Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 2:9 - ପବିତ୍ର ବାଇବଲ

9 ବର୍ତ୍ତମାନ ତୁମ୍ଭେ ତାକୁ ବିନା ଶାସ୍ତିରେ ଛାଡ଼ ନାହିଁ। ତୁମ୍ଭେ ତ ଜଣେ ଜ୍ଞାନୀ ଲୋକ। ତା’ ପ୍ରତି ତୁମ୍ଭର କର୍ତ୍ତବ୍ୟ କ’ଣ ତୁମ୍ଭେ ଜାଣ। ତାକୁ ବାର୍ଦ୍ଧକ୍ୟରେ ଶାନ୍ତିରେ ମରିବାକୁ ଦେବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତୁମ୍ଭେ ତ ଜ୍ଞାନୀ ଲୋକ; ଏଣୁ ତାହାକୁ ନିରପରାଧ ମଣିବ ନାହିଁ; ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ, ତାହା ବୁଝିବ ଓ ତୁମ୍ଭେ ତାହାର ପକ୍ଵକେଶ-ମସ୍ତକ ରକ୍ତ ସହିତ ପାତାଳକୁ ଆଣିବ।

Gade chapit la Kopi

ଓଡିଆ ବାଇବେଲ

9 ତୁମ୍ଭେ ତ ଜ୍ଞାନୀ ଲୋକ; ଏଣୁ ତାହାକୁ ନିରପରାଧ ମଣିବ ନାହିଁ; ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ, ତାହା ବୁଝିବ ଓ ତୁମ୍ଭେ ତାହାର ପକ୍ୱକେଶ-ମସ୍ତକ ରକ୍ତ ସହିତ ପାତାଳକୁ ଆଣିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତୁମ୍ଭେ ତ ଜ୍ଞାନୀ ଲୋକ; ଏଣୁ ତାହାକୁ ନିରପରାଧ ମଣିବ ନାହିଁ; ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ, ତାହା ବୁଝିବ ଓ ତୁମ୍ଭେ ତାହାର ପକ୍ୱକେଶ-ମସ୍ତକ ରକ୍ତ ସହିତ ପାତାଳକୁ ଆଣିବ।”

Gade chapit la Kopi




1 ରାଜାବଳୀ 2:9
13 Referans Kwoze  

ମାତ୍ର ବର୍ତ୍ତମାନ ତୁମ୍ଭେ ରାଜା। ତେଣୁ ତୁମ୍ଭେ ଆପଣା ଜ୍ଞାନ ଅନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ବୃଦ୍ଧାବସ୍ଥାରେ ତାକୁ ଶାନ୍ତିରେ ମରିବାକୁ ଦିଅ ନାହିଁ।


ଆମ୍ଭର ପିତା ଏକ ଦୁଃଖୀ ବୃଦ୍ଧ ଲୋକ, ସେ ଯେତେବେଳେ ଦେଖିବେ ବିନ୍ୟାମୀନ ଆମ୍ଭ ସହିତ ନାହିଁ। ଏହା ଆମ୍ଭର ଦୋଷ ହେବ। ଆମ୍ଭ ଯୋଗୁଁ ସେ ଦୁଃଖୀ ମଣିଷ ପରି ମୃତ୍ୟୁବରଣ କରିବେ।


କିନ୍ତୁ ଯାକୁବ ତାକୁ କହିଲେ, “ମୁଁ ବିନ୍ୟାମୀନକୁ ତୁମ୍ଭ ସହିତ ଛାଡ଼ିବି ନାହିଁ। ତା'ର ଭାଇ ମରିଯାଇଛି। ସେ ଜଣେ କେବଳ ରହିଯାଇଛି। ଯଦି ସେ ତୁମ୍ଭ ସହିତ ମିଶରକୁ ଯାଏ ଏବଂ ରାସ୍ତାରେ କିଛି ଗୋଟିଏ ହୋଇଯାଏ, ତେବେ ତୁମ୍ଭେ ମୋତେ ଶୋକରେ ମୋର ଏହି ପକ୍ୱ କେଶରେ କବରକୁ ପଠେଇ ଦେବ।”


