Biblia Todo Logo
Bib sou entènèt

- Piblisite -




୧ ଯୋହନ 5:16 - ପବିତ୍ର ବାଇବଲ

16 ଯଦି କେହି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର ଦେଖେ ଆଉ ସେହି ପାପ ମୃତ୍ୟୁଜନକ, ତେବେ ସେ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍। ତହିଁରେ ପରମେଶ୍ୱର ସେମାନଙ୍କୁ ଜୀବନ ପ୍ରଦାନ କରିବେ। ମୁଁ ଏପରି ଲୋକମାନଙ୍କ ବିଷୟରେ କହୁଛି, ଯେଉଁମାନେ ଏପରି ପାପରେ ଲିପ୍ତ ଅଛନ୍ତି ଯାହା ସେମାନଙ୍କୁ ଅନନ୍ତ ମୃତ୍ୟୁ ପାଖକୁ ନେଇ ଯାଇପାରିବ ନାହିଁ। ଏପରି ପାପ ମଧ୍ୟ ଅଛି, ଯାହାର ପରିଣାମ ମୃତ୍ୟୁ ଅଟେ। ମୁଁ ତୁମ୍ଭମାନଙ୍କୁ ସେହିପରି ପାପ ବିଷୟରେ ପ୍ରାର୍ଥନା କରିବା ପାଇଁ କହୁ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ଵର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ। ମୃତ୍ୟୁଜନକ ପାପ ଅଛିଜ; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ।

Gade chapit la Kopi

ଓଡିଆ ବାଇବେଲ

16 କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ୱର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ। ମୃତ୍ୟୁଜନକ ପାପ ଅଛି; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ଯଦି ତୁମର ଜଣେ ଭାି ପାପ କରୁଥିର ଦେଖ, କିନ୍ତୁ ତା’ଣ ସେହି ପାପ ମରଣାନ୍ତକ ନୁହେଁ, ତା’ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କର- ହୁଏ ତ ଈଶ୍ୱର ତାକୁ କ୍ଷମା ଦେଇ ରକ୍ଷା କରିବେ। ଯେଉଁମାନଙ୍କ ପାପ ମରଣାନ୍ତକ ନୁହେଁ, କେବଳ ସେହିମାନଙ୍କ ପାଇଁ ମୁଁ ଏ କଥା ଲେଖୁଛି।। କିନ୍ତୁ କେକେକ ପାପ ଅତି ମାରାତ୍ମକ; ସେ ବିଷୟରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ପାଇଁ ମୁଁ କହୁ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ବର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ। ମୃତ୍ୟୁଜନକ ପାପ ଅଛି; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ।

Gade chapit la Kopi




୧ ଯୋହନ 5:16
32 Referans Kwoze  

“ତେଣୁ ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ। କାରଣ ସେମାନେ ଦୁଃଖ ଭୋଗିଲାବେଳେ ଆର୍ତ୍ତସ୍ୱରରେ ସାହାଯ୍ୟ ଭିକ୍ଷା କରିବେ। ମାତ୍ର ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।


ଜଣେ ମନୁଷ୍ୟ ଯେବେ ଅନ୍ୟ ଜଣେ ମନୁଷ୍ୟ ବିରୁଦ୍ଧରେ ପାପ କରେ, ତେବେ ପରମେଶ୍ୱର ହୁଏତ ସାହାଯ୍ୟ କରି ପାରନ୍ତି। କିନ୍ତୁ ମନୁଷ୍ୟ ଯେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ, ତେବେ କିଏ ତାହା ପାଇଁ ପ୍ରାର୍ଥନା କରିବ?” ତଥାପି ସେମାନେ ପିତାଙ୍କ ବାକ୍ୟ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ହତ୍ୟା କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା।


“ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କିଛି କହୁଥିବା ଲୋକକୁ କ୍ଷମା କରି ଦିଆଯାଇ ପାରେ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କହୁଥିବା ଲୋକକୁ କ୍ଷମା କରାଯାଇ ପାରିବ ନାହିଁ।


ଆହୁରି ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ମଙ୍ଗଳ ପ୍ରାର୍ଥନା କର ନାହିଁ।


“ତେଣୁ ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ। ସେମାନଙ୍କ ପାଇଁ କାତର ପ୍ରାର୍ଥନା ଉତ୍ସର୍ଗ କର ନାହିଁ। ସେମାନଙ୍କ ସାହାଯ୍ୟ ପାଇଁ ଆମ୍ଭକୁ ନିବେଦନ କର ନାହିଁ, କାରଣ ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିବା ନାହିଁ।


“ଯଦି ଯେଉଁ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବରେ ପାପକର୍ମ କରେ ସେ ଇସ୍ରାଏଲୀୟ କି ବିଦେଶୀ ମୂଳ ସ୍ଥାୟୀ ବାସୀନ୍ଦା ହେଉ, ଯଦି ସଦାପ୍ରଭୁଙ୍କର ନିନ୍ଦା କରେ, ତେବେ ସେ ବ୍ୟକ୍ତି ଆପଣା ଲୋକଙ୍କଠାରୁ ବହିସ୍କାର ହେବ।


