Biblia Todo Logo
Bib sou entènèt

- Piblisite -




୧ ଯୋହନ 5:8 - ପବିତ୍ର ବାଇବଲ

8 ପବିତ୍ରଆତ୍ମା, ଜଳ ଓ ରକ୍ତ। ଏହି ତିନି ଜଣଙ୍କ ସାକ୍ଷ୍ୟ ଏକ ଅଟେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆତ୍ମା, ଜଳ ଓ ରକ୍ତ, ଏହି ତିନି ସାକ୍ଷ୍ୟ ଦିଅନ୍ତି, ପୁଣି ତିନିର ସାକ୍ଷ୍ୟ ଏକ।

Gade chapit la Kopi

ଓଡିଆ ବାଇବେଲ

8 ଏହି ପୃଥିବୀରେ ଆତ୍ମା, ଜଳ ଏବଂ ରକ୍ତ ସାକ୍ଷ୍ୟ ଦିଅନ୍ତି ଏବଂ ସେମାନେ ଏକ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆତ୍ମା, ଜଳ ଓ ରକ୍ତ, ଏହି ତିନି ସାକ୍ଷ୍ୟ ଦିଅନ୍ତି, ପୁଣି ତିନିର ସାକ୍ଷ୍ୟ ଏକ।

Gade chapit la Kopi




୧ ଯୋହନ 5:8
14 Referans Kwoze  

“ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। ସେହି ସାହାଯ୍ୟକାରୀ ସତ୍ୟମୟ ଆତ୍ମା ଅଟନ୍ତି। ସେ ପରମପିତାଙ୍କ ପାଖରୁ ଆସନ୍ତି। ସେ ଯେତେବେଳେ ଆସିବେ, ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ।


ସେହି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତିସ୍ମ ନୁହେଁ। ମାତ୍ର ବାପ୍ତିସ୍ମ ହେଉଛି, ପରମେଶ୍ୱରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ୟୁରୁ ଜୀବିତ ହୋଇଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି।


ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ବୋଲି କହିବା ଲାଗି ସେହି ଆତ୍ମା ଆମ୍ଭ ଆତ୍ମା ସହିତ ଯୋଡ଼ି ହୁଅନ୍ତି।


ଅନେକ ଲୋକ ଆସି ଯୀଶୁଙ୍କ ବିରୁଦ୍ଧରେ ମିଛ ସାକ୍ଷ୍ୟ ଦେଲେ। କିନ୍ତୁ ସେମାନେ ସମସ୍ତେ ଅଲଗା ଅଲଗା କଥା କହିଲେ। ତାହାଙ୍କ ଭିତରୁ ଜଣେ ହେଲେ ଅନ୍ୟ ସହିତ ସମ୍ମତ ନ ଥିଲା।


ସେ ଆମ୍ଭଠାରେ ନିଜ ଅଧିକାରର ମୋହର ଲଗାଇଛନ୍ତି, ଓ ଆମ୍ଭମାନଙ୍କ ହୃଦୟରେ ତାହାଙ୍କ ଆତ୍ମା ପ୍ରଦାନ କରିଛନ୍ତି। ଏହା ପ୍ରମାଣ ଦିଏ ଯେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ ଦେବେ।


ଏହା ଭାବବାଦୀମାନେ ମଧ୍ୟ ଏହିକଥା କହିଅଛନ୍ତି। ଏହା ଏହିପରି ଲେଖାଯାଇଛି:


ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦିଅ।


ସେହିଭଳି ଯୀଶୁ ମଧ୍ୟ ସହର ବାହାରେ ଯାତନା ପାଇଲେ। ନିଜ ରକ୍ତ ଦ୍ୱାରା ନିଜ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଯୀଶୁ ମଲେ।


ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦେଲା ପରେ କ’ଣ ତୁମ୍ଭେମାନେ ସେମାନଙ୍କ ଜୀବନ କେବେ ପରିବର୍ତ୍ତନ କରି ପାରିବ? ଯେଉଁମାନେ ସତ୍ୟର ଶିକ୍ଷା ପାଇ ସାରିଛନ୍ତି ମୁଁ ସେମାନଙ୍କୁ ଏହା କହୁଛି। ସେମାନେ ପରମେଶ୍ୱରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ରଆତ୍ମାଙ୍କ ସହଭାଗୀ ହୋଇଛନ୍ତି। ସେମାନେ ପରମେଶ୍ୱରଙ୍କ କଥା ଶୁଣିଲେ ଓ ପରମେଶ୍ୱରଙ୍କ ଭାବୀଜଗତର ମହାନ୍ ଶକ୍ତି ଗୁଡ଼ିକୁ ଦେଖିଥିଲେ। ସେମାନେ ତହିଁର ଉତ୍ତମତା ଜୀବନରେ ଉପଲ‌ବ୍‌‌‌‌ଧି କରିଛନ୍ତି। କିନ୍ତୁ ତା'ପରେ ମଧ୍ୟ ସେମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ିଛନ୍ତି। ସେମାନେ ଯୀଶୁଙ୍କୁ ପୁନର୍ବାର କ୍ରୁଶରେ ଚଢ଼ାଇ କଣ୍ଟା ମାରୁଛନ୍ତି। ସେମାନେ ସମସ୍ତଙ୍କ ଆଗରେ ଯୀଶୁ ଖ୍ରୀଷ୍ଟଙ୍କୁ ଅପମାନିତ କରୁଛନ୍ତି।


କିନ୍ତୁ ଜଣେ ସୈନିକ ବର୍ଚ୍ଛା ଦ୍ୱାରା ତାହାଙ୍କର କକ୍ଷଦେଶକୁ ବିଦ୍ଧ କଲା। ସଙ୍ଗେ ସଙ୍ଗେ ତହିଁରୁ ରକ୍ତ ଓ ଜଳ ବୋହି ଆସିଲା।


ଯେତେବେଳେ ଲୋକମାନେ ସତ୍ୟକଥା କହନ୍ତି, ଆମ୍ଭେ ତାହା ବିଶ୍ୱାସ କରିଥାଉ। କିନ୍ତୁ ପରମେଶ୍ୱର ଯାହା କହନ୍ତି, ତାହା ତ ଅଧିକ ବିଶ୍ୱାସ ଯୋଗ୍ୟ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ସାକ୍ଷ୍ୟ ଦିଅନ୍ତି।


Swiv nou:

Piblisite


Piblisite