Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 3:1 - ପବିତ୍ର ବାଇବଲ

1 ତା'ପରେ ଶଲୋମନ ମିଶରର ରାଜା ସହିତ ଚୁକ୍ତି କରି ଫାରୋଙ୍କ କନ୍ୟାକୁ ବିବାହ କଲେ ଓ ତାକୁ ଦାଉଦ ନଗରକୁ ଆଣିଲେ। ସେହି ସମୟରେ ସେ ନିଜ ପାଇଁ ପ୍ରାସାଦ ଓ ସଦାପ୍ରଭୁଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରୁଥିଲେ। ସେ ମଧ୍ୟ ଯିରୁଶାଲମର ଚତୁର୍ଦ୍ଦିଗରେ ଏକ ପ୍ରାଚୀର ନିର୍ମାଣ କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଶଲୋମନ ମିସରର ରାଜା ଫାରୋ ସହିତ ଆତ୍ମୀୟତା କରି ଫାରୋର କନ୍ୟାକୁ ବିବାହ କଲେ ଓ ଆପଣା ଗୃହ ଓ ସଦାପ୍ରଭୁଙ୍କ ଗୃହ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀରର ନିର୍ମାଣ ସମାପ୍ତ ହେବା ପର୍ଯ୍ୟନ୍ତ ତାହାକୁ ଆଣି ଦାଉଦ-ନଗରରେ ରଖିଲେ।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଶଲୋମନ ମିସରର ରାଜା ଫାରୋ ସହିତ ଆତ୍ମୀୟତା କରି ଫାରୋର କନ୍ୟାକୁ ବିବାହ କଲେ ଓ ଆପଣା ଗୃହ ଓ ସଦାପ୍ରଭୁଙ୍କ ଗୃହ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀରର ନିର୍ମାଣ ସମାପ୍ତ ହେବା ପର୍ଯ୍ୟନ୍ତ ତାହାକୁ ଆଣି ଦାଉଦ-ନଗରରେ ରଖିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଶଲୋମନ ମିସରର ରାଜା ଫାରୋ ସହିତ ଆତ୍ମୀୟତା କରି ଫାରୋର କନ୍ୟାକୁ ବିବାହ କଲେ ଓ ଆପଣା ଗୃହ ଓ ସଦାପ୍ରଭୁଙ୍କ ଗୃହ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀରର ନିର୍ମାଣ ସମାପ୍ତ ହେବା ପର୍ଯ୍ୟନ୍ତ ତାହାକୁ ଆଣି ଦାଉଦ-ନଗରରେ ରଖିଲେ।

Gade chapit la Kopi




1 ରାଜାବଳୀ 3:1
17 Referans Kwoze  

ମାତ୍ର ଫାରୋର କନ୍ୟା ଦାଉଦ ନଗରରୁ ଆସି ଶଲୋମନଙ୍କ ଦ୍ୱାରା ନିର୍ମିତ ବୃତତ୍ ପ୍ରାସାଦରେ ବାସ କଲେ। ତା'ପରେ ଶଲୋମନ ମିଲ୍ଲୋ ନିର୍ମାଣ କଲେ।


ଶଲୋମନ ବହୁ ରମଣୀଙ୍କୁ ପ୍ରେମ କଲେ, ସେମାନେ ଇସ୍ରାଏଲ ଦେଶର ନ ଥିଲେ। ସେ ରାଜା ଫାରୋର କନ୍ୟା ବ୍ୟତୀତ ହିତ୍ତୀୟ, ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ ଓ ସୀଦୋନୀୟ ସ୍ତ୍ରୀମାନଙ୍କୁ ଭଲ ପାଇଲେ।


