Biblia Todo Logo
Bib sou entènèt

- Piblisite -




୧ ଯୋହନ 4:3 - ପବିତ୍ର ବାଇବଲ

3 ଅନ୍ୟ ଆତ୍ମା ଯୀଶୁଙ୍କ ବିଷୟରେ ଏପରି ସାକ୍ଷ୍ୟ ଦିଅନ୍ତି ନାହିଁ, ସେହି ଆତ୍ମା ପରମେଶ୍ୱରଙ୍କଠାରୁ ଆସି ନାହିଁ, ସେମାନେ ଖ୍ରୀଷ୍ଟଙ୍କର ଶତ୍ରୁ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବା ସମ୍ବନ୍ଧରେ ତୁମ୍ଭେମାନେ ଶୁଣିଛ ଏବଂ ସେ ବର୍ତ୍ତମାନ ଏହି ସଂସାର ଭିତରେ ରହିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ଵୀକାର ନ କରେ, ସେ ଈଶ୍ଵରଙ୍କଠାରୁ ଆଗତ ନୁହେଁ; ଏହା ଖ୍ରୀଷ୍ଟାରିର ଆତ୍ମା, ଯାହାର ଆଗମନ କଥା ତୁମ୍ଭେମାନେ ଶୁଣିଅଛ, ପୁଣି ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

3 ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ୱୀକାର ନ କରେ, ସେ ଈଶ୍ୱରଙ୍କଠାରୁ ଆଗତ ନୁହେଁ; ଏହା ଭଣ୍ଡଖ୍ରୀଷ୍ଟର ଆତ୍ମା, ଯାହାର ଆଗମନ କଥା ତୁମ୍ଭେମାନେ ଶୁଣିଅଛ, ପୁଣି, ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 କିନ୍ତୁ ଯେ ଯୀଶୁଙକ ବିଷୟରେ ଏ କଥା ସ୍ୱୀକାର କରେ ନାହ, ସେ କଦାପି ଈଶ୍ୱରଙ୍କ ଆତ୍ମା ଲାଭ କରି ନାହିଁ। ଖ୍ରୀଷ୍ଟଙ୍କ ଶତ୍ରୁଠାରୁ ସେ ସେହି ଆତ୍ମଶ ପାଇଛି, ଏହି ଆତ୍ମଶର ଆଗମନ ବିଷୟରେ ତୁମେ ଶୁଣିଛ- ତାହା ଏବେ ଏହି ଜଗତରେ ଉପସ୍ଥିତ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ୱୀକାର ନ କରେ, ସେ ଈଶ୍ବରଙ୍କଠାରୁ ଆଗତ ନୁହେଁ; ଏହା ଭଣ୍ଡଖ୍ରୀଷ୍ଟର ଆତ୍ମା, ଯାହାର ଆଗମନ କଥା ତୁମ୍ଭେମାନେ ଶୁଣିଅଛ, ପୁଣି, ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି।

Gade chapit la Kopi




୧ ଯୋହନ 4:3
5 Referans Kwoze  

ତେବେ ମିଥ୍ୟାବାଦୀ କିଏ? ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ଅସ୍ୱୀକାର କରେ, ସେ ହେଉଛି ମିଥ୍ୟାବାଦୀ। ସେ ଖ୍ରୀଷ୍ଟଙ୍କର ଶତ୍ରୁ। ସେ ପରମ ପିତା ଓ ପୁତ୍ର ଦୁହିଁଙ୍କୁ ଅସ୍ୱୀକାର କରେ।


ଏ ଜଗତରେ ବର୍ତ୍ତମାନ ଅନେକ ଭଣ୍ଡ ଶିକ୍ଷକ ବାହାରିଲେଣି। ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା ସେମାନେ ଅସ୍ୱୀକାର କରନ୍ତି। ଏହି ସତ୍ୟକୁ ଅସ୍ୱୀକାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ।


ପିଲାମାନେ! ବର୍ତ୍ତମାନ ଶେଷକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସେହିପରି ଅନେକ ସଂଖ୍ୟାରେ ଖ୍ରୀଷ୍ଟ ବିରୋଧୀମାନେ ଦେଖା ଦେଲେଣି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତରେ ଶେଷ କାଳ ଆସି ପହଞ୍ଚିଛି।


ମୁଁ ତୁମ୍ଭମାନଙ୍କୁ ଏ କଥା ଏଥିପାଇଁ କହୁଛି ଯେ, ଅନେକ ଲୋକ ମୋ’ ନାମରେ ଆସିବେ ଓ କହିବେ ‘ମୁଁ ନିଜେ ଖ୍ରୀଷ୍ଟ,’ ଓ ସେମାନେ ଅନେକ ଲୋକଙ୍କୁ ପଥଭ୍ରଷ୍ଟ କରିବେ।


Swiv nou:

Piblisite


Piblisite