Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 9:1 - ପବିତ୍ର ବାଇବଲ

1 ଅନନ୍ତର ଶଲୋମନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ ଓ ନିଜ ଇଚ୍ଛାନୁସାରେ ସମସ୍ତ ଜିନିଷର ନିର୍ମାଣ କାର୍ଯ୍ୟ ସମାପ୍ତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଓ ଆପଣାର ଇଚ୍ଛାମତ ଯେସମସ୍ତ କର୍ମ କରିବାକୁ ସନ୍ତୁଷ୍ଟ ହେଲେ, ସେସବୁର ନିର୍ମାଣ ସମାପ୍ତ କରନ୍ତେ,

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଓ ଆପଣାର ଇଚ୍ଛାମତ ଯେଉଁ ସମସ୍ତ କର୍ମ କରିବାକୁ ସନ୍ତୁଷ୍ଟ ହେଲେ, ସେସବୁର ନିର୍ମାଣ ସମାପ୍ତ କରନ୍ତେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଓ ଆପଣାର ଇଚ୍ଛାମତ ଯେଉଁ ସମସ୍ତ କର୍ମ କରିବାକୁ ସନ୍ତୁଷ୍ଟ ହେଲେ, ସେସବୁର ନିର୍ମାଣ ସମାପ୍ତ କରନ୍ତେ,

Gade chapit la Kopi




1 ରାଜାବଳୀ 9:1
18 Referans Kwoze  

ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ଓ ରାଜାଙ୍କ ଗୃହକୁ ସମାପ୍ତ କଲେ। ସଦାପ୍ରଭୁଙ୍କ ମନ୍ଦିର ଓ ତାଙ୍କ ସ୍ୱଗୃହ ନିମନ୍ତେ ଶଲୋମନ ଯେଉଁ ସମସ୍ତ ଯୋଜନା କରିଥିଲେ, ସେହି ସମସ୍ତ ବିଷୟ ସମ୍ପୂର୍ଣ୍ଣ କରିବାରେ ସଫଳ ହେଲା।


ରାଜା ଶଲୋମନ ଶସ୍ୟ ଓ ଜିନିଷ ଗଚ୍ଛିତ ରଖିବା ପାଇଁ ଭଣ୍ତାର ନଗର, ରଥପାଇଁ ନଗର ଓ ଅଶ୍ୱାରୋହୀମାନଙ୍କର ସୁରକ୍ଷା ନିମନ୍ତେ ନଗର ନିର୍ମାଣ କଲେ। ଯିରୁଶାଲମରେ, ଲିବାନୋ‌ନ୍‌ରେ ଓ ତାଙ୍କ ଶାସନାଧୀନ ଦେଶ ବ୍ୟତୀତ ସେ ଯାହା ଇଚ୍ଛା କଲେ, ତାହା ନିର୍ମାଣ କଲେ।


ଏହା ନିତାନ୍ତ ଖୁସୀର କଥା ଯେ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା ସେଥିରେ ସନ୍ତୁଷ୍ଟ ହେବା ଭଲ। ଏହା ମଧ୍ୟ ଅସାର ଅଟେ। ଏହା ବାୟୁକୁ ଧରିବା ତୁଲ୍ୟ ହେବ।


ମୋର ଆଖି ଯାହା ଦେଖିଲା, ମୁଁ ତାହାକୁ ସ୍ମରଣ କଲି। ମୁଁ ଆପଣା ହୃଦୟକୁ କୌଣସି ସୁଖଭୋଗରୁ ଅଭାବ କଲି ନାହିଁ। କାରଣ ମୋହର ସମସ୍ତ ପରିଶ୍ରମ ସକାଶୁଁ ମୋହର ହୃଦୟ ଆନନ୍ଦ କଲା। ମୋହର ସକଳ ପରିଶ୍ରମରୁ ଏହା ମୋହର ଅଂଶ ଥିଲା।


ଏହା ପରେ ମୁଁ ଆପଣା ନିମନ୍ତେ ମହତ ମହତ କର୍ମମାନ କଲି। ମୁଁ ଗୃହମାନ ନିର୍ମାଣ କଲି, ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି।


କୋଡ଼ିଏ ବର୍ଷ ପରେ ରାଜା ଶଲୋମନ ସୋରର ରାଜା ହୀରମଙ୍କୁ ଗାଲିଲୀ ଦେଶସ୍ଥ କୋଡ଼ିଏ ନଗର ଦେଲେ। ସେ ତାଙ୍କୁ ଏହି ନଗରଗୁଡ଼ିକ ଦେଲେ, କାରଣ ହୀରମ୍ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣରେ ଶଲୋମନଙ୍କୁ ସାହାଯ୍ୟ କରିଥିଲେ। ସେ ଶଲୋମନଙ୍କୁ ଏରସ କାଠ, ଦେବଦାରୁ କାଠ ଓ ସୁବର୍ଣ୍ଣ ଯୋଗାଇ ଥିଲେ।


ଏହିରୂପେ ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ ରାଜା ଶଲୋମନ ସମ୍ପୂର୍ଣ୍ଣ କଲେ। ସେ ମନ୍ଦିର ନିମନ୍ତେ ଉତ୍ସର୍ଗିତ କରିଥିବା ସମସ୍ତ ସାମଗ୍ରୀ, ଯଥା: ରୂପା, ସୁନା ଓ ପାତ୍ରଗୁଡ଼ିକ ତାଙ୍କ ପ୍ରତି ଦାଉଦଙ୍କ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରେ ରଖିଲେ।


ଶଲୋମନଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ଓ ବର୍ଷର ଦ୍ୱିତୀୟ ମାସ ସିବ୍ ମାସରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପିତ ହେଲା।


ଅନନ୍ତର ରାଜା ଶଲୋମନ ତାଙ୍କ ନିଜ ପାଇଁ ଏକ ପ୍ରାସାଦ ନିର୍ମାଣ କଲେ ଯାହାକି ସମାପ୍ତ କରିବାକୁ ତାଙ୍କୁ ତେର ବର୍ଷ ଲାଗିଥିଲା।


ସେ ମଧ୍ୟ ଏକ ଗୃହ ନିର୍ମାଣ କଲେ ତାହା “ଲିବାନୋ‌ନ୍‌ର ଅରଣ୍ୟ-ଗୃହ” ନାମରେ ନାମିତ ହେଲା। ଏହାର ଦୈର୍ଘ୍ୟ ଶହେ ହାତ, ପ୍ରସ୍ଥ ପଗ୍ଭଶ୍ ହାତ ଓ ଉଚ୍ଚତା ତିରିଶ୍ ହାତ ଥିଲା। ଏହାର ଗ୍ଭରିଧାଡ଼ି ଏରସ କାଠର ସ୍ତମ୍ଭ ଉପରେ ଏରସ କାଠର କଡ଼ି ଦେଇ ତାହା ନିର୍ମାଣ କଲେ।


ଅଷ୍ଟମ ଦିନରେ ଶଲୋମନ ଲୋକମାନଙ୍କୁ ବିଦାୟ ଦେଲେ। ସମସ୍ତ ଲୋକେ ରାଜାଙ୍କୁ ଧନ୍ୟବାଦ ଦେଇ ସେମାନଙ୍କର ଘରକୁ ଗଲେ। ସଦାପ୍ରଭୁ ନିଜର ଦାସ ଦାଉଦଙ୍କ ପ୍ରତି ଓ ନିଜର ସନ୍ତାନ ଇସ୍ରାଏଲ ପ୍ରତି ଯେଉଁସବୁ ମଙ୍ଗଳବିଧାନ କଲେ, ତାହା ହୃଦୟଙ୍ଗମ କରି ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ପ୍ରତ୍ୟାବର୍ତ୍ତନ କଲେ।


ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ଶଲୋମନଙ୍କୁ କୋଡ଼ିଏ ବର୍ଷ ଲାଗିଲା।


ଏବଂ ଶଲୋମନ ବାଲତ୍ ସହର ଓ ଅନ୍ୟ ନଗରଗୁଡ଼ିକୁ ସୁଦୃଢ଼ କରିଥିଲେ, ଯେଉଁଠାରେ ସେ ସୈନ୍ୟମାନଙ୍କ ଛାଉଣି ପକାଇଥିଲେ। ସେ ଆହୁରି ଅନେକ ନଗରସବୁ ନିର୍ମାଣ କଲେ, ଯେଉଁଠାରେ ଯୁଦ୍ଧରଥ ସବୁ ରଖା ଯାଉଥିଲା ଓ ଅଶ୍ୱାରୋହୀମାନେ ବାସ କରୁଥିଲେ। ଶଲୋମନ ଯିରୁଶାଲମ, ଲିବାନୋ‌ନ୍‌ରେ ଓ ସେ ରାଜା ଥିବା ସମସ୍ତ ଦେଶରେ ଯାହା ନିର୍ମାଣ କରିବାକୁ ଗ୍ଭହିଁଲେ, ତାହା ନିର୍ମାଣ କଲେ।


ତା'ପରେ ଶଲୋମନ ମିଶରର ରାଜା ସହିତ ଚୁକ୍ତି କରି ଫାରୋଙ୍କ କନ୍ୟାକୁ ବିବାହ କଲେ ଓ ତାକୁ ଦାଉଦ ନଗରକୁ ଆଣିଲେ। ସେହି ସମୟରେ ସେ ନିଜ ପାଇଁ ପ୍ରାସାଦ ଓ ସଦାପ୍ରଭୁଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରୁଥିଲେ। ସେ ମଧ୍ୟ ଯିରୁଶାଲମର ଚତୁର୍ଦ୍ଦିଗରେ ଏକ ପ୍ରାଚୀର ନିର୍ମାଣ କରୁଥିଲେ।


ଶଲୋମନ ପ୍ରାର୍ଥନା କରି ସାରିବା ପରେ ଆକାଶରୁ ଅଗ୍ନି ଆସି ହୋମବଳି ଓ ବଳିଦାନକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କ ଗୌରବ ମନ୍ଦିରକୁ ପୂର୍ଣ୍ଣ କଲା।


ସଦାପ୍ରଭୁଙ୍କ ମନ୍ଦିର ଓ ନିଜର ଗୃହ ନିର୍ମାଣ କରିବା ନିମନ୍ତେ ଶଲୋମନଙ୍କୁ 20 ବର୍ଷ ଲାଗିଲା।


Swiv nou:

Piblisite


Piblisite