Biblia Todo Logo
Bib sou entènèt

- Piblisite -




୧ ପିତର 2:2 - ପବିତ୍ର ବାଇବଲ

2 ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁ‌ଗ୍‌ଧ ପାନ ପାଇଁ ତୁମ୍ଭେ ଲାଳାୟିତ ହୁଅ। ଏହାକୁ ପାନ କରିବା ଦ୍ୱାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତାହାହେଲେ ସମସ୍ତପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି

Gade chapit la Kopi

ଓଡିଆ ବାଇବେଲ

2 ତାହାହେଲେ ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ମିଥ୍ୟା ଓ କପଟତା, ଈର୍ଷା ଓ ପରନିନ୍ଦା ପରିହାର କର। ନବଜାତ ଶିଶୁ ପରି ହୁଅ। ସର୍ବଦା ବିଶୁଦ୍ଧ ଆଧ୍ୟାତ୍ମିକ ଦୁଗ୍ଧ ପାନ କରିବା ପାଇଁ ତୃଷିତ ହୁଅ। ସର୍ବଦା ବୃଦ୍ଧି ପାଇ ପରିତ୍ରାଣ ପାଇବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତାହାହେଲେ ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି

Gade chapit la Kopi




୧ ପିତର 2:2
21 Referans Kwoze  

ନା! ଆମ୍ଭେ ପ୍ରେମ ସହକାରେ ସତ୍ୟ କହିବା। ଆମ୍ଭେ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟଙ୍କ ଭଳି ବୃଦ୍ଧିପ୍ରାପ୍ତ ହେବା। ଖ୍ରୀଷ୍ଟ ଆମ୍ଭର ମସ୍ତକ ଓ ଆମ୍ଭେ ସମସ୍ତେ ତାହାଙ୍କର ଶରୀର।


କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।


ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଗୋଟିଏ ଛୋଟ ପିଲା ସରଳ ମନରେ ସବୁ ବିଷୟ ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ କରିବା ଉଚିତ୍, ନଚେତ୍ ତୁମ୍ଭେ ସେଠାରେ କେବେ ହେଲେ ପ୍ରବେଶ କରି ପାରିବ ନାହିଁ।”


ଭାଇ ଓ ଭଉଣୀମାନେ, ବୁଦ୍ଧିରେ ପିଲାମାନଙ୍କ ପରି ହୁଅ ନାହିଁ ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ ଓ ବୁଦ୍ଧିରେ ପୂର୍ଣ୍ଣ ବୟସ୍କ ହୁଅ।


ଧାର୍ମିକ ଲୋକମାନେ ପ୍ରଭାତର ସୂର୍ଯ୍ୟକିରଣ ପରି। ସୂର୍ଯ୍ୟୋଦୟ ପରେ ମଧ୍ୟାହ୍ନରେ ସୂର୍ଯ୍ୟ ଯେପରି ତେଜସ୍ୱୀ ହୋଇ ଉଠେ,


କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ୟ ପଥରେ ରହିବେ। ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହେବେ।


ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ୍ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ୱାସ ଯେହେତୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି।


ତା'ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତରେ ଗୋଟିଏ ଛୋଟ ପିଲାଭଳି ହୋଇଯାଅ। ଏ କଥା ନ କଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ।


ସମ୍ପୂର୍ଣ୍ଣ ଭବନଟି ଖ୍ରୀଷ୍ଟଙ୍କଠାରେ ପରସ୍ପର ସହିତ ସଂଯୁକ୍ତ ହୋଇ ନିର୍ମାଣ ହୋଇଛି। ଖ୍ରୀଷ୍ଟ ସେ ଭବନକୁ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ହେବା ପାଇଁ ବୃଦ୍ଧି କରାଉଛନ୍ତି।


ଅତଏବ ଆମ୍ଭେ ଯେତେବେଳେ ବାପ୍ତିଜିତ ହେଲୁ, ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ଭିତରେ ସମାଧି ପ୍ରାପ୍ତ ହୋଇଗଲୁ ଓ ତାହାଙ୍କ ମୃତ୍ୟୁର ଭାଗୀଦାର ହେଲୁ। ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହେବା ଦ୍ୱାରା ଆମ୍ଭେ ପୁନରୁତ୍‌‌ଥିତ ହୋଇ ନୂତନ ଜୀବନଯାପନ କରିବା। ପରମପିତାଙ୍କର ଆଶ୍ଚର୍ଯ୍ୟ ଶକ୍ତି ଦ୍ୱାରା ଯେପରି ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେହିଭଳି ଏହା ଘଟିଲା।