ଶଲୋମନ ଦାଉଦଙ୍କ ନଗରରୁ ଫାରୋଙ୍କର କନ୍ୟାଙ୍କୁ ତାଙ୍କ ନିମନ୍ତେ ସେ ନିର୍ମିତ କରିଥିବା ଗୃହକୁ ଆଣିଲେ। ଶଲୋମନ କହିଲେ, “ମୋର ସ୍ତ୍ରୀ ଇସ୍ରାଏଲର ରାଜା ଦାଉଦଙ୍କ ଗୃହରେ ବାସ କରିବ ନାହିଁ, କାରଣ ଯେଉଁ ସ୍ଥାନରେ ସଦାପ୍ରଭୁ ପରମେଶ୍ୱରଙ୍କର ବିଶେଷ ସିନ୍ଦୁକ ଥିଲା, ତାହା ପବିତ୍ର ସ୍ଥାନ ଅଟେ।”


ଇସ୍ରାଏଲୀୟମାନେ ମିଶର ପରିତ୍ୟାଗ କରିବା ପରେ ଶଲୋମନଙ୍କର ଇସ୍ରାଏଲ ଉପରେ ରାଜତ୍ୱର ଚତୁର୍ଥ ବର୍ଷରେ ଓ ସିବ୍ ନାମକ ବର୍ଷର ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ 480 ବର୍ଷ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗିଲା।


ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ଅଧିକାର କଲେ। ତାହା ହେଲା ଦାଉଦ ନଗର।


ସେମାନେ ଏହି ଉତ୍ତର ଆମ୍ଭମାନଙ୍କୁ ଦେଲେ, “ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ, ଆମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ।


ଯିହୋଶାଫ‌ଟଙ୍କର ପ୍ରଚୁର ଧନସମ୍ପଦ ଓ ପ୍ରତିପତ୍ତି ଥିଲା। ସେ ରାଜା ଆହାବଙ୍କ କନ୍ୟାକୁ ବିବାହ କରି ତାଙ୍କ ସହିତ ଏକ ଚୁକ୍ତି କଲା।


ଏହା ପରେ ଦାଉଦ ଦୁର୍ଗ ମଧ୍ୟରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା।


ଏହା ଦେଖି ସାରିବା ପରେ ଆମ୍ଭେମାନେ କ’ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣାଯୋଗ୍ୟ କର୍ମ ଅନ୍ୟ ଗୋଷ୍ଠୀୟମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ’ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶେଷ କରିବ ନାହିଁ।


ତା'ପରେ ଦାଉଦଙ୍କର ମୃତ୍ୟୁ ହେଲା ଓ ସେ ଦାଉଦ ନଗରରେ କବରପ୍ରାପ୍ତ ହେଲେ।


ଅନନ୍ତର ରାଜା ଶଲୋମନ ତାଙ୍କ ନିଜ ପାଇଁ ଏକ ପ୍ରାସାଦ ନିର୍ମାଣ କଲେ ଯାହାକି ସମାପ୍ତ କରିବାକୁ ତାଙ୍କୁ ତେର ବର୍ଷ ଲାଗିଥିଲା।


ରାଜା ଶଲୋମନଙ୍କର ବିଗ୍ଭର ଗୃହର ଅଗଣା ଉପରେ ଅବସ୍ଥିତ ଥିଲା। ଏହା ନିୟମ ପ୍ରଶସ୍ତଗୃହ ସଦୃଶ ନିର୍ମିତ ହେଲା। ସେ ମଧ୍ୟ ନିଜର ଭାର୍ଯ୍ୟା, ଫାରୋର କନ୍ୟା ନିମନ୍ତେ ସେହି ନିୟମ ପ୍ରଶସ୍ତଗୃହ ପରି ଏକ ଗୃହ ନିର୍ମାଣ କଲେ।


ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ଶଲୋମନଙ୍କୁ କୋଡ଼ିଏ ବର୍ଷ ଲାଗିଲା।


ସେମାନଙ୍କ ତୃତୀୟ ପୁରୁଷ ପରେ, ସେମାନେ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରି ପାରିବେ।


ଅନନ୍ତର ଶଲୋମନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ ଓ ନିଜ ଇଚ୍ଛାନୁସାରେ ସମସ୍ତ ଜିନିଷର ନିର୍ମାଣ କାର୍ଯ୍ୟ ସମାପ୍ତ କଲେ।


Swiv nou:

Piblisite


Piblisite