todo Logo
Bib sou entènèt

- Piblisite -




୧ ପିତର 2:20 - ପବିତ୍ର ବାଇବଲ

20 କିନ୍ତୁ ଯଦି ତୁମ୍ଭେ ଭୁଲ୍ କରିଥିବାରୁ ଦଣ୍ଡିତ ହୁଅ, ତା'ହେଲେ ସେହି ଦଣ୍ଡ ସହିଥିଲ ବୋଲି ତୁମ୍ଭେ ପ୍ରଶଂସା ପାଇବାର କୌଣସି କାରଣ ନାହିଁ। କିନ୍ତୁ ତୁମ୍ଭେ ଯଦି ଭଲ କାମ କରି, ଯାତନା ସହି ଧୈର୍ଯ୍ୟବାନ ରୁହ, ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଯେଣୁ ତୁମ୍ଭେମାନେ ଆପଣା ଆପଣା ଦୋଷରୁ ଯଦି ପ୍ରହାର ସହ୍ୟ କର, ତେବେ ସେଥିରେ ଅବା କଅଣ ସୁଖ୍ୟାତିଣ? କିନ୍ତୁ ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ତାହା ଈଶ୍ଵରଙ୍କ ନିକଟରେ ପ୍ରଶଂସାର ବିଷୟ।

Gade chapit la Kopi

ଓଡିଆ ବାଇବେଲ

20 ଯେଣୁ ତୁମ୍ଭେମାନେ ଆପଣା ଆପଣା ଦୋଷ ହେତୁ ଯଦି ପ୍ରହାର ସହ୍ୟ କର, ତେବେ ସେଥିରେ ଅବା କ'ଣ ସୁଖ୍ୟାତି ? କିନ୍ତୁ ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ତାହା ଈଶ୍ୱରଙ୍କ ନିକଟରେ ପ୍ରଶଂସାର ବିଷୟ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

20 ତୁମ୍ଭେମାନେ ଦୋଷ କରି ଦଣ୍ଡଭୋଗ କଲେ, ଦେଥିରେ ପ୍ରଶଂସାର କି କାରଣ ଅଛି? ନ୍ୟାୟୋଚିତ କାର୍ଯ୍ୟ କଲେ ହିଁ ଯଦି ଶାସ୍ତି ଭୋଗ କର, ତେବେ ଈଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଯେଣୁ ତୁମ୍ଭେମାନେ ଆପଣା ଆପଣା ଦୋଷ ହେତୁ ଯଦି ପ୍ରହାର ସହ୍ୟ କର, ତେବେ ସେଥିରେ ଅବା କଅଣ ସୁଖ୍ୟାତି? କିନ୍ତୁ ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ତାହା ଈଶ୍ବରଙ୍କ ନିକଟରେ ପ୍ରଶଂସାର ବିଷୟ।

Gade chapit la Kopi




୧ ପିତର 2:20
14 Referans Kwoze  

ଜଣେ ଲୋକ ଭୁଲ୍ ନ କରିଥିଲେ ମଧ୍ୟ ସେ ଦୁଃଖ ପାଇ ପାରେ। ଯଦି ସେ ଲୋକ ପରମେଶ୍ୱରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା'ହେଲେ ପରମେଶ୍ୱର ପ୍ରସନ୍ନ ହୁଅନ୍ତି।


ଭଲ କାମ କରି ଯାତନା ସହିବା ମନ୍ଦ କାମ କରିବାଠାରୁ ଉତ୍ତମ। ଏହା ଯଦି ପରମେଶ୍ୱରଙ୍କର ଇଚ୍ଛା, ତେବେ ଏହା ହିଁ ଭଲ।


କିନ୍ତୁ ତୁମ୍ଭେ ଭଲ କାମ ପାଇଁ ଦୁଃଖ ଭୋଗିପାର। ଯଦି ଏପରି ଘଟେ, ତା'ହେଲେ ତୁମ୍ଭେ ହେଉଛ ଆଶୀର୍ବାଦର ପାତ୍ର। “ଯେଉଁ ଲୋକମାନେ ତୁମ୍ଭକୁ ଯାତନା ଦିଅନ୍ତି ସେମାନଙ୍କୁ ଭୟ କର ନାହିଁ, କିଅବା ଚିନ୍ତିତ ହୁଅ ନାହିଁ।”


“ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ତୁମ୍ଭେମାନେ ଯଦି କେବଳ ସେହି ଲୋକମାନଙ୍କୁ ପ୍ରେମ କରୁଛ, ତେବେ ତୁମ୍ଭେମାନେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ? କାରଣ ପାପୀମାନେ ମଧ୍ୟ ସେହିମାନଙ୍କୁ ପ୍ରେମ କରନ୍ତି, ଯେଉଁମାନେ ସେମାନଙ୍କୁ ପ୍ରେମ କରନ୍ତି।


ଯଦି ତୁମ୍ଭେ କେବଳ ନିଜ ଭାଇ ବନ୍ଧୁମାନଙ୍କୁ ନମସ୍କାର କର, ତେବେ ତୁମ୍ଭେ ଅନ୍ୟମାନଙ୍କଠାରୁ କ’ଣ ଅଧିକ କଲ? ବିଧର୍ମୀମାନେ କ’ଣ ଏଭଳି କରନ୍ତି ନାହିଁ କି?


ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ।


ସେଠାରେ ଉପସ୍ଥିତ ଥିବା କେତେକ ଲୋକ ଯୀଶୁଙ୍କ ଉପରକୁ ଛେପ ପକାଇଲେ। କେତେକ ଯୀଶୁଙ୍କ ମୁହଁ ଘୋଡ଼େଇ ଦେଇ ବିଧା ମାରିଲେ, ଓ ଆଉ କେତେକ ଥଟ୍ଟା କରି କହିଲେ, “ଏବେ ତୁମ୍ଭେ ଆମ୍ଭକୁ ଦେଖେଇ ଦିଅ ଯେ, ତୁମ୍ଭେ ଜଣେ ଭବିଷ୍ୟ‌ଦ୍‌ବକ୍ତା।” ତା'ପରେ ପ୍ରହରୀମାନେ ତାହାଙ୍କୁ ନେଇ ଯାଇ ପିଟିଲେ।


ତା'ପରେ ସେଠାରେ ଥିବା ଲୋକମାନେ ଯୀଶୁଙ୍କ ମୁହଁ ଉପରେ ଛେପ ପକାଇଲେ, ବିଧା ମାରିଲେ। କେତେକ ଲୋକ ଗ୍ଭପୁଡ଼ା ମାରିଲେ।


ମୋରସମସ୍ତ ଆବଶ୍ୟକୀୟ ଜିନିଷ ମୋ’ ପାଖରେ ଅଛି। ଏପାଫ୍ରାଦିତଙ୍କ ଦ୍ୱାରା ତୁମ୍ଭେମାନେ ଉପହାରମାନ ପଠାଇଥିବାରୁ ମୋ’ ପାଖରେ ମୋର ଆବଶ୍ୟକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ୱରଙ୍କୁ ଅର୍ପଣ କରାଯାଇଛି।


କେଉଁ ବିଷୟ ଗୁଡ଼ିକ ଈଶ୍ୱରଙ୍କ ସନ୍ତୋଷ ଜନ୍ମାଏ, ସେଗୁଡ଼ିକ ଶିଖିବାକୁ ଚେଷ୍ଟା କର। ଅନ୍ଧକାରରେ ଲୋକେ ଯେଭଳି କାମ କରନ୍ତି, ସେଗୁଡ଼ିକୁ କର ନାହିଁ। ସେଗୁଡ଼ିକ କରିବା ଦ୍ୱାରା କିଛି ଲାଭ ହୁଏ ନାହିଁ।


କିନ୍ତୁ ଉଦ୍ଦେଶ୍ୟ ଯଦି ଭଲ ହୋଇଥାଏ, ତେବେ କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ବେଳେ ନୁହେଁ, ମାତ୍ର ସବୁବେଳେ ସେଥିରେ ଉଦ୍‌‌ଯୋଗୀ ହେବା ଉଚିତ୍।


Swiv nou:

Piblisite


Piblisite