“ହେ ସଦାପ୍ରଭୁ, ଯଦି ତୁମ୍ଭେ ମୋ’ ପ୍ରତି ସଦୟ, ତେବେ ଆମ୍ଭମାନଙ୍କ ସହିତ ଦୟାକରି ଆସ। ମୁଁ ଜାଣେ ଏହି ଲୋକମାନେ ଶକ୍ତଗ୍ରୀବ ଲୋକ। କିନ୍ତୁ ଦୟାକରି ଆମ୍ଭମାନଙ୍କ ପାପ କ୍ଷମା କର! ତୁମ୍ଭର ଲୋକମାନଙ୍କ ପରି ଆମ୍ଭକୁ ଗ୍ରହଣ କର।”


ସଦାପ୍ରଭୁ ଅବିମେଲକଙ୍କର ସମସ୍ତ ସ୍ତ୍ରୀଙ୍କୁ ବନ୍ଧ୍ୟା କଲେ। ପରମେଶ୍ୱର ଏପରି କଲେ, କାରଣ ଅବିମେଲକ ଅବ୍ରହାମଙ୍କ ସ୍ତ୍ରୀ ସାରାଙ୍କୁ ନେଇଥିଲେ। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ୱର ଅବିମେଲକ, ତାଙ୍କର ସମସ୍ତ ସ୍ତ୍ରୀଗଣଙ୍କୁ ଓ ଦାସୀଗଣଙ୍କୁ ଆରୋଗ୍ୟ କଲେ। ଏବଂ ସେମାନଙ୍କର ସନ୍ତାନସନ୍ତତି ଜାତ ହେଲେ।


ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନରାୟ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫେରାଇଦିଅ। ଅବ୍ରହାମ ଜଣେ ଭବିଷ୍ୟ‌ଦ୍‌ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ନ ଫେରାଅ ତେବେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ୟୁବରଣ କରିବେ।”


ପରମେଶ୍ୱର ଗ୍ଭହିଁଥିଲେ ସେହି ଲୋକମାନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ, କିନ୍ତୁ ମୋଶା ତାହାଙ୍କ ମନୋନୀତ ବ୍ୟକ୍ତି ତାଙ୍କର କୋପ ଫେରାଇବା ନିମନ୍ତେ ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ, ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନାଶ କଲେ ନାହିଁ।


ମୁଁ ସେମାନଙ୍କ ପାଇଁ ଏବେ ପ୍ରାର୍ଥନା କରୁଛି। ମୁଁ ପୃଥିବୀର ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁ ନାହିଁ। ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା କରୁଛି, ଯେଉଁମାନଙ୍କୁ ତୁମ୍ଭେ ମୋତେ ଦେଇଥିଲ। କାରଣ ସେମାନେ ତୁମ୍ଭର ଅଟନ୍ତି।


“ପୁଣି ଦେଶ ଯେପରି ବିନଷ୍ଟ ନ ହେବ ସେଥିପାଇଁ ଯେ ସୁଦୃଢ଼ ପ୍ରାଚୀର କରି ପାରିବ ଓ ଫାଟ ସ୍ଥାନରେ ଆମ୍ଭ ସମ୍ମୁଖରେ ଦେଶ ସପକ୍ଷରେ ଠିଆ ହେବ, ଏପରି ଏକ ଲୋକକୁ ଆମ୍ଭେ ଅନ୍ୱେଷଣ କଲୁ। ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ।


ତେଣୁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ହେ ପରମେଶ୍ୱର, ବିନୟ କରୁଅଛି, ତାହାକୁ ସୁସ୍ଥ କର।”


କ’ଣ ଆଲେକ୍‌ଜାଣ୍ଡାର ମୋର ବହୁତ ଅନିଷ୍ଟ କରିଛି। ପ୍ରଭୁ ତାହାକୁ ଏହି କାର୍ଯ୍ୟଗୁଡ଼ିକ ଲାଗି ଦଣ୍ଡ ଦେବେ।


ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, “ଆମ୍ଭେମାନେ ଯେପରି ନ ମରୁ ସେଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଅନେକ ଥର ପାପ କରିଅଛୁ ଏବଂ ବର୍ତ୍ତମାନ ଆମ୍ଭେମାନେ ରାଜାଙ୍କୁ ମାଗି ପାପକୁ ବଢ଼େଇ ଦେଉଛୁ।”


ସମସ୍ତ ମନ୍ଦ କାମ ପାପ ଅଟେ। କିନ୍ତୁ ଏପରି ପାପ କାମ ମଧ୍ୟ ଅଛି ଯାହା ଅନନ୍ତ ମୃତ୍ୟୁ ଆଡ଼କୁ ନେଇଯାଏ ନାହିଁ।


Swiv nou:

Piblisite


Piblisite