1 ରାଜାବଳୀ 13:1 - ପବିତ୍ର ବାଇବଲ1 ସଦାପ୍ରଭୁ ଯିହୁଦାରେ ଥିବା ଏକ ପରମେଶ୍ୱରଙ୍କ ଲୋକକୁ ବୈଥେଲ୍ ଯିବାକୁ ଆଦେଶ ଦେଲେ। ଯେତେବେଳେ ଯାରବିୟାମ ଯଜ୍ଞବେଦି ନିକଟରେ ଧୂପ ଜଳାଇବା ପାଇଁ ଛିଡ଼ା ହୋଇଥିଲେ ସେତେବେଳେ ପରମେଶ୍ୱରଙ୍କ ଲୋକ ସେଠାରେ ଉପସ୍ଥିତ ହେଲେ। Gade chapit laପବିତ୍ର ବାଇବଲ (Re-edited) - (BSI)1 ପୁଣି ଯାରବୀୟାମ ଧୂପ ଜ୍ଵଳାଇବା ପାଇଁ ଯଜ୍ଞବେଦି ନିକଟରେ ଛିଡ଼ା ହେବା ବେଳେ ଦେଖ, ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ଯିହୁଦାରୁ ପରମେଶ୍ଵରଙ୍କ ଏକ ଲୋକ ବୈଥେଲରେ ଉପସ୍ଥିତ ହେଲା। Gade chapit laଓଡିଆ ବାଇବେଲ1 ପୁଣି, ଯାରବୀୟାମ ଧୂପ ଜ୍ୱଳାଇବା ପାଇଁ ଯଜ୍ଞବେଦି ନିକଟରେ ଛିଡ଼ା ହେବା ସମୟରେ ଦେଖ, ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯିହୁଦାରୁ ପରମେଶ୍ୱରଙ୍କ ଏକ ଲୋକ ବେଥେଲ୍ରେ ଉପସ୍ଥିତ ହେଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ପୁଣି, ଯାରବୀୟାମ ଧୂପ ଜ୍ୱଳାଇବା ପାଇଁ ଯଜ୍ଞବେଦି ନିକଟରେ ଛିଡ଼ା ହେବା ସମୟରେ ଦେଖ, ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯିହୁଦାରୁ ପରମେଶ୍ୱରଙ୍କ ଏକ ଲୋକ ବେଥେଲ୍ରେ ଉପସ୍ଥିତ ହେଲା। Gade chapit la |
ସେମାନେ ଉଷିୟଙ୍କୁ କହିଲେ ଯେ, ସେ ଭୁଲ୍ କାର୍ଯ୍ୟ କରୁଛନ୍ତି। ସେମାନେ ତାଙ୍କୁ କହିଲେ, “ଉଷିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ତୁମ୍ଭର କାର୍ଯ୍ୟ ନୁହେଁ। ଏହି କାର୍ଯ୍ୟ କରିବା ତୁମ୍ଭ ନିମନ୍ତେ ମଙ୍ଗଳ ଜନକ ନୁହେଁ। ଯାଜକ ଓ ହାରୋଣଙ୍କ ବଂଶଧରମାନେ କେବଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁଗନ୍ଧିଧୂପ ଜ୍ୱଳାନ୍ତି। ଏହି ଯାଜକମାନେ ସୁଗନ୍ଧିଧୂପ ଜ୍ୱଳାଇବାର ପବିତ୍ର ସେବାକାର୍ଯ୍ୟ ନିମନ୍ତେ ତାଲିମପ୍ରାପ୍ତ ହୋଇଛନ୍ତି। ଏହି ମହାପବିତ୍ର ସ୍ଥାନରୁ ବାହାରି ଯାଅ। ତୁମ୍ଭେ ବିଶ୍ୱସ୍ତ ହୋଇ ନାହଁ। ସଦାପ୍ରଭୁ ପରମେଶ୍ୱର ଏଥିନିମନ୍ତେ ତୁମ୍ଭକୁ ସମ୍ମାନିତ କରିବେ ନାହିଁ।”