ଆସ, ସଦାପ୍ରଭୁଙ୍କ ସମ୍ବନ୍ଧରେ ଅଧ୍ୟୟନ କରିବା। ତାଙ୍କ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ କଠୋର ଅଧ୍ୟବସାୟ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମୟ କଲା ପରି ପରମେଶ୍ୱର ଆମ୍ଭମାନଙ୍କ ନିକଟକୁ ଆସିବେ।”


ତୁମ୍ଭେ ପୁନର୍ଜନ୍ମ ଗ୍ରହଣ କରିଛ। ଏହି ନୂତନ ଜୀବନ ମରଣଶୀଳ ବିଷୟରୁ ଆସି ନାହିଁ କିନ୍ତୁ ଯାହାକିଛି କେବେ ମରେ ନାହିଁ, ସେଠାରୁ ଆସିଛି। ଯାହା ସବୁଦିନ ପାଇଁ ରୁହେ, ପରମେଶ୍ୱରଙ୍କ ସେହି ଜୀବନ୍ତ ସୁସମାଗ୍ଭର ଯୋଗୁଁ ତୁମ୍ଭେ ଆଉ ଥରେ ଜନ୍ମ ଗ୍ରହଣ କରିଛ।


“ପରମେଶ୍ୱର ମୋର ପରିବାରକୁ ଶକ୍ତିଶାଳୀ ଓ ସୁରକ୍ଷିତ କରିଛନ୍ତି ଏବଂ ଚିରଦିନ ପାଇଁ ମୋ’ ସହିତ ଏକ ନିୟମ କରିଛନ୍ତି। ଏହି ନିୟମଟି ସଦାପ୍ରଭୁଙ୍କ ଦ୍ୱାରା ସୁରକ୍ଷିତ। ସେ ମୋତେ ପ୍ରତ୍ୟେକ ଥର ବିଜୟ ଦେବେ ଓ ମୁଁ ଯାହା ଆଶା କରୁଅଛି ଦେବେ।


ଇସ୍ରାଏଲ ଲୋକମାନେ ପୁନର୍ବାର ମୋର ସୁରକ୍ଷାରେ ବଞ୍ଚିବେ। ସେମାନେ ଶସ୍ୟ ସଦୃଶ ବଢ଼ିବେ, ସେମାନେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ। ସେମାନେ ଲିବାନୋ‌ନ୍‌ର ଦ୍ରାକ୍ଷାରସ ପରି ସମୃଦ୍ଧ ହେବେ।


ଇସ୍ରାଏଲ ପାଇଁ ଆମ୍ଭେ କୁହୁଡ଼ି ପରି ହେବା। ଇସ୍ରାଏଲ କଇଁଫୁଲ ପରି ଫୁଟିବ। ସେ ଲିବାନୋ‌ନ୍‌ର ଦେବଦାରୁ ଗଛପରି ବଢ଼ିବ।


“ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦୟକାଳୀନ ସୂର୍ଯ୍ୟର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପରେ ଝ‌କ୍‌ମକ୍ କରିବ। ଏହା ସୂର୍ଯ୍ୟକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭେମାନେ ବାଛୁରି ସଦୃଶ ଗୁହାଳରୁ ବାହାରି ସ୍ୱାଧୀନ ଓ ସୁଖୀ ହେବ।


ଯୀଶୁ କହିଲେ, “ପିଲାମାନଙ୍କୁ ମୋ’ ପାଖକୁ ଆସିବାକୁ ଦିଅ। ସେମାନଙ୍କୁ ଅଟକାଅ ନାହିଁ, କାରଣ ଯେଉଁମାନେ ଠିକ୍ ଏହି ପିଲାମାନଙ୍କ ଭଳି ଅଟନ୍ତି ସ୍ୱର୍ଗରାଜ୍ୟ ସେହିମାନଙ୍କର।”


ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଗୋଟିଏ ଛୋଟ ପିଲା କିଛି ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କଲେ ତା’ ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।”


Swiv nou:

Piblisite


Piblisite