1 ରାଜାବଳୀ 2:5 - ପବିତ୍ର ବାଇବଲ5 ଦାଉଦ ପୁଣି କହିଲେ, “ସରୁୟାର ପୁତ୍ର ଯୋୟାବ ମୋ’ ବିରୁଦ୍ଧରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇସ୍ରାଏଲର ଦୁଇ ସେନାପତିଙ୍କୁ ହତ୍ୟା କରିଛି, ନରର ପୁତ୍ର ଅବ୍ନର ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଈର୍ଷାନ୍ୱିତ ହୋଇ ହତ୍ୟା କଲା। ସେହି ରକ୍ତରେ ତା'ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମୋର ଦଣ୍ତ ଦେବାର ଉଚିତ୍ ଥିଲା। Gade chapit laପବିତ୍ର ବାଇବଲ (Re-edited) - (BSI)5 ଆହୁରି ସରୁୟାର ପୁତ୍ର ଯୋୟାବ ମୋʼ ପ୍ରତି ଯାହା କରିଅଛି, ପୁଣି ଇସ୍ରାଏଲର ଦୁଇ ସେନାପତି, ନରର ପୁତ୍ର ଅବ୍ନର ଓ ଯେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି, ତାହା ତୁମ୍ଭେ ଜାଣ; ସେ ସେମାନଙ୍କୁ ବଧ କରି ସନ୍ଧି ସମୟରେ ଯୁଦ୍ଧ ସମୟର ନ୍ୟାୟ ରକ୍ତପାତ କଲା ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକାରେ ଲଗାଇଲା। Gade chapit laଓଡିଆ ବାଇବେଲ5 ଆହୁରି ସରୁୟାର ପୁତ୍ର ଯୋୟାବ ମୋ’ ପ୍ରତି ଯାହା କରିଅଛି, ପୁଣି, ଇସ୍ରାଏଲର ଦୁଇ ସେନାପତି, ନେର୍ର ପୁତ୍ର ଅବ୍ନର ଓ ଯେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି, ତାହା ତୁମ୍ଭେ ଜାଣ; ସେ ସେମାନଙ୍କୁ ବଧ କରି ସନ୍ଧି ସମୟରେ ଯୁଦ୍ଧ ସମୟର ନ୍ୟାୟ ରକ୍ତପାତ କଲା ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକାରେ ଲଗାଇଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ଆହୁରି ସରୁୟାର ପୁତ୍ର ଯୋୟାବ ମୋʼ ପ୍ରତି ଯାହା କରିଅଛି, ପୁଣି, ଇସ୍ରାଏଲର ଦୁଇ ସେନାପତି, ନେର୍ର ପୁତ୍ର ଅବ୍ନର ଓ ଯେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି, ତାହା ତୁମ୍ଭେ ଜାଣ; ସେ ସେମାନଙ୍କୁ ବଧ କରି ସନ୍ଧି ସମୟରେ ଯୁଦ୍ଧ ସମୟର ନ୍ୟାୟ ରକ୍ତପାତ କଲା ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକାରେ ଲଗାଇଲା। Gade chapit la |
ମାତ୍ର ଯୋୟାବର ହସ୍ତସ୍ଥିତ ଖଡ଼୍ଗ ପ୍ରତି ଅମାସା କିଛି ଦୃଷ୍ଟି ଦେଲା ନାହିଁ। ଏବଂ ଯୋୟାବ ସେହି ଖଡ଼୍ଗରେ ତା'ର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇ ଦେଲା। ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ। ସେଥିରେ ହିଁ ସେ ମରି ଯାଇଥିଲା। ତା'ପରେ ଯୋୟାବ ଏବଂ ତାହାର ଭାଇ ଅବୀଶୟ ବିଖ୍ରିର ପୁତ୍ର ପଛରେ ଗୋଡ଼ାଇବାକୁ ଆରମ୍ଭ କଲେ। ଯୋୟାବ ଓ ତା'ର ଭ୍ରାତା ଅବୀଶୟ ବିଖ୍ରିର ପୁତ୍ର ଶେବଃର ପଛେ ପଛେ ଗୋଡ଼ାଇଲେ।