୧ ପିତର 1:10 - ପବିତ୍ର ବାଇବଲ10 ଭବିଷ୍ୟଦ୍ବକ୍ତାମାନେ ମନୋଯୋଗ ସହକାରେ ଅଧ୍ୟୟନ କରି ଏହି ଉଦ୍ଧାର ବିଷୟରେ ଜାଣିବା ପାଇଁ ଚେଷ୍ଟା କଲେ। ସେହି ଭବିଷ୍ୟଦ୍ବକ୍ତାମାନେ ତୁମ୍ଭ ପ୍ରତି ଆଗତ ଅନୁଗ୍ରହ ବିଷୟରେ କହିଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)10 ପୁଣି, ସେହି ପରିତ୍ରାଣ ସମ୍ଵନ୍ଧରେ ଯନି ସହକାରେ ଅନ୍ଵେଷଣ ଓ ଅନୁସନ୍ଧାନ କଲେ। Gade chapit laଓଡିଆ ବାଇବେଲ10 ପୁଣି, ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ । Gade chapit laପବିତ୍ର ବାଇବଲ (CL) NT (BSI)10 ଏହି ପରିତ୍ରାଣ ସମ୍ବଦ୍ଧରେ ଭାବବାଦୀମାନେ ମନୋଯୋଗନୂର୍ବକ ଅନ୍ୱେଷଣ ଓ ଅନୁସନ୍ଧାନ କରି, ଈଶ୍ୱରଙ୍କ ନିରୂପିତ ଦାନ ବିଷୟରେ ଭବିଷ୍ୟତ୍ବାଣୀ ପ୍ରକାଶ କରିଥିଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ପୁଣି, ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ। Gade chapit la |
ସେହି ସମସ୍ତ ମହାନ ଲୋକ ମୃତ୍ୟୁ ପର୍ଯ୍ୟନ୍ତ ନିଜର ବିଶ୍ୱାସ ସହିତ ଜୀବିତ ରହିଲେ। ପରମେଶ୍ୱର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସେହି ଲୋକମାନେ ପାଇଲେ ନାହିଁ। ସେମାନେ ଖାଲି ଦେଖିଲେ ଯେ, ସେହି ବିଷୟ ଗୁଡ଼ିକ ସୁଦୂର ଭବିଷ୍ୟତରେ ଆସିବ, ଓ ସେମାନେ (ସେତିକିରେ) ଖୁସୀ ହେଲେ। ସେମାନେ ଗ୍ରହଣ କରି ନେଲେ ଯେ ସେମାନେ ଏହି ପୃଥିବୀରେ ଯାତ୍ରୀ ଓ ଅପରିଚିତ ବ୍ୟକ୍ତି ଅଟନ୍ତି।
ଖ୍ରୀଷ୍ଟଙ୍କ ଆତ୍ମା ସେହି ଭବିଷ୍ୟଦ୍ବକ୍ତାମାନଙ୍କ ଅନ୍ତରରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହେବ ଓ ତା'ପରେ କିପରି ମହିମା ପ୍ରକାଶିତ ହେବ, ସେହି ବିଷୟରେ ‘ଆତ୍ମା’ କଥା କହୁଥିଲେ। ସେହି ଆତ୍ମା ଯାହା ଦେଖାଉଥିଲେ, ସେହି ଭବିଷ୍ୟଦ୍ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସେମାନେ ଜାଣିବାକୁ ଚେଷ୍ଟା କଲେ ଯେ କେତେବେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତେବେଳେ ଜଗତର ଅବସ୍ଥା କିପରି ହୋଇଥିବ।
ତେଣୁ ସେମାନେ ତାହାଙ୍କ ପାଖକୁ ଆସିବା ପାଇଁ ଗୋଟିଏ ଦିନ ସ୍ଥିର କଲେ। ବହୁ ସଂଖ୍ୟାରେ ଲୋକମାନେ ତାହାଙ୍କ ରହିବା ସ୍ଥାନକୁ ଆସିଲେ। ପାଉଲ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରମାଣ ସହିତ ସବୁ କଥା ବୁଝାଇ ଦେଲେ। ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ରରୁ ଯୀଶୁଙ୍କ ବିଷୟ ବୁଝାଇ ସେମାନଙ୍କୁ ବିଶ୍ୱାସ କରାଇବା ପାଇଁ ଚେଷ୍ଟା କଲେ।