Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 5:3 - ପବିତ୍ର ବାଇବଲ

3 “ଆପଣ ଜାଣନ୍ତି ମୋର ପିତା ଦାଉଦ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରି ପାରିଲେ ନାହିଁ। ସେ କରିବାକୁ ଅସମର୍ଥ ହେଲେ, କାରଣ ତାଙ୍କ ଚତୁର୍ଦ୍ଦିଗରେ ଘେରି ରହିଥିବା ଶତ୍ରୁମାନଙ୍କ ସହିତ ସେ ସର୍ବଦା ଯୁଦ୍ଧରେ ବ୍ୟସ୍ତ ଥିଲେ ଓ ସଦାପ୍ରଭୁ ଶତ୍ରୁଗଣଙ୍କୁ ତାଙ୍କ ହସ୍ତରେ ପରାସ୍ତ କରାଇବେ ବୋଲି ଅପେକ୍ଷା କରି ରହିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆପଣ ଜାଣନ୍ତି, ମୋʼ ପିତା ଦାଉଦ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରି ପାରିଲେ ନାହିଁ, କାରଣ ସଦାପ୍ରଭୁ (ଶତ୍ରୁମାନଙ୍କୁ) ତାଙ୍କର ପଦତଳସ୍ଥ କରିବା ପର୍ଯ୍ୟନ୍ତ ତାଙ୍କ ଚାରି ଆଡ଼େ ଯୁଦ୍ଧ ଘେରିଥିଲା।

Gade chapit la Kopi

ଓଡିଆ ବାଇବେଲ

3 ଆପଣ ଜାଣନ୍ତି, ମୋ’ ପିତା ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରି ପାରିଲେ ନାହିଁ, କାରଣ ସଦାପ୍ରଭୁ (ଶତ୍ରୁମାନଙ୍କୁ) ତାଙ୍କର ପଦତଳସ୍ଥ କରିବା ପର୍ଯ୍ୟନ୍ତ ତାଙ୍କ ଚାରି ଆଡ଼େ ଯୁଦ୍ଧ ଘେରିଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 “ଆପଣ ଜାଣନ୍ତି, ମୋʼ ପିତା ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରି ପାରିଲେ ନାହିଁ, କାରଣ ସଦାପ୍ରଭୁ (ଶତ୍ରୁମାନଙ୍କୁ) ତାଙ୍କର ପଦତଳସ୍ଥ କରିବା ପର୍ଯ୍ୟନ୍ତ ତାଙ୍କ ଚାରିଆଡ଼େ ଯୁଦ୍ଧ ଘେରିଥିଲା।

Gade chapit la Kopi




1 ରାଜାବଳୀ 5:3
17 Referans Kwoze  

କିନ୍ତୁ ପରମେଶ୍ୱର ମୋତେ କହିଲେ, ‘ନା, ଦାଉଦ, ତୁମ୍ଭେ ମୋ’ ନାମରେ ଆଦୌ ମନ୍ଦିର ନିର୍ମାଣ କରିବ ନାହିଁ। ତୁମ୍ଭେ ତାହା କରିବ ନାହିଁ, କାରଣ ତୁମ୍ଭେ ଜଣେ ସୈନିକ ଓ ତୁମ୍ଭେ ଅନେକ ଲୋକଙ୍କୁ ହତ୍ୟା କରିଅଛ।’


କିନ୍ତୁ ସଦାପ୍ରଭୁ ମୋତେ କହିଲେ, ‘ଦାଉଦ, ତୁମ୍ଭେ ଅନେକ ଯୁଦ୍ଧ କରିଅଛ ଓ ଅନେକ ଲୋକଙ୍କୁ ହତ୍ୟା କରିଅଛ। ତେଣୁ ତୁମ୍ଭେ ଆମ୍ଭ ନାମରେ ମନ୍ଦିର ନିର୍ମାଣ କରି ପାରିବ ନାହିଁ।


କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ପରମେଶ୍ୱର ସମସ୍ତ ଶତ୍ରୁଙ୍କୁ ଖ୍ରୀଷ୍ଟଙ୍କ ପଦତଳେ ନ ରଖିଛନ୍ତି, ସେତେଦିନ ପର୍ଯ୍ୟନ୍ତ ଖ୍ରୀଷ୍ଟ ରାଜତ୍ୱ କରିବେ।


ତା'ପରେ ତୁମ୍ଭେମାନେ ସେହି ଦୁଷ୍ଟାଗ୍ଭରୀଙ୍କ ଉପରେ ବିଚରଣ କରିବ। ସେମାନେ ତୁମ୍ଭ ପାଦତଳେ ଭସ୍ମ ସଦୃଶ ହେବେ। ଏହିସବୁ ସେହି ଦିନ ଘଟିବ ଯେଉଁ ଦିନ ଆମ୍ଭେ ସୃଷ୍ଟି କରିଛୁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।


ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ, “ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”


ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ। ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।


ସେମାନେ ସେହି ରାଜାଗଣଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲେ ଏବଂ ଯିହୋଶୂୟ ତାଙ୍କର ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସେଠାକୁ ପଠାଇଲେ। ଯିହୋଶୂୟ ତାଙ୍କର ସୈନ୍ୟବାହିନୀର ସମସ୍ତ ସେନାପତିମାନଙ୍କୁ କହିଲେ, ଯେଉଁମାନେ ତାଙ୍କ ସହିତ ଆସିଲେ, “ପାଖକୁ ଆସ ଏବଂ ଏ ରାଜାମାନଙ୍କ ବେକରେ ପାଦ ଦିଅ।” ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ।


ପରମେଶ୍ୱର ସବୁକିଛି ଖ୍ରୀଷ୍ଟଙ୍କ ଅଧୀନରେ ରଖିଅଛନ୍ତି ଓ ତାହାଙ୍କୁ ମଣ୍ଡଳୀର ମୁଖ୍ୟ ରୂପେ ସ୍ଥାପିତ କରିଛନ୍ତି।


କିନ୍ତୁ ତୁମ୍ଭେ ସେହି ମନ୍ଦିର ନିର୍ମାଣ କରିବ ନାହିଁ, ତୁମ୍ଭର ଔରସଜାତ ସନ୍ତାନ ଆମ୍ଭ ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବ।’


ରାଜା ଦାଉଦ ଉଠି ଠିଆ ହେଲେ ଓ କହିଲେ, “ହେ ମୋର ଭ୍ରାତା ଓ ମୋର ଲୋକଗଣ, ମୋର କଥା ଶୁଣ। ମୋର ହୃଦୟରେ ମୁଁ ସଦାପ୍ରଭୁଙ୍କ ନିୟମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ଇଚ୍ଛା କରିଥିଲି। ପରମେଶ୍ୱରଙ୍କ ପାଦପୀଠ ହେବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ମୁଁ ଇଚ୍ଛା କରିଥିଲି। ଆଉ, ପରମେଶ୍ୱରଙ୍କ ସେହି ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଅନେକ ଯୋଜନାମାନ କରିଥିଲି।


ହରିଣ, କୃଷ୍ଣସାର, ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମରିଗାଈ।


ସେ ଶଲୋମନଙ୍କ ମେଜ ଉପରେ ରଖା ଯାଉଥିବା ଖାଦ୍ୟ ଓ ତାଙ୍କର ଅନେକ ବିଶେଷ କର୍ମଗ୍ଭରୀଗଣଙ୍କୁ ଦେଖିଲେ। ସେ ତାଙ୍କର ଗ୍ଭକରମାନଙ୍କର ବସ୍ତ୍ର ଓ କାର୍ଯ୍ୟ କରିବାର ପ୍ରଣାଳୀ ଦେଖିଲେ। ସେ ଶଲୋମନଙ୍କର ଦ୍ରାକ୍ଷାରସ ପରିବେଷଣକାରୀମାନଙ୍କୁ ଓ ସେମାନଙ୍କର ବସ୍ତ୍ରକୁ ଦେଖିଲେ। ସେ ଶଲୋମନଙ୍କ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିରରେ ଉତ୍ସର୍ଗୀକୃତ ହୋମବଳିଗୁଡ଼ିକୁ ଦେଖିଲେ। ଶିବାର ରାଣୀ ଯେତେବେଳେ ଏହିସବୁ ବିଷୟ ଦେଖିଲେ, ସେ ହତଚକିତ ହୋଇଗଲେ।


ତଥାପି ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆସନ୍ତା ଲୋକମାନଙ୍କ ଛଡ଼ା ଯିହୁଦୀ ଓ ଅଧ୍ୟକ୍ଷ 150 ଲୋକ ମୋ’ ଭୋଜନ ଆସନରେ ବସିଲେ।


ସେ ସମୟରେ ପ୍ରତିଦିନ ଏକ ବଳଦ ଓ ଛଅଟି ବଛା ମେଷ ରୋଷେଇ କରାଗଲା। ମୋ’ ପାଇଁ କେତେକ ପକ୍ଷୀପାକ କରାଗଲା ଓ ଦଶ ଦିନରେ ଥରେ ସବୁ ପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା। ତଥାପି ମୁଁ ଏହିସବୁ ଲାଗି ଦେଶାଧ୍ୟକ୍ଷର ବୃତ୍ତି ମାଗିଲି ନାହିଁ। ଲୋକମାନଙ୍କ ଉପରେ ଭାର ଗୁରୁତର ହୋଇଥିଲା।


Swiv nou:

Piblisite


Piblisite