Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 10:3 - ପବିତ୍ର ବାଇବଲ

3 ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର କଲେ। ତାଙ୍କୁ ଉତ୍ତର କରିବାକୁ ଶଲୋମନଙ୍କ ନିମନ୍ତେ କୌଣସି ପ୍ରଶ୍ନ କଠିନ ନ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତହିଁରେ ଶଲୋମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର କଲେ; ରାଜାଙ୍କର ବୋଧାଗମ୍ୟ କୌଣସି ବିଷୟ ନ ଥିଲା, ସେ ତାହାକୁ ସବୁ କହିଲେ।

Gade chapit la Kopi

ଓଡିଆ ବାଇବେଲ

3 ତହିଁରେ ଶଲୋମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର ଦେଲେ; ରାଜାଙ୍କର ବୋଧଗମ୍ୟ କୌଣସି ବିଷୟ ନ ଥିଲା, ସେ ତାହାକୁ ସବୁ କହିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତହିଁରେ ଶଲୋମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର ଦେଲେ; ରାଜାଙ୍କର ବୋଧଗମ୍ୟ କୌଣସି ବିଷୟ ନ ଥିଲା, ସେ ତାହାକୁ ସବୁ କହିଲେ।

Gade chapit la Kopi




1 ରାଜାବଳୀ 10:3
16 Referans Kwoze  

ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା ହୋଇଛି।


କେବଳ ପରମେଶ୍ୱର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହୋଇଛୁ।


ପରମେଶ୍ୱର ଯାହା ଗ୍ଭହାନ୍ତି ଯଦି କୌଣସି ବ୍ୟକ୍ତି ସେହି ଅନୁଯାୟୀ କାର୍ଯ୍ୟ କରେ, ମୋର ଉପଦେଶ ପରମେଶ୍ୱରଙ୍କଠାରୁ ଆସିଛି ନା ନାହିଁ, ତାହା ସେ ଜାଣି ପାରିବ। ସେ ବ୍ୟକ୍ତି ଜାଣି ପାରିବ ଯେ ଏ ଉପଦେଶ ମୋ’ ନିଜର ନୁହେଁ।


ଯୀଶୁ କହିଲେ, “ସ୍ୱର୍ଗରାଜ୍ୟର ନିଗୂଢ଼ ସତ୍ୟ ଜାଣିବା ପାଇଁ କେବଳ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସେମାନଙ୍କୁ ଦିଆଯାଇ ନାହିଁ।


ତା'ପରେ ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବୁ ଓ ଯେଉଁ ପଥ ସେମାନେ ଜାଣନ୍ତି ନାହିଁ, ସେହି ପଥରେ ସେମାନଙ୍କୁ କଢ଼ାଇ ନେବୁ। ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୋକର ଓ ବକ୍ର ସ୍ଥାନକୁ ସଳଖରେ ପରିଣତ କରିବୁ। ଏହିସବୁ କାର୍ଯ୍ୟ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ୟାଗ କରିବୁ ନାହିଁ।


ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହେବ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।


ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଲେ। ଶଲୋମନଙ୍କ ନିମନ୍ତେ ଉତ୍ତର ଦେବା କିମ୍ବା ବୁଝାଇ ଦେବା ପାଇଁ କୌଣସି କଠିନ ବିଷୟ ନ ଥିଲା।


ଅନନ୍ତର ଶିବା ଦେଶର ରାଣୀ ସଦାପ୍ରଭୁଙ୍କ ପ୍ରିୟ ଶଲୋମନଙ୍କ ସୁଖ୍ୟାତି ଶୁଣି କଠିନ ପ୍ରଶ୍ନଦ୍ୱାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ।


ତେଣୁ ତୁମ୍ଭେ ଯାହା ମାଗିଲ ଆମ୍ଭେ ତାହା ଦେବାକୁ ଯାଉଅଛୁ। ଆମ୍ଭେ ତୁମ୍ଭକୁ ଜ୍ଞାନି ଓ ବୁଦ୍ଧିମାନ କରାଇବା। ଆମ୍ଭେ ତୁମ୍ଭକୁ ଏପରି ମହତ୍ ଜ୍ଞାନ ଦେବା ଯେ, ଅତୀତରେ ତୁମ୍ଭ ସମାନ କେହି ନ ଥିଲେ କି ଭବିଷ୍ୟତରେ କେହି ହେବେ ନାହିଁ।


ଯୋୟାବ ଏପରି କରିଥିଲେ, ତେଣୁ ଆପଣା ପ୍ରତ୍ୟେକ କଥାକୁ ଅଲଗା ଭାବରେ ଦେଖି ପାରିଥା’ନ୍ତେ। ମୋର ପ୍ରଭୁ, ଆପଣ ପରମେଶ୍ୱରଙ୍କ ଦୂତ ପରି ଜ୍ଞାନୀ, ପୃଥିବୀରେ କେଉଁଠି କ’ଣ ହେଉଛି, ଆପଣ ସବୁ ଜାଣି ପାରୁଛନ୍ତି।”


ମୁଁ ଜାଣେ ମୋର ମୁନିବଙ୍କର କଥା, ନିଶ୍ଚିତ ଭାବରେ ମୋତେ ବିଶ୍ରାମ ଦେବ କାରଣ ଆପଣ ହେଉଛନ୍ତି ଜଣେ ପରମେଶ୍ୱରଙ୍କ ଦୂତପରି। ଆପଣ ଜାଣନ୍ତି କେଉଁଟା ଠିକ୍ ଓ କେଉଁଟା ଭୁଲ୍ ଏବଂ ସଦାପ୍ରଭୁ ଆପଣଙ୍କର ପରମେଶ୍ୱର ସର୍ବଦା ଆପଣଙ୍କ ପାଖରେ ଅଛନ୍ତି।”


ଶିବାର ରାଣୀ ବହୁ ଦାସଦାସୀଙ୍କ ଗହଣରେ ଯିରୁଶାଲମକୁ ଆସିବା ବେଳେ ସଙ୍ଗରେ ଓଟ ପୃଷ୍ଠରେ ସୁଗନ୍ଧି ଦ୍ରବ୍ୟ, ବିଭିନ୍ନ ରତ୍ନ ଓ ବହୁ ସୁବର୍ଣ୍ଣ ଆଣି ଶଲୋମନଙ୍କୁ ଭେଟିଲେ ଓ ଆପଣାର ମନୋନୀତ ପ୍ରଶ୍ନ ଶଲୋମନଙ୍କୁ ପଗ୍ଭରିଲେ।


ଶିବାର ରାଣୀ ଜାଣିଲେ ଶଲୋମନ ଅତି ଜ୍ଞାନୀ ଓ ସେ ମଧ୍ୟ ତାଙ୍କର ନୂତନ ପ୍ରାସାଦ ଦେଖିଲେ।


Swiv nou:

Piblisite


Piblisite