Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 6:3 - ପବିତ୍ର ବାଇବଲ

3 ଆଉ ମନ୍ଦିରର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ତା, କୋଡ଼ିଏ ହାତ ଦୀର୍ଘ ଓ ପ୍ରସ୍ଥ ଦଶ ହାତ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆଉ ଗୃହର ପବିତ୍ର-ସ୍ଥାନ ସମ୍ମୁଖସ୍ଥ ବରଣ୍ତା, ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଦୀର୍ଘ ଓ ଗୃହର ସମ୍ମୁଖରେ ତହିଁର ପ୍ରସ୍ଥ ଦଶ ହାତ ଥିଲା।

Gade chapit la Kopi

ଓଡିଆ ବାଇବେଲ

3 ଆଉ ଗୃହର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ଡା, ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଦୀର୍ଘ ଓ ଗୃହର ସମ୍ମୁଖରେ ତହିଁର ପ୍ରସ୍ଥ ଦଶ ହାତ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଆଉ ଗୃହର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ଡା, ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଦୀର୍ଘ ଓ ଗୃହର ସମ୍ମୁଖରେ ତହିଁର ପ୍ରସ୍ଥ ଦଶ ହାତ ଥିଲା।

Gade chapit la Kopi




1 ରାଜାବଳୀ 6:3
11 Referans Kwoze  

ଯୀଶୁ ମନ୍ଦିରରେ ଶଲୋମନଙ୍କର ମଣ୍ଡପରେ ବୁଲୁ ଥିଲେ।


ତା'ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ଯିରୁଶାଲମକୁ ନେଇଗଲା। ସେ ଯୀଶୁଙ୍କୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନରେ ରଖିଲା।


ତା'ପରେ ସେ ମନ୍ଦିର ସମ୍ମୁଖରେ ନିଷେଦ୍ଧାଞ୍ଚଳକୁ ମାପିଲେ। ଏହା ଗୋଟିଏ କାନ୍ଥରୁ ଅନ୍ୟ କାନ୍ଥକୁ 100 ହାତ ଥିଲା। ମହାପବିତ୍ର ସ୍ଥାନ, ପବିତ୍ର ସ୍ଥାନ ଏବଂ ତ୍ୱରଣଟି ଭିତର ପ୍ରାଙ୍ଗଣରୁ ଦେଖାଯାଉଥିଲା।


ଏହା ପରେ ଦାଉଦ ଶଲୋମନଙ୍କୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଯୋଜନାମାନ ପ୍ରଦାନ କଲେ। ମନ୍ଦିର ଚତୁର୍ଦ୍ଦିଗସ୍ଥ ବାରଣ୍ଡା, ତାହାର ଅଟ୍ଟାଳିକାମାନ, ତାହାର ଭଣ୍ଡାରଘରମାନ, ତାହାର ଉପରିସ୍ଥ କୋଠରୀମାନ, ତାହାର ଭିତରର କୋଠରୀମାନ ଓ ଦୟାସନର ସ୍ଥାନ ନିମନ୍ତେ ମଧ୍ୟ ଏହି ଯୋଜନା ହୋଇଥିଲା।


ଶଲୋମନ ସଦାପ୍ରଭୁଙ୍କ ସମ୍ମାନାର୍ଥେ ଯେଉଁ ମନ୍ଦିର ନିର୍ମାଣ କଲେ ତାହାର ଲମ୍ବ ଷାଠିଏ ହାତ, ପ୍ରସ୍ଥ କୋଡ଼ିଏ ହାତ ଓ ଉଚ୍ଚତା ତିରିଶ୍ ହାତ ଥିଲା।


ମନ୍ଦିରର ଝରକାଗୁଡ଼ିକ ସଂକୀର୍ଣ୍ଣ ଥିଲା। ଏ ଗୁଡ଼ିକ ବାହାରକୁ ସଂକୀର୍ଣ୍ଣ ଓ ଭିତରକୁ ପ୍ରଶସ୍ତ ଥିଲା ଓ ଏଥିରେ ଜାଲିକାମ ହୋଇଥିଲା।


ହୀରମ୍ ସେହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାରେ ସ୍ଥାପନ କଲା। ଗୋଟିଏ ସ୍ତମ୍ଭ ଦକ୍ଷିଣ ପାର୍ଶ୍ୱର ପ୍ରବେଶ ଦ୍ୱାରରେ ଓ ଅନ୍ୟ ସ୍ତମ୍ଭଟି ବାମ ପାର୍ଶ୍ୱରେ ରହିଲା। ଦକ୍ଷିଣ ସ୍ତମ୍ଭର ନାମ ଯାଖୀନ୍ ଓ ବାମ ସ୍ତମ୍ଭର ନାମ ବୋୟସ୍ ଦେଲା।


ତେବେ ସେ ମୋତେ ମନ୍ଦିରର ବାରଣ୍ଡାରୁ ଆଣି ବାରଣ୍ଡାରେ ଥିବା ପ୍ରତ୍ୟେକ ଉପସ୍ତମ୍ଭ ମାପିଲେ। ତାହାର ପ୍ରତ୍ୟେକ ପାଖ କାନ୍ଥର ଦୈର୍ଘ୍ୟ ପାଞ୍ଚ ହାତ ଥିଲା ଓ ପ୍ରସ୍ଥ ତିନି ହାତ ଥିଲା ଓ ସେମାନଙ୍କ ମଧ୍ୟରେ ପନ୍ଦର ହାତ ଜାଗା ଥିଲା।


ପ୍ରାସାଦ ଅଗଣାର, ମନ୍ଦିର ଅଗଣାର ଓ ନାଟ ମନ୍ଦିର ଚତୁର୍ପାର୍ଶ୍ୱରେ କାନ୍ଥ ଥିଲା। ସେହି କାନ୍ଥଗୁଡ଼ିକ ତିନିଧାଡ଼ି ପ୍ରସ୍ତର ଓ ଏକଧାଡ଼ି ଏରସ କଡ଼ି କାଠରେ ନିର୍ମିତ ହୋଇଥିଲା।


Swiv nou:

Piblisite


Piblisite