ଏହା ପ୍ରକୃତରେ କିଛି ପରିବର୍ତ୍ତନ ଘଟାଏ ନାହିଁ, ସେହି ଯନ୍ତ୍ରଣା ଏବେ ବି ମୋତେ ଭୟଭୀତ କରେ।


ଇସ୍ରାଏଲର ସମଗ୍ର ଲୋକେ ରାଜାଙ୍କର ନ୍ୟାୟ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସେମାନେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦୟରେ ପରମେଶ୍ୱରଙ୍କ ଦତ୍ତ ଜ୍ଞାନ ରହିଛି।


ତେଣୁ ତୁମ୍ଭେ ଯାହା ମାଗିଲ ଆମ୍ଭେ ତାହା ଦେବାକୁ ଯାଉଅଛୁ। ଆମ୍ଭେ ତୁମ୍ଭକୁ ଜ୍ଞାନି ଓ ବୁଦ୍ଧିମାନ କରାଇବା। ଆମ୍ଭେ ତୁମ୍ଭକୁ ଏପରି ମହତ୍ ଜ୍ଞାନ ଦେବା ଯେ, ଅତୀତରେ ତୁମ୍ଭ ସମାନ କେହି ନ ଥିଲେ କି ଭବିଷ୍ୟତରେ କେହି ହେବେ ନାହିଁ।


ମାତ୍ର ତୁମ୍ଭେମାନେ ଯେବେ ତାହା ନ କର, ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରୁଥିବ। ଆଉ ଏହା ନିଶ୍ଚିତ ଯେ, ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭେମାନେ ଦଣ୍ତିତ ହେବ।


“ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ୱରଙ୍କୁ। ଏବଂ ତୁମ୍ଭର କୌଣସି ଅଧ୍ୟକ୍ଷଙ୍କୁ ଶାପ ଦେବ ନାହିଁ।


“ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ, କାରଣ ଯେକେହି ତାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।


ଦାଉଦ ବହୁରୀମକୁ ଗଲେ, ସେଠାରେ ଦେଖିଲେ ଶାଉଲ ବଂଶର ଏକ ବ୍ୟକ୍ତି ସେଠାରୁ ବାହାରି ଆସିଲା, ତା'ର ନାମ ଥିଲା ଶିମିୟି। ସେ ଥିଲା ଗେରାର ପୁତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କୁ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷୟରେ ଗାଳି କରି କରି ବାହାରୁ ଥିଲା।


“ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ତିଆରି କରିଛନ୍ତି। ତେଣୁ ଯେକେହି ମନୁଷ୍ୟକୁ ହତ୍ୟା କରିବ, ସେ ନିଶ୍ଚିତ ଅନ୍ୟ ମନୁଷ୍ୟ ଦ୍ୱାରା ମରାଯିବ।


ଯଦି ସେ ଲୋକର ଶରୀରକୁ ଆଚ୍ଛାଦନ କରିବା ପାଇଁ କୌଣସି ବସ୍ତ୍ର ନ ଥାଏ, ତେବେ ସେ କେଉଁଥିରେ ଶୋଇବ? ଏବଂ ସେ ଯଦି ମୋତେ ଦୁଃଖରେ ଡାକେ, ତେବେ ମୁଁ ତା'ର କଥା ଶୁଣିବି କାରଣ ମୁଁ ଦୟାଳୁ।


ମୁଁ ରାଜା ରୂପେ ଅଭିଷିକ୍ତ ହେଲେ ହେଁ ତଥାପି ମୁଁ ଆଜି ଦୁର୍ବଳ। ଏହି ସରୁୟାର ପୁତ୍ରମାନେ ମୋତେ ଅତି ଦୁଃଖର କାରଣ ଦେଲେ। ସଦାପ୍ରଭୁ ଏହି କୁକାର୍ଯ୍ୟ କରିଥିବା ଲୋକମାନଙ୍କୁ ତାଙ୍କର କୁକର୍ମ ଅନୁସାରେ ଦଣ୍ତ ଦିଅନ୍ତୁ।”


Swiv nou:

Piblisite


Piblisite