Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 4:6 - ପବିତ୍ର ବାଇବଲ

6 ଅହୀଶାର୍ ରାଜାଙ୍କର ପ୍ରାସାଦର ଦାୟିତ୍ୱରେ ଥିଲେ। ଅ‌ବ୍‌ଦର ପୁତ୍ର ଅଦୋନୀରାମ୍ କ୍ରୀତଦାସମାନଙ୍କର ରାଜ୍ୟପାଳ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁଣି ଅହୀଶାର୍ ଗୃହାଧ୍ୟକ୍ଷ ଥିଲା ଓ ଅବ୍ଦର ପୁତ୍ର ଅଦୋନୀରାମ୍ ବେଠିକର୍ମର ଅଧ୍ୟକ୍ଷ ଥିଲା।

Gade chapit la Kopi

ଓଡିଆ ବାଇବେଲ

6 ପୁଣି, ଅହୀଶାର୍‍ ଗୃହାଧ୍ୟକ୍ଷ ଥିଲା ଓ ଅବ୍‍ଦର ପୁତ୍ର ଅଦୋନୀରାମ୍‍ ବେଠିକର୍ମର ଅଧ୍ୟକ୍ଷ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ଅହୀଶାର୍‍ ଗୃହାଧ୍ୟକ୍ଷ ଥିଲା ଓ ଅବ୍‍ଦର ପୁତ୍ର ଅଦୋନୀରାମ୍‍ ବେଠିକର୍ମର ଅଧ୍ୟକ୍ଷ ଥିଲା।

Gade chapit la Kopi




1 ରାଜାବଳୀ 4:6
8 Referans Kwoze  

ଏହା ପରେ ରିହବିୟାମ ରାଜା ବେଠି କର୍ମାଧ୍ୟକ୍ଷ ଅଦୋରାମକୁ ଲୋକମାନଙ୍କ ନିକଟକୁ ପଠାଇଲେ। ମାତ୍ର ସମସ୍ତ ଇସ୍ରାଏଲ ତାଙ୍କୁ ପ୍ରସ୍ତରାଘାତ କରି ମାରି ଦେଲେ। ତା'ପରେ ରିହବିୟାମ ଶୀଘ୍ର ନିଜ ରଥରେ ଆରୋହଣ କରି ଯିରୁଶାଲମକୁ ପଳାୟନ କଲେ।


ଶଲୋମନ ଦାସମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ବାଧ୍ୟ କରିଥିଲେ। ତତ୍ପରେ ସେ ମିଲ୍ଲୋ, ଯିରୁଶାଲମର ପ୍ରାଚୀର, ହା‌ତ୍‌ସୋର, ମଗିଦ୍ଦୋ ଓ ଗେଷର୍ ନିର୍ମାଣ କରିବାରେ ସେମାନଙ୍କୁ ମଧ୍ୟ ବ୍ୟବହାର କରିଥିଲେ।


ଅଦୋରାମ୍ ବେଠି କର୍ମ ଓ କର ଆଦାୟ କରିବାର ଦାୟିତ୍ୱରେ ଥିଲା ଏବଂ ଅହୀଲୂଦର ପୁତ୍ର ଯିହୋଶାଫଟ୍ ଯେ କି ଥିଲା ଜଣେ ଇତିହାସ ଲେଖକ।


ନାଥନର ପୁତ୍ର ଅସରିୟ ଜିଲ୍ଲାର ପ୍ରଧାନମାନଙ୍କ ମୂଖ୍ୟ ଥିଲା ଓ ନାଥନର ପୁତ୍ର ସାବୁଦ୍ ଯାଜକ ଓ ରାଜା ଶଲୋମନଙ୍କର ଜଣେ ଉପଦେଶକ ଥିଲେ।


ଶଲୋମନ ସମଗ୍ର ଇସ୍ରାଏଲକୁ ବାର ଭାଗରେ ବିଭକ୍ତ କରି ବାର ଜଣ ଦେଶାଧ୍ୟକ୍ଷଙ୍କୁ ନିଯୁକ୍ତ କଲେ। ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟ ଯୋଗାଇଲେ। ପ୍ରତ୍ୟେକ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ।


ସେମାନେ ସେହି ଲୋକମାନଙ୍କର ଭବିଷ୍ୟଦ୍ ବଂଶଧର, ଯେଉଁମାନେ ସେ ପର୍ଯ୍ୟନ୍ତ ସେହି ଭୂମିରେ ଥିଲେ ଏବଂ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ବଧ କରାଯାଇ ନ ଥିଲେ। ଶଲୋମନ ସେହି ବିଦେଶୀମାନଙ୍କୁ କ୍ରୀତଦାସ ଭାବରେ କାମ କରିବାକୁ ବାଧ୍ୟ କଲେ। ସେମାନେ ଆଜି ପର୍ଯ୍ୟନ୍ତ କ୍ରୀତଦାସ ଅଛନ୍ତି।


ଯେଉଁ ଲୋକମାନଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରାଗଲା, ହଦୋରାମ ସେମାନଙ୍କ ଦାୟିତ୍ୱରେ ଥିଲେ। ରିହବିୟାମ୍ ତାହାଙ୍କୁ ଇସ୍ରାଏଲର ଲୋକାମାନଙ୍କ ନିକଟକୁ ପଠାଇଲେ। କିନ୍ତୁ ଇସ୍ରାଏଲର ଲୋକମାନେ ତାଙ୍କ ଉପରେ ପଥର ଫୋପାଡ଼ିଲେ ଓ ତାଙ୍କୁ ହତ୍ୟା କଲେ। ଏହା ପରେ ରିହବିୟାମ୍ ଦୌଡ଼ି ଯାଇ ତାଙ୍କ ରଥ ଉପରକୁ ଡେଇଁ ଚଢ଼ିଗଲେ ଓ ଖସି ପଳାଇଲେ। ସେ ଯିରୁଶାଲମକୁ ପଳାଇଲେ।


Swiv nou:

Piblisite


Piblisite