1 ରାଜାବଳୀ 8:1 - ପବିତ୍ର ବାଇବଲ1 ତା'ପରେ ରାଜା ଶଲୋମନ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ, ବଂଶସମୂହର ପ୍ରଧାନବର୍ଗଙ୍କୁ ଓ ଇସ୍ରାଏଲର ସମସ୍ତ ପରିବାରର ମୁଖ୍ୟଙ୍କୁ ଏକତ୍ର ଡକାଇଲେ ଓ ସେମାନଙ୍କୁ ଯିରୁଶାଲମ ଆସିବାକୁ କହିଲେ। ଦାଉଦ ନଗରରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ମନ୍ଦିରକୁ ଆଣିବାରେ ସେମାନଙ୍କର ଯୋଗଦାନ ସେ ଗ୍ଭହୁଁଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)1 ଅନନ୍ତର ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶ ସମୂହର ପ୍ରଧାନ-ବର୍ଗଙ୍କୁ, ଅର୍ଥାତ୍, ଇସ୍ରାଏଲ-ସନ୍ତାନଗଣର ପିତୃଗୃହାଧି-ପତି ସମସ୍ତଙ୍କୁ ଯିରୂଶାଲମରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ର କଲେ। Gade chapit laଓଡିଆ ବାଇବେଲ1 ଏଥିଉତ୍ତାରେ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶ ସମୂହର ପ୍ରଧାନବର୍ଗଙ୍କୁ, ଅର୍ଥାତ୍, ଇସ୍ରାଏଲ-ସନ୍ତାନଗଣଙ୍କର ପିତୃଗୃହାଧିପତି ସମସ୍ତଙ୍କୁ ଯିରୂଶାଲମରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ର କଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ଏଥିଉତ୍ତାରେ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶସମୂହର ପ୍ରଧାନବର୍ଗଙ୍କୁ, ଅର୍ଥାତ୍, ଇସ୍ରାଏଲ-ସନ୍ତାନଗଣଙ୍କର ପିତୃଗୃହାଧିପତି ସମସ୍ତଙ୍କୁ ଯିରୂଶାଲମରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ର କଲେ। Gade chapit la |
ରାଜା ହିଜକିୟ ଇସ୍ରାଏଲ ଓ ଯିହୁଦାର ସବୁ ଲୋକମାନଙ୍କ ନିକଟକୁ ବାର୍ତ୍ତାମାନ ପ୍ରେରଣ କଲେ। ସେ ଇଫ୍ରୟିମ ଓ ମନଃଶିର ଲୋକମାନଙ୍କ ନିକଟକୁ ମଧ୍ୟ ପତ୍ରମାନ ଲେଖିଲେ। ହିଜକିୟ ସେହି ସମସ୍ତ ଲୋକଙ୍କୁ ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇଲେ, ଯେପରି ସେମାନେ ସମସ୍ତ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରି ପାରିବେ।
ଦାଉଦ ଇସ୍ରାଏଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସେହି ନେତାଗଣଙ୍କୁ ଯିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ୟଦଳର ସେନାଧ୍ୟକ୍ଷଗଣ, ଅଧ୍ୟକ୍ଷଗଣ, ସେନାପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ଯ୍ୟକାରୀଗଣ, ରାଜାଙ୍କର ବିଶେଷ କର୍ମଗ୍ଭରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ୟଗଣଙ୍କୁ ଡାକି ପଠାଇଲେ।